
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଦୀପାବଳି ଅବସରରେ ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇବା ୩୦ ପ୍ରତିଶତ ହ୍ରାସ ପାଇଛି। ଏନେଇ ସୂଚନା ଦେଇଛନ୍ତି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ। ସେ କହିଛନ୍ତି ଯେ ବିଗତ ପାଞ୍ଚ ବର୍ଷ ପରେ ଦୀପାବଳି ପର ଦିନ ଅର୍ଥାତ ଆଜି ସହରରେ ବାୟୁ ଗୁଣବତ୍ତା ସର୍ବୋତ୍ତମ ରହିଛି।
ଗୋପାଳ ରାୟ କହିଛନ୍ତି ଯେ, ବାୟୁ ଗୁଣବତ୍ତା ସୂଚକାଙ୍କ ଆଜି ୩୨୩ ଥିବାବେଳେ ଗତ ବର୍ଷ ଆଜିର ଦିନରେ ଏହା ୪୬୨ ଥିଲା। ଏନେଇ ଗଣମାଧ୍ୟମକୁ ସେ କହିଛନ୍ତି ଯେ, ଦିଲ୍ଲୀର ଲୋକମାନେ ଚଳିତ ବର୍ଷ ଦୀପାବଳିରେ ବହୁତ ସତର୍କ ଥିଲେ। ବିଗତ ପାଞ୍ଚ ବର୍ଷ ମଧ୍ୟରେ ଆଜି ପ୍ରଦୂଷଣ ସ୍ତର ସର୍ବନିମ୍ନ ଅଟେ।
ଏହାସହ ସେ ଆଜି ସେ ଦିଲ୍ଲୀରେ ଆଣ୍ଟି-ସ୍ମଗ୍ ବନ୍ଧୁକ ଲଞ୍ଚ କରିଛନ୍ତି । ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ଅଧିକ ହେଉଥିବା ୪୦ ଟି ସ୍ଥାନରେ ଏହି ଧୂଆଁ ବିରୋଧୀ ବନ୍ଧୁକ ବା ଆଣ୍ଟି-ସ୍ମଗ୍ ବନ୍ଧୁକ ଲଗାଯିବ। ତେବେ ଚଳିତ ବର୍ଷ ଦୀପାବଳିରେ ଆତସବାଜି ଘଟଣାରେ ୩୦ ପ୍ରତିଶତ ହ୍ରାସ ଘଟିଛି। ପରିବେଶ ମନ୍ତ୍ରୀ କହିଛନ୍ତି ଯେ , ‘୩୨୩ ବାୟୁ ଗୁଣବତ୍ତା ସୂଚକାଙ୍କ ମଧ୍ୟ ବର୍ତ୍ତମାନ ଚିନ୍ତାଜନକ ଓ ଏହା ଆଗାମୀ ଦିନରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବ ବୋଲ ସୂଚିତ କରୁଛି ବୋଲି ସେ କହିଛନ୍ତି।
ଅନ୍ୟପଟେ ପଞ୍ଜାବରେ ଦୀପାବଳି ଦିନ (ସୋମବାର) ୧,୧୦୯ଟି ଫସଲ ଜଳିବା ଘଟଣା ସାମ୍ନାକୁ ଆସିଥିଲା।। ଗତ ବର୍ଷ ଦୀପାବଳିରେ ଏହା ୩,୦୩୨ରେ ପହଞ୍ଚି ଥିଲା। ଅନ୍ୟପକ୍ଷରେ ହରିୟାଣା ଓ ଉତ୍ତରପ୍ରଦେଶରେ ଫସଲ ଜଳିବା ମାମଲା ମଧ୍ୟ ବୃଦ୍ଧି ପାଇଛି। ଏହା ଫଳରେ ରାଜଧାନୀ ଦିଲୀରେ ଆଗକୁ ବାୟୁ ପ୍ରଦୂଷଣର ସ୍ଥିତି ଆହୁରି ବିଗିଡିବା ନେଇ ଅନୁମାନ କରାଯାଉଛି।