କଂଗ୍ରେସ ଖୋଲିଲା କାଳିଆ ଗୁମର, କୃଷି ମନ୍ତ୍ରୀ ଥରହର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: କାଳିଆ କେଳେଙ୍କାରୀ ଉପରୁ ଉଠିଲା ପରଦା । କଂଗ୍ରେସ ହାତରେ କାଳିଆ କେଳେଙ୍କାରୀର ଦସ୍ତାବିଜ । କାଳିଆ ଘଳିଆ ନେଇ ରାଜ୍ୟ ସରକାରଙ୍କ ମୁଖା ଖୋଲିଲା କଂଗ୍ରେସ । ନିଜର ଆତ୍ମ ପ୍ରଚାର ପାଇଁ ମହାପ୍ରଭୁଙ୍କ ନାଁକୁ ବିକି ଦେଇଛନ୍ତି ସରକାର । କିଭଳି ସକରକାର ରାଜ୍ୟବାସୀଙ୍କ ସହ ଖେଳ ଖେଳିଛନ୍ତି ତାର ମହା ଖୁଲାସା କରିଛନ୍ତି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ । କାଳିଆ ଯୋଜନା ନାଁରେ ସରକାର କିଭଳି କୋଟି କୋଟି ଟଙ୍କା ଆତ୍ମ ପ୍ରଚାର ପାଇଁ ଆତ୍ମସାତ କରିଛନ୍ତି ତାହାର ପ୍ରମାଣ ଦେଇଛି କଂଗ୍ରେସ । ଗଣମାଧ୍ୟମ ଆଗରେ କାଳିଆ ଦସ୍ତାବିଜ ରଖି କଡ଼ା ଭାଷାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ସତ୍ୟପ୍ରକାଶ । ବିଧାନଭାରେ କୃଷିମନ୍ତ୍ରୀ ଅରୁଣ ସାହୁ ରଖିଥିବା ଉତ୍ତର ଏବଂ ଜିଲ୍ଲା କୃଷି ଅଧିକାରୀଙ୍କ ରିପୋର୍ଟରେ ଆକାଶ-ପାତାଳର ଫରକ ଥିବା ଦସ୍ତାବିଜରୁ ଜଣାପଡ଼ିଛି ।

କୃଷକ କଲ୍ୟାଣ ନାଁରେ ନିର୍ବାଚନ ପୂର୍ବରୁ ନବୀନ ସରକାର ଲକ୍ଷାଧିକ ଅଯୋଗ୍ୟ ବ୍ୟକ୍ତିଙ୍କୁ କାଳିଆ ଯୋଜନା ଆଳରେ କୋଟି କୋଟି ଟଙ୍କା ବାଣ୍ଟିଛନ୍ତି । ଏ ଅଭିଯୋଗକୁ ସରକାର ମୂଳରୁ ଫାଙ୍କି ଆସୁଥିଲେ ମଧ୍ୟ ଶେଷରେ ଧରା ପଡିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସମସ୍ତ ସଠିକ୍ ସୂଚନା କୃଷିମନ୍ତ୍ରୀଙ୍କ ପାଖରେ ଥିବାବେଳେ, ଜାଲିଆତିରୁ ବଞ୍ଚିବା ପାଇଁ କିଭଳି ବିଧାନସଭାରେ ଭୟଙ୍କର ମିଥ୍ୟା ତଥ୍ୟ ଦେଇଛନ୍ତି ଅରୁଣ ସାହୁ ତାହାର ଖୁଲାସା କରିଛି କଂଗ୍ରେସ ।

କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାର ଅଯୋଗ୍ୟ ହିତାଧିକାରୀଙ୍କ ସରକାରୀ ତଥ୍ୟ ସଂଗ୍ରହ କରାଯାଇଛି ।  ୧୦ଟି ଜିଲ୍ଲାର ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୧ ଲକ୍ଷ ୭୨ ହଜାର ୯୦୮ ରହିଛି । ଏଥିରୁ ସ୍ପଷ୍ଟ ହେଉଛି ଯେ ମନ୍ତ୍ରୀ ଗୃହରେ ଦେଇଥିବା ତଥ୍ୟ ୩୦ ଜିଲ୍ଲାର ମୋଟ୍ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୪୫,୯୬୫ ଠାରୁ ବହୁ ଅଧିକ । ଯଦି ୧୦ଟି ଜିଲ୍ଲାର ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୧,୭୨,୯୦୮  ତେବେ ୩୦ଟି ଜିଲ୍ଲାର ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା କେତେ ହେବ ତାହା ଅନୁମାନ କରାଯାଇପାରେ । ତେବେ ଆଗକୁ ବାକି 20ଟି ଜିଲ୍ଲାର ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଲୋକଙ୍କ ସାମ୍ନାକୁ ଆଣାଯିବ ବୋଲିକ କହିଛନ୍ତି କଂଗ୍ରେସ ନେତା ସତ୍ୟପ୍ରକାଶ ।

୧୦ଟି ଜିଲ୍ଲା କୃଷି ଅଧିକାରୀଙ୍କ ପକ୍ଷରୁ ବିଭାଗକୁ ଦିଆଯାଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା

ଜିଲ୍ଲା                   ଚିଠି ନମ୍ବର                       ଅଯୋଗ୍ୟ ହିତାଧିକାରୀ

କୋରାପୁଟ    ୨୩୫୫/୮.୧୧.୨୦୧୯               ୧୫୨୫୫ ଜଣ

ଖୋର୍ଦ୍ଧା       ୨୯୧୬/୨୨.୧୦.୨୦୧୯              ୧୮୫୫୨

ଗଞ୍ଜାମ         ୧୩୦/୩୦.୧୦.୨୦୧୯                           ୧୯୯୮୦

ମୟୁରଭଞ୍ଜ     ୪୧୫୬/୨୯.୧୦.୨୦୧୯            ୧୪୦୧୭

ସୋନପୁର    ୩୨୭୦/୨୫.୧୦.୨୦୧୯               ୩୭୭୫୯

କଟକ         ୩୭୧୨/୩୦.୧୦.୨୦୧୯               ୨୦୦୧୦

ମାଲକାନାଗିରି  ୨୨୭୩/୩୦.୧୦.୨୦୧୯             ୯୮୫୨

ସୁନ୍ଦରଗଡ                 ୨୮୭୪/୩୧.୧୦.୨୦୧୯               ୧୧୫୪୨

ସମ୍ବଲପୁର     ୩୦୮୭/୨.୧୧.୨୦୧୯                               ୧୦୦୫୦

ଜଗତସିଂହପୁର  ୧୬୫୭/୨୯.୧୦.୨୦୧୯              ୧୫୮୯୧

ମୋଟ୍ ଅଯୋଗ୍ୟ ହିତାଧିକାରୀ               ୧,୭୨,୯୦୮


ସୂଚନା ଅନୁଯାୟୀ ଗତ ୧୩ ତାରିଖ ଦିନ ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସାହୁ ଗୃହକୁ ତଥ୍ୟ ଦେଇଥିଲେ ଯେ କାଳିଆ ଯୋଜନାରେ ପ୍ରଥମ କିସ୍ତି ପାଇଥିବା ମୋଟ୍ ୫୧ ଲକ୍ଷ ୫ ହଜାର ୨୯୦ ହିତାଧିକାରୀଙ୍କ ମଧ୍ୟରୁ ୪୫ ହଜାର ୯୬୫ ହିତାଧିକାରୀଙ୍କୁ ଅଯୋଗ୍ୟ ଭାବରେ ଚିହ୍ନଟ କରାଯାଇଛି । କିନ୍ତୁ ଜିଲ୍ଲା କୃଷି ଅଧିକାରୀମାନେ ସରକାରଙ୍କୁ ଦେଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାରେ ଥିବା ତଥ୍ୟ ମନ୍ତ୍ରୀ ଅରୁଣ ସାହୁଙ୍କୁ ମୁଖା ଖୋଲିଦେଇଛି । ସରକାରଙ୍କୁ ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ‘କାଳିଆ କେଳେଙ୍କାରୀ’ରୁ ବଞ୍ଚାଇବା ପାଇଁ କୃଷି ମନ୍ତ୍ରୀ ଗୃହକୁ ମଧ୍ୟ ମିଥ୍ୟା ତଥ୍ୟ ଦେଇ ଅବମାନନା କରିବାକୁ ପଛେଇ ନାହାନ୍ତି । ଖୋଦ୍ ମନ୍ତ୍ରୀଙ୍କ ବିଭାଗୀୟ ସହଯୋଗୀଙ୍କ ରିପୋର୍ଟ ଦର୍ଶାଉଛି ଯେ ଜରୁରୀକାଳୀନ ପାଣ୍ଠିରୁ ଅର୍ଥ ଆଣି କିଭଳି ସରକାର ଶହ ଶହ କୋଟି ଟଙ୍କା ବାଟମାରଣା କରିଛନ୍ତି । ଏବେ କେଳେଙ୍କାରୀର ଅପବାଦରୁ ବଞ୍ଚିବା ପାଇଁ ସରକାର କେତେ ଭୟଭୀତ ତା’ର ଜ୍ୱଳନ୍ତ୍ ଉଦାହରଣ ହେଉଛି ମନ୍ତ୍ରୀ ଅରୁଣ ସାହୁଙ୍କ ଗୃହରେ ମିଥ୍ୟା ତଥ୍ୟ । ବିଧାନସଭାରେ ମିଥ୍ୟା ତଥ୍ୟ ରଖିବା ଏବଂ ବିଭ୍ରାନ୍ତି କରି ମନ୍ତ୍ରୀ ଶ୍ରୀ ସାହୁ ଗୃହର ଅବମାନନା କରିଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ତେଣୁ 5-ଟି ବାଜା ବଜାଉଥିବା ମୁଖ୍ୟମନ୍ତ୍ରୀଙ୍କର ଯଦି ସତ୍ସାହସ ଅଛି ତେବେ ତାକୁ ମନ୍ତ୍ରୀ ଅରୁଣ ସାହୁଙ୍କଠାରୁ ଲାଗୁ କରନ୍ତୁ ବୋଲି ଶ୍ରୀ ନାୟକ କହିଛନ୍ତ । ତେଣୁ ପବିତ୍ର ଗୃହରେ ମିଥ୍ୟା ତଥ୍ୟ ଦେଇଥିବାରୁ କେବଳ ଗୃହର ନୁହେଁ ରାଜ୍ୟବାସୀଙ୍କ ଭାବନା ସହ ମନ୍ତ୍ରୀ ଖିଲୱାଡ କରିଛନ୍ତି । ଏହା ଏକ ଅପରାଧ ତେଣୁ ଅରୁଣଙ୍କର ନୈତିକ ଅଧିକାର ନାହିଁ ଆଉ ମନ୍ତ୍ରୀ ପଦରେ ରହିବାକୁ । ସେ ତୁରନ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ ।

କାଳିଆ ଘୋଟାଲାରେ ରଙ୍ଗେହାତ ଧରାପଡିଲେ ସରକାର

ଖସିବା ପାଇଁ ଗୃହରେ ମନ୍ତ୍ରୀଙ୍କ ଗାଲୁଆମି: କଂଗ୍ରେସ

ଅସଲି ଚିଠାକୁ ଚାପିଦେଇ ମନ୍ତ୍ରୀ ଗୃହକୁ ଦେଲେ ନକଲି ଚିଠା

କାହା ଚାପରେ ମନ୍ତ୍ରୀ ଗୃହରେ ଦେଲେ ନକଲି ଚିଠା ?

ମୁଣ୍ଡ ଗଡ଼ିବ କି କୃଷି ମନ୍ତ୍ରୀଙ୍କର ?

ଅରୁଣ ସାହୁଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଅସଲି ଚିଠାକୁ ଚାପିଦେଇ ଗୃହକୁ ଦେଲେ ନକଲି ଚିଠା

ମନ୍ତ୍ରୀଙ୍କ ପାଖରେ ରହିଛି ଅସଲି ଚିଠା, କିନ୍ତୁ ଗୃହକୁ ଦେଲେ ନକଲି ଚିଠା

ଅରୁଣ ସାହୁଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ଖୋଦ୍ ମନ୍ତ୍ରୀ କହୁଛି ଅଯୋଗ୍ୟଙ୍କ ସଂଖ୍ୟା ୪୫ ହଜାର ୯୬୫ କିନ୍ତୁ କୃଷି ବିଭାଗ କହୁଛି ମାତ୍ର ୧୦ଟି ଜିଲ୍ଲାରେ ଅଯୋଗ୍ୟ ହିତାଧିକାରୀ ସଂଖ୍ୟା ୧,୭୨,୯୦୮ । ତେଣୁ ୧୦ଟି ଜିଲ୍ଲାରେ ପ୍ରାୟ ୮୬ କୋଟି ଟଙ୍କାର ଘୋଟାଲା ହୋଇଥିବା ଅଭିଯୋଗ କରିଛି କଂଗ୍ରେସ ।

Related Posts