ମୁମ୍ଵାଇ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ କମିବାରେ ଲାଗିଛି । ଗତ ୩ ମାସ ମଧ୍ୟରେ, ଆନ୍ତର୍ଜାତୀୟ ବଜାରରେ ୨୫-୩୦ ଡଲାର ଶସ୍ତା ହୋଇଛି । ଅଶୋଧିତ ତୈଳ ବର୍ତ୍ତମାନ ବ୍ୟାରେଲ ପିଛା ପ୍ରାୟ ୯୧ ଡଲାରରେ ଟ୍ରେଣ୍ଡ କରୁଛି। କିନ୍ତୁ ତଥାପି ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ଲାଭ ମିଳୁନାହିଁ। ଶେଷ ଥର ପାଇଁ ମେ ୨୧ ରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଥିଲେ। ଏହା ପରେ ପେଟ୍ରୋଲ ୯.୫୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭ ଟଙ୍କା ଶସ୍ତା ହୋଇଛି।
ବର୍ତ୍ତମାନ ବ୍ରେଣ୍ଟ କ୍ରୃଡ ଅଶୋଧିତ ତେଲ ବର୍ତ୍ତମାନ ବ୍ୟାରେଲ ପିଛା ପ୍ରାୟ ୯୧ ଡଲାରରେ ଟ୍ରେଣ୍ଡ କରୁଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୮୦.୮୫ ଡଲାରକୁ ଯାଇପାରେ। ଏହି ଅନୁପାତ ଆଧାରରେ ଯଦି ତୈଳ କମ୍ପାନୀଗୁଡିକ ମୂଲ୍ୟ ହ୍ରାସ କରନ୍ତି। ତେବେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୧୧ ରୁ ୧୨ଟଙ୍କା ହୋଇପାରେ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯଦି ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧ ଡଲାର ବୃଦ୍ଧି କିମ୍ବା ହ୍ରାସ ହୁଏ, ତେବେ ଦେଶର ତୈଳ କମ୍ପାନୀ ଗୁଡିକର ଲିଟର ଉପରେ ୪୫ ପଇସା ପ୍ରଭାବ ପଡିବ। ସେହି ଅନୁଯାୟୀ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୧୧ ରୁ ୧୨
-ଦିଲ୍ଲୀ ପେଟ୍ରୋଲ ୯୬.୭୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କା ।
-ମୁମ୍ବାଇ ପେଟ୍ରୋଲ ୧୧୧.୩୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୭.୨୮ ଟଙ୍କା ।
– ଚେନ୍ନାଇ ପେଟ୍ରୋଲ ୧୦୨.୬୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୪ ଟଙ୍କା ।
-କୋଲକାତା ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୭୬ ଟଙ୍କା ।
– ନୋଏଡାରେ ପେଟ୍ରୋଲ ୯୬.୫୭ ଟଙ୍କା ଏବଂ ଲିଟର ପିଛା ଡିଜେଲ ୮୯.୯୬ ଟଙ୍କା ।
– ଲକ୍ଷ୍ନୌରେ ପେଟ୍ରୋଲ ୯୬.୫୭ ଟଙ୍କା ଏବଂ ଲିଟର ପିଛା ଡିଜେଲ ୮୯.୭୬ ଟଙ୍କା ।
– ଜୟପୁରରେ ପେଟ୍ରୋଲ ୧୦୮.୪୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୩.୭୨ ଟଙ୍କା ।
– ପାଟନାରେ ପେଟ୍ରୋଲ ୧୦୭.୨୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୦୪ ଟଙ୍କା ।
– ଗୁରୁଗ୍ରାମରେ ୯୭.୧୮ ଟଙ୍କା ଏବଂ ଡିଜେଲ ପିଛା ୯୦.୦୫ ଟଙ୍କା ।
– ବେଙ୍ଗାଲୁରୁରେ ପେଟ୍ରୋଲ ୧୦୧.୯୪ ଟଙ୍କା ଏବଂ ଲିଟର ପିଛା ଡିଜେଲ ୮୭.୮୯ ଟଙ୍କା ।
– ଭୁବନେଶ୍ୱରରେ ପେଟ୍ରୋଲ ୧୦୩.୧୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୭୬ ଟଙ୍କା ଟଙ୍କା ହ୍ରାସ ଘଟିଛି
