
ସତ୍ୟପାଠ ବ୍ୟୁରୋ, ୦୭/୦୧; ଭାରତର ଏଲିଟ ସ୍ପେଶାଲ୍ ପ୍ରୋଟେକସନ୍ ଗ୍ରୁପ୍ ବା (ଏସପିଜି), ଏହି ୟୁନିଟ୍ ରେ ୩୦୦୦-ଶକ୍ତିଶାଳୀ ଦୂର୍ଦ୍ଧଶ କମାଣ୍ଡୋ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ .ରେ ଅଛନ୍ତି। ପଞ୍ଜାବରେ ପି ଏମ ଙ୍କ ସୁରକ୍ଷା ଉଲ୍ଲଂଘନ ପରେ ଏହା ଏବେ ବିବାଦ ର ଝଡ ରେ ଫସିଛି।
କଳା ଚଷମା ଓ ସୁଟ୍ ଭିତରେ ଲୁଚି ରହିଥିବା ରିଭଲଭର ବନ୍ଧୁକ ଏବଂ କାନ ରେ ଇୟର ପିସ୍ ରେ ସଜ୍ଜିତ, ଏଲିଟ୍ ସ୍ପେଶାଲ୍ ପ୍ରୋଟେକସନ୍ ଗ୍ରୁପ୍ (ଏସପିଜି) ର କମାଣ୍ଡ ମାନେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ରହୁଥିବା ପରିଚିତ ଚେହେରା | ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ସେମାନଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ 1985 ରେ ପ୍ରଥମେ ଏହି ଗଢା ଯାଇଥିବାବେଳେ 2019 ରେ ନିୟମରେ ସଂଶୋଧନ ପରେ ଏସପିଜି କେବଳ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛି।
କେନ୍ଦ୍ରୀୟ ଯେତେ ପାରାମିଲିଟାରୀ ସଂସ୍ଥାଗୁଡ଼ିକ ଅଛି ସେଥିରେ ନିଯୁକ୍ତ ଯେତେ କମାଣ୍ଡୋ ଅଛନ୍ତି, ସେମାନଙ୍କ ମଧ୍ୟରେ ସର୍ବୋତ୍ତମ ଙ୍କୁ ଏହି ଏଲିଟ୍ SPG କମାଣ୍ଡୋଙ୍କ ଏକ ସ୍ୱତନ୍ତ୍ର 3000-ଶକ୍ତିଶାଳୀ ୟୁନିଟ ରେ ନିଯୁକ୍ତି ଦିଆଯାଏ।
SPG, ପାଇଁ 2020-21 ମସିହାରେ 592 କୋଟି ଟଙ୍କା ବଜେଟ୍ ଆବଣ୍ଟନ କରିଥିଲା। 2014-15 ପରଠାରୁ ବଜେଟ୍ ପ୍ରାୟ ଦ୍ୱିଗୁଣିତ ହୋଇଛି ଯେତେବେଳେ SPG ର ବାର୍ଷିକ ବଜେଟ୍ 289 କୋଟି ଥିଲା ଏବଂ ଏସପିଜି ପ୍ରଧାନମନ୍ତ୍ରୀ ଏବଂ ନେହେରୁ-ଗାନ୍ଧୀ ପରିବାରର ତିନିଜଣ ସଦସ୍ୟଙ୍କୁ ସୁରକ୍ଷା ଦେଉଥିଲେ। 2019-20 ରେ ଏସପିଜି ପାଇଁ ବଜେଟ୍ ଆବଣ୍ଟନର ତୀବ୍ର ବୃଦ୍ଧି 2018-19 ରେ 385 କୋଟିରୁ 535 କୋଟି ଟଙ୍କାକୁ ବୃଦ୍ଧି ପାଇଲା କାରଣ ନିର୍ବାଚନ ବର୍ଷ ହୋଇଥିବାରୁ ଚାରିଜଣ ସୁରକ୍ଷାକର୍ମୀ ଅଧିକ ଯାତ୍ରା କରିବେ। 592 କୋଟି ଟଙ୍କା (2021-22 ରେ SPG ର ବାର୍ଷିକ ବଜେଟ୍) ରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଖର୍ଚ୍ଚ ଦୈନିକ ୧.୬୨ କୋଟି ଟଙ୍କା ହେବ। ଦିନକୁ 1.62 କୋଟି କିମ୍ବା ଘଣ୍ଟାକୁ ପ୍ରାୟ 6.75 ଲ କ୍ଷ ଟଙ୍କା ଖର୍ଚ୍ଚ ହେଉଛି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ। |
ବୁଧବାର ଦିନ ର ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପରେ SPG ଫୋର୍ସ ଏବେ ବିବାଦ ଘେରରେ। ଗୃହ ମନ୍ତ୍ରଣାଳୟ ଏବଂ ଭାରତୀୟ ଜନତା ପାର୍ଟି ଉଭୟ ପଞ୍ଜାବ ସରକାର ଏବଂ ପଞ୍ଜାବ ପୋଲିସକୁ ପ୍ରଧାନମନ୍ତ୍ରୀଙ୍କ ଜୀବନକୁ ବିପଦରେ ପକାଇଥିବା ନେଇ ଅଭିଯୋଗ କରିଥିବାବେଳେ ଏହାର ପ୍ରତିଷ୍ଠା ଏବଂ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଯାହାର ଏକମାତ୍ର ଦାୟିତ୍ୱ ଏସପିଜିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଏବଂ ଭ୍ରମଣ ଯୋଜନା ବ୍ଲୁ ବୁକ୍ ରେ ରଖାଯାଇଥିବା ନିୟମକୁ ଅନୁସରଣ କରେ ଏବଂ ସମସ୍ତ ସମ୍ଭାବ୍ୟ ପରିସ୍ଥିତିକୁ ବିଚାର କରାଯାଇଥାଏ। ରୁଟ୍ ଏବଂ ସୁରକ୍ଷା ଯୋଜନାଗୁଡିକର ତଦାରଖ କରିବା ପାଇଁ ଏକ SPG ଅଗ୍ରୀମ ଦଳ ସର୍ବଦା ପ୍ରଧାନମନ୍ତ୍ରୀଙ୍କ ଗନ୍ତବ୍ୟ ସ୍ଥଳକୁ ଭ୍ରମଣର କିଛି ଦିନ ପୂର୍ବରୁ ଯାତ୍ରା କରିଥାଏ | ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ର ଇନପୁଟ ସହିତ ଏସପିଜି ଏବଂ ରାଜ୍ୟ ପୋଲିସ ବିକଳ୍ପ ମାର୍ଗ ଉପରେ ନିଷ୍ପତ୍ତି ନେଇଥାଏ, ଯାହାକୁ ପି ଏମ ଙ୍କ ଗସ୍ତ ପୁର୍ବରୁ ସାନଟାଇଜ୍ କରାଯାଏ, ଏବଂ ଆବଶ୍ୟକ ହେଲେ ପ୍ରଧାନମନ୍ତ୍ରୀଙ୍କୁ ଇମରଜେନ୍ସି ଇଭାକ୍ଵେସନ ଯୋଜନା ତିଆରି କରିଥାଏ।
ପ୍ରଧାନମନ୍ତ୍ରୀଙ୍କ ଯାତ୍ରା ଯୋଜନା ବ୍ଲୁ ପ୍ରିଣ୍ଟ MHA, SPG, IB, R&AW, MI ଏବଂ ପଞ୍ଜାବ ପୋଲିସ ମଧ୍ୟରେ ସୀମିତ ଥିଲା | ଏଠାରେ ପ୍ରଶ୍ନ ଉଠୁଛି ପ୍ରଧାନମନ୍ତ୍ରୀଙ୍କୁ 122 କିଲୋମିଟର ଦୂରରେ ଥିବା ବାଥୀଣ୍ଡା ଠାରୁ ହୁସେନାୱାଲା ପର୍ଯ୍ୟନ୍ତ ଦୁଇ ଘଣ୍ଟିଆ ଦୀର୍ଘ ସଡ଼କ ଯାତ୍ରା ରେ ନେବାପାଇଁ ସେମାନେ ସମସ୍ତେ ସହମତ ହୋଇଥିଲେ କି ନା ନାହିଁ?
ଖରାପ ପାଗ ଯୋଗୁଁ ଯଦି ସଡକ ଯାତ୍ରା ସ୍ଥିର ହୋଇଥିଲା (ପ୍ରଧାନମନ୍ତ୍ରୀ ହେଲିକପ୍ଟରରେ ଉଡ଼ିବାର ଥିଲା), ତେବେ ଏହି ରାସ୍ତାକୁ ସାନଟାଇଜ୍ ନକରିବା ପାଇଁ କେବଳ ପଞ୍ଜାବ ପୋଲିସକୁ କାହିଁକି ଦାୟୀ କରାଯିବ? ସିକ୍ୟୁରିଟୀ ବ୍ଲୁ ବୁକ୍ ରେ ଲେଖlଯାଇଛି ଯେ ସୁରକ୍ଷା ସବିଶେଷ ବିବରଣୀ, ମୋଟରକେଡ୍, ମୋଟରକେଡ୍ ରେ କେଉଁମାନେ ଯିବେ ତାର ଅନୁମତି ଦିଆଯିବ ଇତ୍ୟାଦି ଆଡଭାନ୍ସଡ ସିକ୍ୟୁରିଟି ଲିଆସନ୍ (ASL) ର ଅଂଶ ଭାବରେ ନିଷ୍ପତ୍ତି ନିଆଯାଏ | ଏହା ପରେ ବିବରଣୀଗୁଡିକ ପ୍ରକାଶିତ ହୁଏ ଏବଂ ଯିଏ ‘ଜାଣିବା ଆବଶ୍ୟକ’ ସେ ଆଧାର ରେ ବିତରଣ ହୁଏ | ସେକ୍ୟୁରିଟି ଏକ୍ସପର୍ଟଯେ ଙ୍କ କହିବା କଥା ଯେ ବିଭିନ୍ନ ସମୟରେ ASL ବୁକଲେଟ୍ ଗୁଡିକରେ ଶହେ ପୃଷ୍ଠା ଏବଂ ଅଧିକରେ ପୃଷ୍ଠା ସମ୍ବଳିତ ବିସ୍ତାରପୂର୍ଣ୍ଣ ସୁରକ୍ଷା ସୂଚନା ଥାଏ | ପ୍ରଧାନମନ୍ତ୍ରୀଙ୍କ ଚାରିପାଖରେ ଏହି ବିସ୍ତୃତ ସୁରକ୍ଷା ରିଙ୍ଗକୁ ଦୃଷ୍ଟିରେ ରଖି ବୁଧବାର, ଜାନୁଆରୀ ୫ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ ସମୟରେ ହୋଇଥିବା ‘ସୁରକ୍ଷା ଉଲ୍ଲଂଘନ’ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ପି ଏମ ଙ୍କ ‘ସୁରକ୍ଷା ଉଲ୍ଲଂଘନ’ SPG କେନ୍ଦ୍ର ଗୃହ ମନ୍ତ୍ରାଳୟ କୁ ରିପୋର୍ଟ କରିଥାଏ। ତେଣୁ ଅମିତ ଶାହା ଙ୍କ ସମେତ ବିଜେପି ସଭାପତି ଜେ.ପି. ନାଡା ଏବଂ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଯେଭଳି ତରବରିଆ ଭାବେ କେବଳ ପଞ୍ଜାବ ସରକାରଙ୍କୁ ଦାୟୀ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଶାରୀରିକ ଭାବେ କ୍ଷତି ପହଞ୍ଚାଇବା ପାଇଁ ଷଡଯନ୍ତ୍ର କରାଯାଇଛି ବୋଲି କହିଲେ ତାହା ସମସ୍ତଙ୍କୁ ବିସ୍ମିତ କରିଛି।
ପ୍ରଧାନମନ୍ତ୍ରୀଙ୍କୁ ‘ଶେଷ ମୁହୂର୍ତ୍ତରେ’ ରାସ୍ତାରେ 122 କିଲୋମିଟର ଯାତ୍ରା କରିବାକୁ ଅନୁମତି ଦେବା ନିଷ୍ପତ୍ତି ଚିନ୍ତାଜନକ। ଏତେ ଲମ୍ବା ଷ୍ଟ୍ରେଚ୍ ସାନିଟାଇଜ୍ କରିବା, ଦୁଇ ଘଣ୍ଟା ଧରି ଟ୍ରାଫିକ୍ ବନ୍ଦ କରିବା ବା ସାନିତାଇଯ ପାଇଁ ଏହା କେତେ ସମୟ ନେବ କିମ୍ବା ସଡ଼କ ପଥରେ ପିଏମ୍ ଙ୍କ ସୁରକ୍ଷା କିଭଳି ସୁନିଶ୍ଚିତ କରାଯିବ? ଏହା ପ୍ରକୃତରେ SPG ର କଣ୍ଟିଜେନ୍ସି ଯୋଜନାଗୁଡିକର ଏକ ଅଂଶ ଥିଲା ନା ନାହିଁ?
ଏହା ବ୍ୟତୀତ ଅନ୍ୟାନ୍ୟ ପ୍ରଶ୍ନ ଅଛି ଯାହାର ମଧ୍ଯ ଉତ୍ତର ଦେବାକୁ ପଡିବ | ବୁଧବାର ଦିନ ଉତ୍ତର ଭାରତରେ ବର୍ଷା ଏବଂ ଖରାପ ମୌସମ ସମ୍ପର୍କରେ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। ମେଟ ଡିପାର୍ତମେଣ୍ଟ ପୂର୍ବାନୁମାନ ପାଇଁ ଏସପିଜି ଢିଲା ମାରି ନ ପାରେ | କାରଣ ନିକଟରେ ଚପର ଦୁର୍ଘଟଣାରେ ଯେଉଁଥିରେ ଚିଫ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା, ଏସପିଜି ବାଥୀଣ୍ଡା ଠାରୁ ହୁସେନାୱାଲା ପର୍ଯ୍ୟନ୍ତ ହେଲିକପ୍ଟର ଯୋଗେ ଏଡ଼ାଇ ଦେଇଥାନ୍ତେ। କିନ୍ତୁ ତାହା କରିସାରିବା ପରେ, ଏସପିଜି ପ୍ରକୃତରେ ଦୀର୍ଘ, ଦୁଇ ଘଣ୍ଟାର ସଡ଼କ ଯାତ୍ରାକୁ ସାନଟାଇଜ୍ କରିଥିଲା କି?
ପ୍ରଧାନମନ୍ତ୍ରୀଙ୍କ ମୋଟରକେଡ୍ ରେ ସାଧାରଣତ ଏକ ‘ଚେତାବନୀ କାର’ ବି ଅନ୍ତର୍ଭୁକ୍ତ ଥାଏ ଯାହା ସର୍ବଦା ମୋଟରକେଡ୍ ଠାରୁ ଚାରି ରୁ ପାଞ୍ଚ ମିନିଟ୍ ଆଗରେ ଯାତ୍ରା କରିଥାଏ | ଏହା ପଛକୁ ଥାଏ ଏକ ପାଇଲଟ୍ କାର୍ | ଯଦି ବିପରୀତ ଦିଗରୁ ଟ୍ରାଫିକ୍ ଜାମ ଥିଲା କିମ୍ବା ଯଦି ସେମାନେ ରାସ୍ତା ଅବରୋଧ କରୁଥିବା ବିରୋଧକାରୀଙ୍କୁ ଦେଖିଥଲେ, ତେବେ କାହିଁକି ତୁରନ୍ତ ପିଏମ ଙ୍କ ମୋଟରକେଡ୍ ଅଟକି ନଥିଲା? ପ୍ରଧାନମନ୍ତ୍ରୀଙ୍କ କାରକୁ କାହିଁକି ବିକ୍ଷୋଭକାରୀମାନଙ୍କ ହାତ ପାହାନ୍ତା ଦୂରତା ମଧ୍ୟରେ ଫ୍ଲାଏ ଓଭର ଭିତରକୁ ଅଣା ଗଲା? ଯାହାକି ନିଶ୍ଚିତ ଭାବରେ ନିରାପତ୍ତାର ଏକ ଗୁରୁତର ଉଲ୍ଲଂଘନ ଥିଲା | ଏଥିପାଇଁ SPG ର ଉତ୍ତରଦାୟିତ୍ୱ କଣ?
ଯେଉଁମାନେ ବ୍ଲୁ ବୁକ୍ ଗାଇଡ ଲାଇନ ବିଷୟରେ ଜାଣିଛନ୍ତି ସେମାନଙ୍କର ଯୁକ୍ତି ହେଇଛି ଯେଉଁଠି SPG ସାମାନ୍ୟ ବାଧାବିଘ୍ନ ବା ବିପଦ ଦେଖିବ ପ୍ରଥମ ସଂକେତ ରେ ସେମାନେ ୟୁ ଟର୍ଣ୍ କରି ପ୍ରଧାନମନ୍ତ୍ରୀଙ୍କ ମୋଟରକେଡ କୁ ଫେରାଇ ଆଣିଥାନ୍ତେ। ତେବେ| କିଏ ଏବଂ କେଉଁ ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ମୋଟରକେଡ୍ କୁ ଫ୍ଲାଏ ଓଭରରେ 20 ମିନିଟ୍ ପାଇଁ ଅଟକି ରହିବାକୁ ଅନୁମତି ଦେଇଥିଲା ? ଗୃହ ମନ୍ତ୍ରାଳୟ ଅଭିଯୋଗ ଅନୁଯାୟୀ ବିକ୍ଷୋଭକାରୀଙ୍କ 20 ମିଟର ଭିତରେ କାହିଁକି ମୋଦୀ ଙ୍କ ମୋଟରକେଡ୍ ପହଞ୍ଚିବାକୁ ଅନୁମତି ଦିଆଗଲା?