ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ ମୃତ୍ୟୁ ଘଟଣା: କ୍ରାଇମ୍‌ବ୍ରାଞ୍ଜ ତଦନ୍ତ ନେଇ କଂଗ୍ରେସର ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସୂଚନାଧିକାର କର୍ମୀ ରଞ୍ଜନ ଦାସ ହତ୍ୟା ଘଟଣାର  କ୍ରାଇମ୍‌ବ୍ରାଞ୍ଜ ତଦନ୍ତ ନେଇ କଂଗ୍ରେସ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କଂଗ୍ରେସର ବରିଷ୍ଠ ନେତା ଧରଣିଧର ନାଏକଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ମଣ୍ଡଳି ଏଡିଜି ପୋଲିସ ହେଡ୍‌କ୍ୱାର୍ଟରରେ ପହଞ୍ଚି ଏହି ଦାବିପତ୍ର ପ୍ରଦାନ କରିଥିଲେ । ପୋଲିସ ହେଡ୍‌କ୍ୱାର୍ଟର ପକ୍ଷରୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନେଇ ପ୍ରତିଶ୍ରୁତି ଦିଆଯାଇଛି । ସୋମବାର 18 ଜଣ ଆଇଏସ୍‌ ଅଧିକାରୀ ରାଜ୍ୟରେ ସୂଚନା ଅଧକାର କର୍ମୀଙ୍କ ସୁରକ୍ଷା ନେଇ ସରକାରଙ୍କୁ ଚିଠି ଲେଖିଥିଲେ ।

ସୂଚନା ଯୋଗ୍ୟ ଗତ ଫେବ୍ରୁଆରୀ 1ରେ ସୂଚନା ଅଧିକାର କର୍ମୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଉି । ମଦ ମାଫିଆ, ଚିଙ୍ଗୁଡ଼ି ମାଫିଆ ଓ ଦୁର୍ନୀତିର ଖୁଲାସା କରିବାକୁ ଚେଷ୍ଟା କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସର କହିବାନୁଯାୟୀ ଦୁର୍ଘଟଣା ଯୋଗୁଁ ରଞ୍ଜନଙ୍କ ମୃତ୍ୟୁ ହୋଇଛି । କିନ୍ତୁ ରଞ୍ଜନଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ଉପୁଜିଥିଲା । କେମିତି ଓ କେଉଁଭଳି ପରିସ୍ଥିତିରେ ରଞ୍ଜନଙ୍କ ମୃତ୍ୟୁ ଘଟିଲା ତାହା ଏବେ ବି ରହସ୍ୟ ଘେରରେ ରହିଛି ।

ମଦ ମାଫିଆଙ୍କର ଏକ ବଡ଼ ଧରଣର ଖୁଲାସା କରିବାର ସୁରାଗ ପାଇଥିଲେ ରଞ୍ଜନ । ଖାଲି ସେତିକି ନୁହେଁ ବେଆଇନ୍‌ ଚିଙ୍ଗୁଡ଼ି ଘେରି, ଷ୍ଟାଡିୟମ୍‌ ନିର୍ମାଣରେ ଦୁର୍ନୀତିକୁ ପର୍ଦ୍ଦାଫାସ୍‌ କରିବାକୁ ଚେଷ୍ଟା କରୁଥିଲେ ରଞ୍ଜନ । ଯାହାକୁ ନେଇ ତାଙ୍କୁ ବାରମ୍ବାର ହତ୍ୟା ଧମକ ଦିଆଯାଉଥିଲା । ଏମିତିକି ସେ ତାଙ୍କ ବନ୍ଧୁ ମାନଙ୍କ ସହ ଏନେଇ ଆଲୋଚନା ମଧ୍ୟ କରିଥିଲେ । ପୂର୍ବରୁ ରଞ୍ଜନଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଥାନାରେ ସେ ଅଭିଯୋଗ କରିଥିଲେ । ହେଲେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଫଳରେ ପୋଲିସର ଭୂମିକାକୁ ନେଇ ମଧ୍ୟ ଲୋକେ ଅଧିକ ସନ୍ଦେହ କରୁଛନ୍ତି ।

Related Posts