ରାଫେଲ୍ ଯୁଦ୍ଧ ବିମାନ କିଣାକୁ ନେଇ ସୁପ୍ରିମକୋର୍ଟରେ ରାୟ ଆସିଲା । ଏଥିରେ କେନ୍ଦ୍ର ସରକାରଙ୍କୁ କ୍ଲିନ୍ ଚିଟ୍ ମିଳିଲା । ବିମାନ କିଣା ଚୁକ୍ତିରେ କୌଣସି ଅନିୟମିତତା ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେବା ପରେ କଂଗ୍ରେସ ଅନ୍ୟ ରାସ୍ତା ଆପଣାଇ ଏବେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିବା ଜାରି ରଖିଛି ।
ରାଫେଲ ମାମଲାରେ ସୁପ୍ରମକୋର୍ଟ ରାୟ ଶୁଣାଇବା ପରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ କହିଚନ୍ତି ଏ ମାମଲାରେ ସୁପ୍ରମକୋର୍ଟ କ୍ଲିନ ଚିଟ୍ ଦେଇ ନାହାନ୍ତି । ଏଥିସହ ସିବଲ ଆହୁରି କହିଛନ୍ତି, ରାଫେଲ ମାମଲାରେ କୋର୍ଟ କ୍ଲିନ୍ ଚିଟ୍ ଦେଇଛନ୍ତି ବୋଲି ବିଜେପି ମିଛ ପ୍ରଚାର କରୁଛି । ଯେତେବେଳେ କୋର୍ଟ ରାଫେଲ ବିମାନ ମୂଲ୍ୟ ନେଇ କୌଣସି ତଦନ୍ତ କରିନାହାନ୍ତି, ସେପରି ସ୍ଥିତିରେ ବିଜେପି କେମିତି କହୁଛି ଆମକୁ କ୍ଲିନ୍ ଚିଟ୍ ମିଳିଲା ବୋଲି ପ୍ରଶ୍ନ କରିଛନ୍ତି ସିବଲ ।
ଗୁରୁବାର ସୁପ୍ରିମ୍କୋର୍ଟ ତାଙ୍କ ରାୟରେ ଏହା ସ୍ପଷ୍ଟ କରିଥିଲେ କି ବିମାନରେ ଦର ନିର୍ଦ୍ଧାରଣ ଓ ଅଫ୍ସେଟ ପାର୍ଟନର ଚୟନ ସଂପର୍କରେ ତଦନ୍ତ କରିବା କୋର୍ଟଙ୍କ କାମ ନୁହେଁ । ସେପଟେ ବିଜେପି କପିଲ ସିବଲଙ୍କ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ।