ମୁମ୍ବାଇ-ଗୋଆ ହାଇୱେରେ ଏକ ଅଡ଼ି କାର ଭିତରୁ ମୃତଦେହ ଠାବ: ପୋଲିସର ତଦନ୍ତ ଆରମ୍ଭ

ମୁମ୍ବାଇ: ଅଡ଼ି ଭିତରେ ମୃତ ଦେହ ଠାବ କରିଛି ପୋଲିସ। ମୁମ୍ବାଇ-ଗୋଆ ହାଇୱେରେ ଠିଆ ହୋଇଥିବା ଏକ ଅଡ଼ି କାର ଭିତରେ ଏକ ମୃତ ଦେହ ଠାବ କରାଯାଇଛି। ତେବେ ଏହି ମୃତଦେହକୁ କାର କାଚ ଭାଙ୍ଗି ପୋଲିସ ଜବତ କରିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସଞ୍ଜୟ କାର୍ଲେ। ତାଙ୍କ ଘର ପୁଣେର ଯଶୱନ୍ତନଗରର ବୋଲି ଜଣାପଡ଼ିଛି।ତାଙ୍କ ଶରୀରରେ ୪ଟି ସ୍ଥାନରେ କ୍ଷତ ଚିହ୍ନ ଥବା ଜଣାପଡ଼ିଛି। ପୁଲିସ ଏକ ହତ୍ୟାମଲା ରୁଜ କରି ତଦନ୍ତ ଚଳାଇଛି। ତେବେ ଏହି ହତ୍ୟାକାଣ୍ଡର ପଛରେ ଥିବା ଅଭିଯୁକ୍ତଙ୍କ ଖୋଜ ଖବର ମିଳିନି। ପୁଲିସ ଏକ ତଦନ୍ତକାରୀ ଟିମ ଗଠନ କରି ତଦନ୍ତ ଚଳାଇଛି । ତେବେ କେଉଁ ଉଦ୍ଦେଶ୍ୟରେ କିଏ ଏହି ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି ତାହା ଜଣାପଡ଼ି ନାହିଁ।

Related Posts