ବିନା ଅପରାଧରେ ୩୧ ବର୍ଷ ଜେଲ ଦଣ୍ଡ ଭୋଗୁଥିବା ୨ ଜଣଙ୍କୁ ୫୫୦ କୋଟି ଟଙ୍କାର କ୍ଷତିପୂରଣ ପାଇଁ ଅଦାଲତଙ୍କ ରାୟ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ଵର : ବିନା କୌଣସି ଅପରାଧରେ  ୩୧ ବର୍ଷ କାରାଦଣ୍ଡ ଭୋଗିଲେ ଦୁଇ ଭାଇ। କିନ୍ତୁ ସେମାନେ ନିର୍ଦ୍ଦୋଷ ପ୍ରମାଣିତ ହେବାରୁ ତାଙ୍କୁ ୫୫୦ କୋଟି ଟଙ୍କାର କ୍ଷତି ପୂରଣ ରାଶି ଦିଆଯିବ। ଏ ନେଇ କୋର୍ଟ ନିର୍ଦେଶ ଦେଇଛନ୍ତି। ଘଟଣା ହେଉଛି ଆମେରିକାର ଦୁଇ ଜଣ କୃଷ୍ଣକାୟ ଭାଇଙ୍କର। 1983 ମସିହାରେ 11 ବର୍ଷର ବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ସେମାନେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୩୧ ବର୍ଷ କାରାଦଣ୍ଡ ଭୋଗୁଥିଲେ। ତେବେ ଏହି ଘଟଣାରେ  ଉତ୍ତର କାରୋଲିନା ଫେଡେରାଲ୍ ସିଭିଲ୍ ରାଇଟ୍ସର ଏକ ଖଣ୍ଡପୀଠ ତାଙ୍କୁ ବିନା କୌଣସି ଅପରାଧରେ ଜେଲଦଣ୍ଡ ଭୋଗିଥିବାରୁ 75 ମିଲିୟନ୍ ଡଲାର୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୫୫୦ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଦିନ ଆଠ ଜଣିଆ ଖଣ୍ଡପୀଠ ନିଷ୍ପତ୍ତି ନେଇଛନ୍ତି ଯେ ହେନେରୀ ମ୍ୟାକକୁଲମ୍ ଏବଂ ଲିଓନ୍ ବ୍ରାଉନ୍ ଙ୍କୁ  କ୍ଷତିପୂରଣ ବାବଦରେ ପ୍ରତ୍ୟେକଙ୍କୁ 31 ମିଲିୟନ୍ ଡଲାର୍, ଜେଲରେ ବିତାଇଥିବା ପ୍ରତ୍ୟେକ ବର୍ଷ ପାଇଁ 1 ମିଲିୟନ୍ ଡଲାର୍ ଏବଂ 13 ମିଲିୟନ୍ ଡଲାର୍ ଦଣ୍ଡବିଧାନ କ୍ଷତିପୂରଣ ବାବଦକୁ ପ୍ରଦାନ କରିଛନ୍ତି।  କୋର୍ଟ ସମସ୍ତ ପ୍ରମାଣ ଏମିତିକି ଭୁଲ୍ ଭାବେ ଦିଆଯାଇଥିବା ପ୍ରମାଣ ଶୁଣିବା ପରେ ଖଣ୍ଡପୀଠ ହେନେରୀ ଏବଂ ଲିଓନଙ୍କୁ ନିର୍ଦ୍ଦୋଷ ବୋଲି ଜାଣିବାକୁ ପାଇଲେ। ସେମାନଙ୍କୁ ପ୍ରତି ଅନ୍ୟାୟ କରାଯାଇଥଲା ଏବଂ କହିଥିଲେ ଯେ ବିଳମ୍ବରେ ହେଲେ ମଧ୍ୟ ଆଇନ୍ ଅନୁଯାୟୀ ଯାହା କରାଯାଇପାରେ ତାହା ଅମେ ନିଶ୍ଚିତ କରିବୁ । ଏହି ଦୁଇ ଭାଇଙ୍କ ଲିଗାଲ୍ ଟିମ୍ ର ଅଂଶ ଥିବା ଆବ୍ରାମ କହିଛନ୍ତି ଯେ, ଦଶନ୍ଧି ପରେ ଆମକୁ ନ୍ୟାୟ ମିଳିଛି ।

ସେ କହିଛନ୍ତି ଯେ “ ଶେଷରେ କୋର୍ଟ ହେନେରୀ ଏବଂ ଲିଓନଙ୍କୁ ସେମାନଙ୍କ ଜୀବନର କଳା ଅଧ୍ୟାୟରେ ପୂର୍ଣ୍ଣଛେଦ ପକାଇଛନ୍ତି। ବନ୍ଧୁ, ପରିବାର ଏବଂ ପ୍ରିୟଜନଙ୍କ ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ତାଙ୍କୁ ଅପେକ୍ଷା କରିଛି । ” 2015 ମସିହାରୁ ମ୍ୟାକକୋଲମ୍ ଏବଂ ବ୍ରାଉନ୍ କହିଛନ୍ତି ଯେ ପଚରାଉଚରା ସମୟରେ ସେମାନଙ୍କର ନାଗରିକ ଅଧିକାରର ଉଲ୍ଲଂଘନ କରାଯାଇଥିଲା। 2014 ରେ ଡିଏନ୍ଏ ପ୍ରମାଣ ପାଇବା ପରେ ଦୁହେଁ ଜେଲରୁ ମୁକୁଳିଥିଲେ।  ରୋବେସନ୍ ଜିଲ୍ଲାର ରେଡ୍ ସ୍ପ୍ରିଙ୍ଗ୍ସରେ ଘଟିଥିବା ଏହି ଅପରାଧରେ ସେମାନେ ନାବାଳକ ଥିଲେ। ଏବଂ ଦୋଷୀ ସାବ୍ୟସ୍ତ ହୋଇ କାରାଦଣ୍ଡ ଭୋଗୁଥିଲେ। ତାଙ୍କ ଓକିଲମାନେ କହିଛନ୍ତି ଯେ ଅପରାଧ ସମୟରେ ସେମାନେ ନାବାଳକ ଥିଲେ। ତାଙ୍କର ଆଇକ୍ୟୁ କମ୍ ଥିଲା। ସେତେବେଳେ ତାଙ୍କୁ ପୋଲିସ ଭୟଭୀତ କରାଇଥିଲା ​​ଏବଂ ଦୋଷ ସ୍ୱୀକାର କରିବାକୁ ବାଧ୍ୟ କରିଥିଲା।  ସେତେବେଳେ ମ୍ୟାକକୁଲମ୍ ଙ୍କୁ 19 ବର୍ଷ ଏବଂ ବ୍ରାଉନ୍ ଙ୍କୁ 15 ବର୍ଷ ହୋଇଥିଲା। ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ମ୍ୟାକକୋଲମ୍ 31 ବର୍ଷର କାରାଗାରରେ ବିତାଇଥିଲେ ।  ଏବଂ ବ୍ରାଉନ୍ ଜେଲରେ ଥିବା ସମୟରେ ମାନସିକ ରୋଗରେ ପୀଡିତ ଥିଲା ଓ ଚିକିତ୍ସାର ଆବଶ୍ୟକତା ଥିଲା। ପରେ ତାଙ୍କ ଦଣ୍ଡ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରାଯାଇଥିଲା । ଶୁକ୍ରବାର ଆସିଥିବା ଏହି ରାୟ ପୂର୍ବତନ ଏସବିଆଇ ଏଜେଣ୍ଟ ଲେରୋ ଆଲେନ୍ ଏବଂ କେନେଥ ସ୍ନେଡଙ୍କ ବିରୋଧରେ ଆସିଥିଲା, ଯେଉଁମାନେ କି ଏହି କେସ୍ ର ଇନଭେଷ୍ଟିଗେସନ୍ ର ଅଂଶ ଥିଲା। ତେବେ ଏହି ଭାଇଙ୍କ ନିର୍ଦ୍ଦୋଷତା ଉପରେ ସନ୍ଦେହ ସୃଷ୍ଟି କରି ଏସବିଆଇ ଏଜେଣ୍ଟଙ୍କ ପାଇଁ ତାଙ୍କ ଓକିଲ ସ୍କଟ ମ୍ୟାକ୍ଲାଚି ଶେଷ ସମୟ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ନିର୍ଦ୍ଦୋଷ ପ୍ରମାଣିତ ହୋଇ ଥିଲେ । ନିର୍ଦ୍ଦୋଷ ପ୍ରମାଣିତ ହେବା ପରେ ମ୍ୟାକକୁଲମ୍ କହିଛନ୍ତି ଯେ ମୁଁ ମୋର ସ୍ୱାଧୀନତା ପାଇଛି। ଅନ୍ୟ ପଟେ ଓକିଲ ଏଲିଅଟ୍ ଆବ୍ରାମସ୍ କହିଛନ୍ତି ଯେ “ଆଜି ବି ଜେଲରେ ବହୁତ ନିରୀହ ଲୋକ ଅଛନ୍ତି ଯେଉଁମାନେ କି ନିର୍ଦ୍ଦୋଷ । ”

Related Posts