ଭୁବନେଶ୍ବର: ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ପଢ଼ିବେ ସାଇବର ସୁରକ୍ଷା । ଏନେଇ ପାଠ୍ୟକ୍ରମରେ ଏହାକୁ ସାମିଲ କରାଯିବ । ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ ସମ୍ପର୍କିତ ସିଲାବସ୍କୁ ସାଇବର ଜାଗ୍ରତ ଦିବସ ଅବସରରେ ଗତ ୬ ତାରିଖରେ ଉନ୍ମୋଚନ କରାଯାଇଛି, ଯାହାକି ୟୁଜିସି ୱେବସାଇଟ୍ www.ugc.ac.in ରେ ଉପଲବ୍ଧ ହୋଇଛି।
ଏହା ମାଧ୍ୟମରେ ସାଇବର ସୁରକ୍ଷା ନେଇ ସାଧାରଣ ଲୋକଙ୍କୁ ସଚେତନ କରାଯାଇପାରିବ। ତେଣୁ ଏହି ସିଲାବସକୁ ପାଠ୍ୟକ୍ରମରେ ସାମିଲ କରିବା ଆବଶ୍ୟକୀୟ ପଦକ୍ଷେପ ନେବାକୁ ୟୁଜସି ପକ୍ଷରୁ ଦେଶର ସମସ୍ତ କୁଳପତି ଓ ଯୁକ୍ତି ତିନି କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି।
