କଳାହାଣ୍ଡି: ଅତୀତରେ କେ.ବି.କେ ଅଞ୍ଚଳ ଥିଲା କ୍ଷୁଧାର ସହର । ଲୋକେ କାମ ଧନ୍ଦା ଅଭାବରୁ ଭୋକ ଉପାସରେ ଅନାହାର ଜନିତ ମୃତ୍ୟୁର ଶିକାର ହେଉଥିଲେ। ଭୋକ ବିକଳରେ କିଏ ନିଜ ଶିଶୁ ସନ୍ତାନକୁ ତ କିଏ ନିଜ ନଣନ୍ଦକୁ ପର ହାତରେ ଟେକି ଦେଇଥିବାର ନଜିର ରହିଛି। ଏବେ ସେହି ଦୁର୍ନାମ ସହ ଅନ୍ୟ ଏକ ଦୁର୍ନାମ ଯୋଡି ହୋଇଯାଇଛି। ବର୍ତ୍ତମାନ ଏହି ଅଞ୍ଚଳ ସବୁ ମାନବ ଚାଲାଣର ଇଲାକାରେ ପରିଣତ ହୋଇଛି।


ଦଲାଲ ଜଣକ କାର୍ୟ୍ୟସ୍ଥଳରୁ ଫେରିବା ପରେ ଶ୍ରମିକଙ୍କ ନିର୍ୟ୍ୟାତନା ଆରମ୍ଭ ହେଇଯାଇଛି। ସେମାନଙ୍କ ମାଡ ଗାଳି ଯୋଗୁଁ ପ୍ରତିବାଦ କରିବାକୁ ମଧ୍ୟ ସାହସ ଜୁଟାଇ ପାରୁ ନାହାଁନ୍ତି। ଖାଇବା ପାଇଁ ମଧ୍ୟ ସଠିକ ଭାବେ ଦେଉନଥିବା ଆମ ପ୍ରତିନିଧିଙ୍କୁ ଫୋନ ଯୋଗେ ନିର୍ୟ୍ୟାତିତ ଶ୍ରମିକ ସୁଚନା ଦେଇଛନ୍ତି। ଏପରିକି ଶ୍ରମିକଙ୍କୁ ପାରିଶ୍ରମିକ ମଧ୍ୟ ଦେଉନଥିବା ବେଳେ ଏକ ପ୍ରକାର ନଜର ବନ୍ଦୀ କରି ରଖାଯାଇଛି। ଅସହାୟ ହେଇ ଏମାନେ କେବଳ କାମ କରୁଛନ୍ତି।
କେବଳ ଶ୍ରମିକ ନୁହେଁ ସେମାନଙ୍କ ସହିତ ଥିବା ନାଁ ବାଳକ ଶିଶୁ ମାନେ ମଧ୍ୟ ନିର୍ୟ୍ୟାତିତ ହେଉଥିବା ସୁଚନା ଦେବା ସହ ସେମାନଙ୍କୁ ତୁରନ୍ତ ସେଠାରୁ ମୁକ୍ତ କରିବା ନେଇ ଆକୁଳ ନିବେଦନ କରିଛନ୍ତି। ଏପରିକି ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଥିବା କହିଛନ୍ତି। ତେଣୁ ରାଜ୍ୟ ଶ୍ରମ ବିଭାଗ ଏଥି ପ୍ରତି ଗୁରୁତ୍ୱ ଦେଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଶ୍ରମିକ ମାନେ ଅନୁରୋଧ କରିଛନ୍ତି।




