ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କୁଖ୍ୟାତ ନିଶା ମାଫିଆ ଅନୀଲ ପାଣ୍ଡିର ୨ କୋଟିର ସମ୍ପତ୍ତି ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ହି ୨ କୋଟିର ସମ୍ପତ୍ତି ଭିତରେ ରହିଛି ୩ ମହଲା ବିଶିଷ୍ଟ ଏକ ବିଳାସପୂର୍ଣ୍ଣ ଘର । ଏହି କୋଠାର ଦାମ ୧ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଅଟକଳ କରାଯାଇଛି । ତାହାର ମଧ୍ୟ ୩୩ଟି ପ୍ଲଟ ଓ ବ୍ୟାଙ୍କ ଜମା ରହିଥିବା ଜଣାଯାଇଛି । କେବଳ ଏତିକି ନୁହେଁ, ଗୁଜୁରାଟ ଓ ମହାରାଷ୍ଟ୍ରରେ ତାହାର ସମ୍ପତ୍ତି ଥିବାର ସୁରାକ ମିଳିଛି । ଗତ ୨୦୨୧ ମସିହା ଅଗଷ୍ଟ ୧୩ରେ ୧୦ କୁଇଣ୍ଟାଲ ଗଞ୍ଜେଇ ସହ ଏକ ଟ୍ରକ ଜବତ ହୋଇଥିଲା । ଏହା ଅନୀଲ ଦ୍ବାରା ଚାଲାଣ ହେଉଥିବା କୁହାଯାଉଛି । ଅନୀଲ ପାଣ୍ଡିର ଅପରାଧିକ ସାମ୍ରାଜ୍ୟ ଓଡିଶାରୁ ଗୁଜୁରାଟ ପର୍ୟ୍ୟନ୍ତ ଲମ୍ବିଛି । ପୂର୍ବରୁ ତାର ଭାଇ ସୁନୀଲ ପାଣ୍ଡି ଗୁଜୁରାଟ ପୋଲିସ ଦ୍ୱାରା ଗିରଫ ହୋଇଥିଲା । ଅନୀଲ ପାଣ୍ଡି ଏବେ ବି ଫେରାର ଅଛି ।
ଏହି ୨ କୋଟିର ସମ୍ପତ୍ତି ଭିତରେ ରହିଛି ୩ ମହଲା ବିଶିଷ୍ଟ ଏକ ବିଳାସପୂର୍ଣ୍ଣ ଘର । ଏହି କୋଠାର ଦାମ ୧ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଅଟକଳ କରାଯାଇଛି । ତାହାର ମଧ୍ୟ ୩୩ଟି ପ୍ଲଟ ଓ ବ୍ୟାଙ୍କ ଜମା ରହିଥିବା ଜଣାଯାଇଛି । କେବଳ ଏତିକି ନୁହେଁ, ଗୁଜୁରାଟ ଓ ମହାରାଷ୍ଟ୍ରରେ ତାହାର ସମ୍ପତ୍ତି ଥିବାର ସୁରାକ ମିଳିଛି । ଗତ ୨୦୨୧ ମସିହା ଅଗଷ୍ଟ ୧୩ରେ ୧୦ କୁଇଣ୍ଟାଲ ଗଞ୍ଜେଇ ସହ ଏକ ଟ୍ରକ ଜବତ ହୋଇଥିଲା । ଏହା ଅନୀଲ ଦ୍ବାରା ଚାଲାଣ ହେଉଥିବା କୁହାଯାଉଛି । ଅନୀଲ ପାଣ୍ଡିର ଅପରାଧିକ ସାମ୍ରାଜ୍ୟ ଓଡିଶାରୁ ଗୁଜୁରାଟ ପର୍ୟ୍ୟନ୍ତ ଲମ୍ବିଛି । ପୂର୍ବରୁ ତାର ଭାଇ ସୁନୀଲ ପାଣ୍ଡି ଗୁଜୁରାଟ ପୋଲିସ ଦ୍ୱାରା ଗିରଫ ହୋଇଥିଲା । ଅନୀଲ ପାଣ୍ଡି ଏବେ ବି ଫେରାର ଅଛି ।





