ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ରାଜଧାନୀ ରେ ଗତକାଲି ପୁଣି ଉଠିଛି ସ୍ଵତନ୍ତ୍ର ରାଜ୍ୟ ଦାବି। ଏହି ଦାବି ନେଇ କୋଶଳ ରାଏନ ମୁକ୍ତି ମୋର୍ଚ୍ଚା ର ଆହ୍ବାନ ରେ ଆଉ ୧୧ ଟି ସଂଗଠନ କୁ ନେଇ ଗଠିତ କମିଟି ବିଧାନ ସଭା ସମ୍ମୁଖ ରେ ନିଆରା ପ୍ରତିବାଦ କରିଥିଲେ। ସଂଗଠନ ର କମକର୍ତା ମାନେ ପାରମ୍ପରିକ ବାଦ୍ୟ ରେ ତାଳେ ତାଳେ ନୃତ୍ୟ ପ୍ରଦର୍ଶନ କରିଥିଲେ ଓ ଆଞ୍ଚଳିକ ଭିତ୍ତି ରେ ହେଉଥିବା ବିଭେଦ କୁ ବିରୋଧ କରିଥିଲେ। କମିଟି ର ଅଭିଯୋଗ ଅନୁସାରେ ଦୀର୍ଘ ୭୦ ବର୍ଷ ଧରି ପଶ୍ଚିମ ଓଡ଼ିଶା କୁ ଅଣଦେଖା କରା ଯାଇ ଆସୁଛି। ଏହାର ପରିଣାମ ହେଉଛି ଅଲଗା କୋଶଳ ରାଜ୍ୟ ର ଦାବି। ଅଭିଯୋଗ ଅନୁସାରେ ପଶ୍ଚିମ ଓଡ଼ିଶା ର ବିକାଶ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହୋଇଥିବା ବେଳେ ଆଜି ଯାଏ ତାର କାର୍ଯ୍ୟାଳୟ ପଶ୍ଚିମ ଓଡ଼ିଶା କୁ ଆସି ପାରିଲା ନାହିଁ। ବରଗଡ଼ କୁ ଓଡ଼ିଶା ର ଭାତ ହାଣ୍ଡି କୁହା ଯାଉଛି ମାତ୍ର କୃଷି ବିଶ୍ଵବିଦ୍ୟାଳୟ ଭୁବନେଶ୍ୱର ରେ ଅଛି। ୨ କୋଟି ଜନସଂଖ୍ୟା ବିଶିଷ୍ଠ ପଶ୍ଚିମ ଓଡ଼ିଶା ସର୍ବାଧିକ ରାଜସ୍ବ ଦିଏ ମାତ୍ର ଏହାର ବିକାଶ ବହୁ ପଛରେ ।

ତେଣୁ ସମ୍ବିଧାନ ର ଧାରା ୩ ଅନୁସାରେ ଏହି ଦାବି କରା ଯାଉଛି ବୋଲି ପ୍ରମୋଦ ମିଶ୍ର କହିଥିଲେ। ଲୋୟର ପିଏମଜି ରୁ ଏକ ବିଶାଳ ରାଲି ବାହାରି ଶେଷରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ଦେଇଥିଲେ।ସମ୍ବଲପୁର, ବଲାଙ୍ଗୀର,ବରଗଡ଼,କଳାହାଣ୍ଡି,ନୂଆପଡ଼ା,ଝାରସୁଗୁଡ଼ା,ଦେବଗଡ଼, ସୋନପୁର, ସୁନ୍ଦରଗଡ଼, ବୌଦ୍ଧ ଓ ଅନୁଗୁଳ ଜିଲ୍ଲା ର ଆଠମଲ୍ଲିକ କୁ ନେଇ ଏକ କୋଶଳ ରାଜ୍ୟ ଦାବି ଅନେକ ଦିନ ହୋଇ ଆସୁଛି। ଏହା ପୂର୍ବରୁ ମଧ୍ୟ ବହୁବାର ଦିଲ୍ଲୀ ଓ ଭୁବନେଶ୍ୱର ରେ ଏ ନେଇ ପ୍ରତିବାଦ କରା ଯାଇଛି।