(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଗତ କାଲି ମୁମ୍ବାଇରେ ଏକ ଅଭାବନୀୟ ଘଟଣା ଘଟିଛି। ଦକ୍ଷିଣ ମୁମ୍ବାଇର କୋଭିଡ କେୟାର ସେଣ୍ଟରରେ ଜଣେ ୪୫ ବର୍ଷିୟ କରୋନା ରୋଗୀ ଛୁରୀରେ ନର୍ସଙ୍କ ଉପରକୁ ଆକ୍ରମଣ କରିଥିଲେ। ବିରୋଧରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ଏପ୍ରିଲ 18 ରେ ମାଲାବାର ହିଲ ଅଞ୍ଚଳରେ ଅବସ୍ଥିତ କେନ୍ଦ୍ରରେ ଘଟିଥିଲା। ଛୁରୀରେ ନର୍ସଙ୍କୁ ଆକ୍ରମଣ କରିବା ପରେ ସେ ଡାକ୍ତରଖାନାରୁ ପଳାଇ ଯାଇଥିଲେ। କିଛି ଘଣ୍ଟା ପରେ ପୋଲିସ ରାସ୍ତାରେ ଯାଉଥିବା ରୋଗୀଙ୍କୁ ଧରିଥିଲା। ପୋଲିସ ଅଧିକାରୀ କହିଛନ୍ତି, “ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ ଠିକ୍ ଭାବରେ ଚିକିତ୍ସିତ ହେଉ ନ ଥିବା ଅଭିଯୋଗ କରିଥିଲେ ଏବଂ ପରେ ନର୍ସଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ନର୍ସ ଆହତ ହୋଇଥିଲେ। ଆଇସିପିର ଧାରା 324 ଏବଂ 188 ସମେତ ମହାରାଷ୍ଟ୍ର ଜରୁରୀ ସେବା ରକ୍ଷଣାବେକ୍ଷଣ ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।





