ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଫିଟନେସ୍‌ ପରୀକ୍ଷା ଦେବେ ଧୋନି । ଉତ୍ତୀର୍ଣ୍ଣ ହେଲେ ଖେଳିବେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ । ସୂଚନା ଅନୁସାରେ ଗୋଡ଼ ମାସଂପେଶୀ ଯନ୍ତ୍ରଣାରୁ ଆରୋଗ୍ୟ ହାସଲ କରିବାପରେ ଧୋନି ଏବେ ନେଟ୍ସରେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି ଓ ସେ କୌଣସି ଶାରିରୀକ ସମସ୍ୟା ଅନୁଭବ କରୁନାହାନ୍ତି। ତେବେ ତାଙ୍କୁ ନେଇ କୌଣସି ବିପଦ ବରଣ କରିବାକୁ ଚାହୁଁନାହିଁ ସିଏସକେ। ପରୀକ୍ଷା ପରେ ତାଙ୍କ ଫିଟ୍‌ନେସ୍‌କୁ ନେଇ ସୁନିଶ୍ଚିତ ହେବା ପରେ ହିଁ ଧୋନିଙ୍କୁ ଖେଳିବାକୁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି ।