ରିପୋର୍ଟ ଚାପିବାରେ ମଧ୍ୟ ଶ୍ରେଷ୍ଠ

ବିରୋଧୀ ଏବଂ ସମାଲୋଚକଙ୍କ ତଣ୍ଟିଚିପା ରାଜନୀତିରେ ଅନେକାଂଶରେ ବିଶ୍ୱାସ ରଖୁଥିବା ନବୀନ ବାବୁଙ୍କର ଆଉ ଏକ କାରନାମା ସାମ୍ନାକୁ ଆସିଛି ଦୀର୍ଘ 18 ବର୍ଷ ବିଶେଷ କରି ନିଜର ଚତୁର୍ଥ ଇନିଂସ ରେ ନବୀନ ବାବୁ ଙ୍କୁ ଶାସନ ପରିଚାଳନା କ୍ଷେତ୍ରରେ ଅନେକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲେ ହେଁ, କଳେ ବଳେ କୌଶଳ କରି ନବୀନ ବାବୁ ସରକାରୀ କଳକୁ ବ୍ୟବହାର କରି ତାଙ୍କ ବିରୋଧରେ ଉଠୁଥିବା ସ୍ୱରକୁ ବନ୍ଦ କରିବାରେ ସଫଳ ହୋଇଛନ୍ତି ଏହାର ଜ୍ଵଳନ୍ତ ଉଦାହରଣ ହେଉଛି ବିଭିନ୍ନ ମାମଲାରେ ନିଜ ମୁଣ୍ଡରୁ ଦୋଷ ଖସେଇବା ପାଇଁ ରାଜ୍ୟବାସୀଙ୍କୁ ତଦନ୍ତ କମିଶନ ଲଲୀପପ ଧରେଇଦେବା 2014 ପାରଠାରୁ ଅନେକ ଘଟଣା ସରକାରଙ୍କ ନୀତି, ନିର୍ଦ୍ଦେଶ ଉପରେ ଅଙ୍ଗୁଳି ଉଠେଇବା ସହ ଶାସନ କଳକୁ କାଠଗଡାକୁ ଟାଣିଥିବା ବେଳେ, ସରକାର ପ୍ରତିଥର ତଦନ୍ତ ଥୋପ ଦେଇ ମାମଲା ଗୁଡିକରୁ ଖସିଯିବାରେ ସମର୍ଥ ହୋଇଛନ୍ତି ତେବେ ନିକଟ ଅତୀତରେ ରାଜ୍ୟରେ ଅନେକ ଗୁଡିଏ ଘଟଣାରେ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଥିଲା ବେଳେ 3ଟି ଘଟଣାରେ ଆରଡିସି ତଦନ୍ତ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରି ସାରିଛନ୍ତି ତେବେ ଆଶ୍ଚର୍ଯ୍ୟଜଣକ ଭାବେ ସରକାର ରିପୋର୍ଟକୁ ଉଦ୍ଦେଶ୍ୟମୂଳକ ଭାବେ ଚାପିଦେବାକୁ ଉଦ୍ୟମ କରିଥିବା ସ୍ପଷ୍ଟ ଭାବେ ଜଳଜଳ ଦିଶୁଛି ଆଦର୍ଶ ମୁଖ୍ୟମନ୍ତ୍ରୀ ଆଗାମୀ ନିର୍ବାଚନକୁ ଯିବା ପୂର୍ବରୁ ଗିଳିଥିବା ଆରଡିସି ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରି ନିଜର ସ୍ୱଚ୍ଛତାର ପ୍ରମାଣ ଦେବାକୁ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି

ମିଳିଥିବା ତଥ୍ୟ ଅନୁଯାୟୀ କେନ୍ଦ୍ରାପଡା ଅନ୍ତର୍ଗତ ନାମତାରାରେ ଘଟିଥିବା ଗୁଳିକାଣ୍ଡ ଘଟଣା, ସମ ହସ୍ପିଟାଲ ଅଗ୍ନିକାଣ୍ଡ ଇସ୍କନ ଦ୍ୱାରା ପ୍ରସ୍ତାବିତ ଦ୍ବିତୀୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ରାଜ୍ୟବ୍ୟାପୀ ସରକାରଙ୍କ ବିରୋଧରେ ତୁମ୍ବିତୋଫାନ ହୋଇଥିବା ବେଳେ ସରକାର ଉପରକ୍ତ ଘଟଣାର ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଇତିମଧ୍ୟରେ ସଂପୃକ୍ତ ଅଂଚଳର ଆରଡିସି 2016 ମସିହାରେ ନାମତାରା, ଅକ୍ଟୋବର 2017 ମସିହାରେ ଇସ୍କନ ଏବଂ ଜୁନ 2017ରେ ସମ ହସ୍ପିଟାଲ ସମ୍ପର୍କିତ ତଦନ୍ତ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିଛନ୍ତି ତେବେ କଣ ପାଇଁ ରିପୋର୍ଟକୁ ସରକାର ସାର୍ବଜନୀନ କରୁନାହାନ୍ତି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ତିନୋଟି ଯାକ ପ୍ରସଙ୍ଗ ରାଜ୍ୟବାସୀଙ୍କର ବୃହତ୍ତର ସ୍ୱାର୍ଥ, ଭାବାବେଗ ତଥା ସୁରକ୍ଷା ସହ ସିଧାସଳଖ ଭାବେ ଜଡ଼ିତ ଥିବାବେଳେ ସରକାର କଣ ପାଇଁ ରିପୋର୍ଟକୁ ଅଣ୍ଟିରେ ପୁରେଇ ବୁଲୁଛନ୍ତି ତାହା ସାଧାରଣ ରେ ବୁଝିବା ବାହାରେ

  ଠିକ ସେମିତି ଭଦ୍ରକରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା, ସ୍ୱର୍ଗଦ୍ୱାର ଜମି କେଲେଙ୍କାରୀ ମାମଲା ଏବଂ କୋରାପୁଟ କୋଟପଟ ଥରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅନ୍ତର୍ଦ୍ଧାନ ହେବା ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ସରକାର ଆରଡିସି ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ହେଲେ ଏଠି ବି ଫଳ ଶୁନ ତଦନ୍ତ କେବେ ଆରମ୍ଭ ହେଲା ଏବଂ କେବେ ସରିଲା ସେ ନେଇ କାହା ପାଖରେ ଉତ୍ତର ନାହିଁ ବିଶେଷକରି କୋଟପାଟଠାରେ ମୁଖ୍ୟମନ୍ତ୍ରୀଙ୍କର ହେଲିକପ୍ଟର ନିଖୋଜ ହେବା ପରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଚିହିଁକି ଉଠିଥିଲେ ନିଜେ ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ସର୍ବେସର୍ବା ଥିଲେ ମଧ୍ୟ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ମାର ମାର ଭଣ୍ଡାରିଆକୁ ମାର ନୀତିରେ ଜଣେ ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା ମାତ୍ର ନେଇ ସାଧାରଣରେ ଅସନ୍ତୋଷ କ୍ରମାଗତ ଭାବେ ବଢିବାରୁ ସରକାର ଆରଡିସି ତଦନ୍ତ ଦେଇଥିଲେ ହେଲେ ଏଯାବତ ସରକାରଙ୍କୁ ରିପୋର୍ଟ ହସ୍ତଗତ ହୋଇନଥିବା ଆର୍ଟିଆଇ ସୂଚନା ରୁ ଜଣାପଡିଛି ତେବେ ଏମିତି ଏକ ସମ୍ବେଦନଶୀଳ ପ୍ରସଂଗରେ ଭୁଲ କୋଉଠି ରହିଲା ତାହା କାହିଁକି ଖୋଜାଯାଉ ନାହିଁ ବୋଲି କଂଗ୍ରେସ ପକ୍ଷରୁ ସରକାରଙ୍କୁ ପ୍ରଶ୍ନ କରାଯାଇଛି

ସେହିପରି ସ୍ୱର୍ଗଦ୍ୱାର ଜମି କେଲେଙ୍କାରୀ ଘଟଣା, ଏବଂ ଭଦ୍ରକ ସାମ୍ପ୍ରଦାୟିକ ଦଙ୍ଗା ଘଟଣାରେ ଶାସକ ଦଳର ଛାମୁଆ ତଥା ପ୍ରଭାବଶାଳୀ ନେତା ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବାରୁ, ଆରଡିସି ରିପୋର୍ଟ କୁ ସରକାର ଜାଣିଶୁଣି ଲୋକଲୋଚନକୁ ଅନୁନାହାନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହେଲାଣି । ତେଣୁ ନବୀନ ସରକାର ତଦନ୍ତର ବୁଢିଆଣି ଜାଲ ଭିତରେ ସାଧାରଣ ଲୋକଙ୍କୁ ନବାନ୍ଧି ତୁରନ୍ତ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି ଉପସ୍ଥାପନ ହେଲାଣି । ନହେଲେ ସରକାର ଅଣ୍ଟିରେ ଯେଉଁ ନିଆଁକୁ ଲୁଚେଇ ରଖିଛନ୍ତି, ତାହା ଯେ ସରକାରଙ୍କୁ ଦିନେ ଜାଳିପୋଡି ଏକଥା ବିଜେଡିର ରଣାନୀତିକାର ବୁଝି ମଧ୍ୟ ଅବୁଝା ହେଉଛନ୍ତି

Related Posts