ନୂଆଦିଲ୍ଲୀ: ମନି ଲଣ୍ଡରିଂ ଅଭିଯୋଗରେ ଗିରଫ ହୋଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପାଇଁ ଅଡୁଆ ବଢିବାକୁ ଲାଗିଛି | ସେପଟେ ରିମାଣ୍ଡ ଅବଧି ମଧ୍ୟ ବଢିଛି । ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସତ୍ୟେନ୍ଦ୍ର ସୋମବାର ଯାଏଁ ର କଷ୍ଟଡିରେ ରହିବେ। ଅର୍ଥାତ ତାଙ୍କ ରିମାଣ୍ଡ ଅବଧିକୁ ଆସନ୍ତ ଜୁନ୍‌ ୧୩ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି।

ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ରହିଛି। ଏହି ମାମଲରେ ଇଡି ତାଙ୍କୁ ମେ’ ୩୦ ତାରିଖରେ ଗିରଫ କରିଥିଲା। ନିକଟରେ ମନି ଲଣ୍ଡରିଂ ଆକ୍ଟ ଜରିଆରେ ସତ୍ୟେନ୍ଦ୍ର ଜୈନ ଓ ତାଙ୍କ ସହଯୋଗୀଙ୍କ ପରିସରରେ ଚଢ଼ାଉ ହୋଇଥିଲା। ଏହ ଚଢ଼ାଉ ବେଳେ ୨.୮୨ କୋଟି ନଗଦ ଟଙ୍କା ଓ ୧୩୩ ସୁନା ମୁଦ୍ରା ଜବତ ହୋଇଥିଲା। ଏହାପରେ ଇଡି ରିମାଣ୍ଡ ଅବଧି ବଢ଼ାଇବା ପାଇଁ ଦାବି କରିଥିଲା।

ସୂଚନାଯୋଗ୍ୟ, କୋର୍ଟ ବାହାରକୁ ଆସିବା ସମୟରେ ହଠାତ୍ ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାରୁ ତାଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ନେଇ ଦଲିଲ ଦେଇଛି କି ରିମାଣ୍ଡ ପରେ ଲାଲା ଶେର ସିଂ ମେମୋରିଆଲ ଟ୍ରଷ୍ଟ ପରିସରର ତଲାସି ନିଆଯାଇଥିଲା । ଏଥିରୁ ଜଣାପଡିଥିଲା କି ସତ୍ୟେନ୍ଦ୍ର ଜୈନ ଏହାର ଅଧ୍ୟକ୍ଷ ରହିଛନ୍ତି

ସେପଟେ ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଯିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲେ। ଏଥିସହ ଟ୍ୱିଟ୍‌ କରି କେଜ୍ରିୱାଲ ମୋଦି ସରକାରଙ୍କ ବିରୋଧରେ ଜୋରଦାର ବର୍ଷିବା ସହ ଗୁରୁତର ଅଭିଯୋଗ ମଧ୍ୟ ଆଣିଥିଲେ। ସେ କହିଥିଲେ ମୋଦି ସରକାର ବିଶେଷ କରି ଦିଲ୍ଲୀ ଓ ପଞ୍ଜାବରେ ଆପ୍‌ ସରକାର ପଛରେ ପଡିଛନ୍ତି।