କିଛି ଲୋକଙ୍କ ବିବୃତ୍ତି ଆଧାରରେ କଲେଜିୟମ ବ୍ୟବସ୍ଥାକୁ ଖଣ୍ଡନ କରାଯିବା ଉଚିତ ନୁହେଁ: ସୁପ୍ରିମକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି ଯେ, କିଛି ଲୋକଙ୍କ ବିବୃତ୍ତି ଆଧାରରେ କଲେଜିୟମ ବ୍ୟବସ୍ଥାକୁ ଖଣ୍ଡନ କରାଯିବା ଉଚିତ ନୁହେଁ। କିିଛି ଲୋକଙ୍କର କାମ ହେଉଛି ଅନ୍ୟମାନଙ୍କ କାର୍ଯ୍ୟରେ ଅଧିକ ହସ୍ତକ୍ଷେପ କରିବା। ଏହା ସହିତ ସୁପ୍ରିମକୋର୍ଟ କଲେଜିୟମକୁ ଦେଶର ଅନ୍ୟତମ ସ୍ୱଚ୍ଛ ଅନୁଷ୍ଠାନ ବୋଲି ଗୁରୁତ୍ୱାରୋପ କରିଛନ୍ତି।

ନ୍ୟାୟପାଳିକା ମଧ୍ୟରେ ବିଭାଜନ ଏବଂ କଲେଜିମ ବିଚାରପତିଙ୍କ ଦ୍ୱାରା ସାମ୍ବିଧାନିକ ଅଦାଲତରେ ବିଚାରପତି ନିଯୁକ୍ତିର ବର୍ତ୍ତମାନର ବ୍ୟବସ୍ଥାକୁ ନେଇ ସରକାରଙ୍କ ସହିତ ବଢ଼ୁଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ସେ କିଛି ପୂର୍ବତନ ବିଚାରପତିଙ୍କ ବିବୃତ୍ତି ଉପରେ ମନ୍ତବ୍ୟ ଦେବାକୁ ଚାହୁଁନାହାଁନ୍ତି। ଯେଉଁମାନେ ଏକଦା ସୁପ୍ରିମ କଲେଜିୟମ୍‌ର ସଦସ୍ୟ ଥିଲେ ଏବଂ ବର୍ତ୍ତମାନର ବ୍ୟବସ୍ଥା ବିଷୟରେ କହୁଛନ୍ତି।

ସୁପ୍ରିମକୋର୍ଟର ଜଷ୍ଟିସ୍ ଏମ.ଆର ଶାହା ଏବଂ ସି.ଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପିଠ କହିଛନ୍ତି ଯେ, ବର୍ତ୍ତମାନ କଲେଜିୟମର ସେ ସମୟର କିଛି ବୟାନକୁ ନେଇ ମନ୍ତବ୍ୟ ଦେବା ଏକ ଫ୍ୟାଶନ ପାଲଟିଛି। ସମାନଙ୍କ ମନ୍ତବ୍ୟ ଉପରେ ଆମେ କିଛି କହିବାକୁ ଚାହୁଁନାହୁଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଖଣ୍ଡପିଠଙ୍କର କହିବା କଥା ହେଲା, ଏବେ କାର୍ଯ୍ୟ କରୁଥିବା କଲେଜିୟମ ସିଷ୍ଟମକୁ ଖଣ୍ଡନ କରାଯିବା ଉଚିତ ନୁହେଁ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା କିଛି ବ୍ୟକ୍ତିଙ୍କ ଆଧାରରେ କଲେଜିୟମ୍ କାମ କରେ ନାହିଁ। କଲେଜିୟମ୍‌ ବ୍ୟବସ୍ଥାକୁ ତାର କର୍ତ୍ତବ୍ୟ ଅନୁଯାୟୀ କାର୍ଯ୍ୟ କରିବାକୁ ଦିଅନ୍ତୁ, ଆମେ ବିଭିନ୍ନ ପାରଦର୍ଶୀ ଅନୁଷ୍ଠାନଗୁଡ଼ିକ ମଧ୍ୟରୁ ଅନ୍ୟତମ।

ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଆରଟିଆଇ (ସୂଚନା ଅଧିକାର) କାର୍ଯ୍ୟକର୍ତ୍ତା ଅଞ୍ଜଳି ଭରଦ୍ୱାଜଙ୍କ ଏକ ଆବେଦନ ଉପରେ ଶୁଣାଣି ହୋଇଥିଲା। ୧୨ ଡିସେମ୍ବର ୨୦୧୮ ରେ ଅନୁଷ୍ଠିତ ‘ସୁପ୍ରିମକୋର୍ଟ କଲେଜିୟମ’ ବୈଠକର ସେ ଏଜେଣ୍ଡା ମାଗିଥିବା ବେଳେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ ସୂଚନାଥାଉକି ସେହି ବୈଠକରେ ସୁପ୍ରିମକୋର୍ଟରେ କିଛି ବିଚାରପତିଙ୍କ ପଦବୀକୁ ନେଇ କିଛି ନିଷ୍ପତ୍ତି ନିଆଯାଇଥିଲା।

Related Posts