ଓଡ଼ିଶା ଲୋକସେବା ଆୟୋଗର ଉଦ୍ଦେଶ୍ୟ ପିଲାଙ୍କ କ୍ୟାରିୟର ଆବାଦ ନା ବରବାଦ ? ଆଇଏଏସ ଇଣ୍ଟରଭ୍ୟୁ ପରୀକ୍ଷା ସମୟରେ ଓଏଏସ ପ୍ରିଲିମ୍ ପରୀକ୍ଷା ବିଜ୍ଞପ୍ତିକୁ ନେଇ ବିବାଦ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର :  ୨୦୨୦ ଓଏଏସ ଚୟନ ପାଇଁ ପ୍ରିଲିମ ପରୀକ୍ଷା ର ତାରିଖ କୁ ନେଇ ଛାତ୍ର ଛାତ୍ରୀ ଙ୍କ ଠୁ ଆରମ୍ଭ କରି ଅଭିଭାବକ ସବୁଠି ବିରୋଧ ଓ ଅସନ୍ତୋଷ ଦେଖାଦେଇଛି। ତାର ମୁଖ୍ୟ କାରଣ ହେଉଛି, Union Public Service commission ବା UPSC ର ଆଇଏସ ପରୀକ୍ଷା ର ଅନ୍ତିମ ପର୍ଯ୍ୟାୟ ଇଣ୍ଟରଭ୍ୟୁ ଅଗଷ୍ଟ ୨ ରୁ ସେପ୍ଟେମ୍ବର ୨୨ ଯାଏଁ ଚାଲିବ। 

ଠିକ୍ ସେହି ସମୟ ମଧ୍ୟରେ ଆଗାମୀ ଅଗଷ୍ଟ ୨୮ ତାରିଖ ଦିନ ଓଡ଼ିଶା ଲୋକ ସେବା ଆୟୋଗ ବା OPSC ୨୦୨୦ ଓଏଏସ ପ୍ରିଲିମ୍ସ  ପରୀକ୍ଷା କରିବେ ବୋଲି ତାରିଖ ଘୋଷଣା କରିଛନ୍ତି। ବହୁ ଛାତ୍ର ଛାତ୍ରୀଙ୍କ ଅଭିଯୋଗ ହେଉଛି ଯେ ଯେଉଁମାନେ ଆଇଏଏସ୍ ର ଇଣ୍ଟରଭ୍ୟୁ ଦେବେ ସେମାନେ ଓଏଏସ ପ୍ରିଲୀମ ପରୀକ୍ଷା ଦେଇ ପାରିବେ ନାହିଁ କାରଣ ସେମାନଙ୍କୁ ଦିଲ୍ଲୀରେ ପରୀକ୍ଷା ପାଇଁ ରହିବାକୁ ପଡ଼ିବ। ଏହାଦ୍ବାରା ବହୁ ପିଲାଙ୍କ କ୍ୟାରିୟର ସହ OPSC ଖେଳୁଛି ବୋଲି ଅଭିଯୋଗ କରିଛନ୍ତି।

କେବଳ ସେତିକି ନୁହଁ, ୨୦୧୯ ପାଇଁ ହୋଇଥିବା ଓଏଏସ ପରୀକ୍ଷା ର ରେଜଲ୍ଟ ଏ ଯାଏଁ OPSC ଘୋଷଣା କରିନାହିଁ। ୨୦୧୯ ର ଫଳ ଘୋଷଣା ନ କରି ତରବରିଆ ଭାବେ ୨୦୨୦ ର ପରୀକ୍ଷା କରାଇବା ପଛର କାରଣ କଣ ବୋଲି ପ୍ରଶ୍ନ ଉଠିଛି।

2019 OAS ର ଚୂଡାନ୍ତ ଫଳ ପ୍ରକାଶ ନକରି 2020 OAS ପରୀକ୍ଷା ପ୍ରକ୍ରିୟା ଆରମ୍ଭ କରିବା କେତେ ଯୁକ୍ତିଯୁକ୍ତ ?

ଏଥିପାଇଁ ଆଗରୁ ବହୁବାର ସ୍ୱର ଉତ୍ତୋଳନ ପରେ ଗତ 2018 OAS ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବା ପରେ ଯାଇ 2019 OAS ପ୍ରକ୍ରିୟା ଆରମ୍ଭ ହେବାର ନୂଆ ପ୍ରଥା ସୃଷ୍ଟି ହୋଇଥିଲା। ଯାହାଫଳରେ ଅନେକ ସଫଳ ପ୍ରାର୍ଥୀ ନିଜର ଇଛାନୁସାରେ ପଦବୀ ପାଇବା ପରେ ଅନାବଶ୍ୟକ ଭାବେ ପରବର୍ତ୍ତୀ ବର୍ଷର ପ୍ରାଥମିକ ପରୀକ୍ଷା ରେ ନବସି ଅନ୍ୟ ଆଶାୟୀ ମାନଙ୍କୁ ମୁଖ୍ୟ ପରୀକ୍ଷା ପାଇଁ ଯୋଗ୍ୟତା ହାସଲରେ ସହାୟକ ହୋଇଥିଲେ। 

UPSC ମଧ୍ୟ ଏପରି ପ୍ରଥା ଗ୍ରହଣ କରନ୍ତି। UPSC ଢାଞ୍ଚାରେ ଏକ ସାମ୍ବିଧାନିକ ଅନୁଷ୍ଠାନ ଭାବରେ OPSC ଗଠନ କରାଯାଇଛି, ଅଥଚ OPSC ର କାର୍ଯ୍ୟଶୈଳୀ ଦେଖିଲେ କେହି କହିବା ନାହିଁ ଏହା ପିଲାଙ୍କ ସ୍ବାର୍ଥ କୁ ଦୃଷ୍ଟିରେ ରଖି ନିଷ୍ପତି ନେଉଛି ବୋଲି ଅଭିଯୋଗ କରିଛନ୍ତି ।

OPSC ଦୂରଦୃଷ୍ଟିହୀନ ହୋଇ ପୁରୁଣା ପ୍ରଥାକୁ ପୁଣି ଫେରିଯିବା ଅଶାୟୀ ତଥା ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି କରୁଛି। 2019 OAS ମୁଖ୍ୟ ପରୀକ୍ଷା 2021 ଜାନୁୟାରୀ 2 ତାରିଖରୁ ଶେଷ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଫଳ ପ୍ରକାଶ ଓ ସାକ୍ଷାତକାର ନହୋଇ ମେଧା ତାଲିକା ପ୍ରକାଶ ନପାଇବା OPSC ର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଏହି COVID ସମୟରେ ମଧ୍ୟ ଉତ୍ତର ପ୍ରଦେଶ ଭଳି (UP PSC) ରାଜ୍ୟ ମଧ୍ୟ, ସେମାନଙ୍କର ମେଧା ତାଲିକା ପ୍ରକାଶ କରିସାରିଛନ୍ତି। ସେମାନଙ୍କର VACANCY ଏବଂ ପରୀକ୍ଷାର୍ଥୀଙ୍କ ସଂଖ୍ୟା ଆମ ଠାରୁ ଅନେକ ବେଶି। ଆମର ମାତ୍ର 1500 ପାଖାପାଖି ପରୀକ୍ଷାର୍ଥୀ ମୁଖ୍ୟ ପରୀକ୍ଷା (main written exam) ଦେଇଥିଲେ। 2020 IAS INTERVIEW ଦିଲ୍ଲୀରେ ଚାଲୁଥିବା ବେଳେ 2020 OAS PRELIMINARY EXAM ଓଡିଶାରେ ହେବା କେତେ ଯଥାର୍ଥ ? 

ଏହା ଅନେକ IAS ସାକ୍ଷାତକାର ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ଅନାବଶ୍ୟକ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ସର୍ବଭାରତୀୟ ସ୍ତରରେ ସାକ୍ଷାତକାର ପାଇଁ ନିଜକୁ ପ୍ରସ୍ତୁତ କରିବାରେ ବ୍ୟାହତ କରୁଛି। କିଛି ପ୍ରାର୍ଥୀ ବାଧ୍ୟ ହୋଇ ପୁଣି ଦିଲ୍ଲୀରୁ ଫେରି ଏଠାରେ OAS PRELIM ଦେଇ IAS INTERVIEW ପାଇଁ ପୁନଶ୍ଚ ଦିଲ୍ଲୀ ଯିବେ। 

ଯାହା ତାଙ୍କର ପ୍ରସ୍ତୁତିକୁ ବ୍ୟାହତ କରିବା ସହ COVID ସଂକ୍ରମଣର ଆଶଙ୍କା ବଢାଇଦେଇ ତାଙ୍କ ସ୍ୱପ୍ନକୁ ଚୁରମାର କରିପାରେ। ଏଥିପାଇଁ ଅନେକ IAS ଯୋଗ୍ୟ ପ୍ରାର୍ଥୀ COVID ଓ ନିଜର ଏକାଗ୍ରତା ହରାଇବା ଭୟରେ OAS ପରୀକ୍ଷା ଦେବାରୁ ନିବୃତ ରହିବାକୁ ବାଧ୍ୟ ହେବେ।

ଏପରି ଦୁରଦୃଷ୍ଟିହୀନ ନିଷ୍ପତ୍ତି ନେଇ ଜିଦରେ ଆମେ IAS ପାଇବା ଭଳି ଯୋଗ୍ୟ ପିଲାଙ୍କ ପାଇଁ ଓଡିଶା ପ୍ରଶାସନିକ ସେବା ରେ ପ୍ରବେଶ ଦ୍ୱାର ବନ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମତ ଉଠୁଛି। ଅନେକ ପିଲାଙ୍କ ପ୍ରଶ୍ନ OPSC ର ବାସ୍ତବ ଉଦେଶ୍ୟ ଓଡ଼ିଆ ପିଲାଙ୍କ କ୍ୟାରିଅର ଆବାଦ୍ କରିବା ନା ବରବାଦ କରିବା?

Related Posts