ଠିକାଦାର୍ କାହାର ?

ନିର୍ବାଚନ ପୂର୍ବରୁ ଉପରକୁ ମାର୍‌ପିଟ୍‌ ଏବଂ ଭିତରେ କୋଳାକୋଳି ଥିଲା । ହେଲେ ଏବେ ଉପରେ କୋଳାକୋଳି କିନ୍ତୁ ଭିତରେ ଚାଲିଛି ଦୋଷ ଠେଲାଠେଲି । ଭୁବନେଶ୍ବର ବିମାନବନ୍ଦରରେ ଛାତ ଭୁଶୁଡ଼ିବା ପରେ ଉଭୟ ବିଜେପି ଓ ବିଜେଡିର ପ୍ରତିକ୍ରିୟା ଦର୍ଶାଉଛି ଉଭୟଙ୍କ ଅବୈଧ ସମ୍ପର୍କରେ କିଛି ଭଲ ନାହିଁ । ରାଜନୀତିରେ ପାଣିପାଗ କିଭଳି ବଦଳେ ତାହା ଉଭୟ ନେତାଙ୍କ ଦୋଷ ଲଦାଲଦିରୁ ସ୍ପଷ୍ଟ ଜଣାପଡ଼ୁଛି ।

2019 ନିର୍ବାଚନ ପୂର୍ବରୁ ନବୀନ ବାବୁ ଭାବୁଥିଲେ ମୋର ଅଭାବ ପଡ଼ିବ ମୁଁ ବିଜେପିରୁ ନେବି ଏବଂ ନରେନ୍ଦ୍ର ମୋଦି ଚାହୁଁଥିଲେ ମୋର ଅଭାବ ପଡ଼ିଲେ ନବୀନ ବାବୁଙ୍କ ପାଖରୁ ନେବି । ତେଣୁ ଲୋକଙ୍କଠାରୁ ଭୋଟ ହାତେଇବା ପାଇଁ ଉପରେ ଲଢ଼, ଭିତରେ କୋଳାକୋଳି ଚାଲିଥିଲା । କିନ୍ତୁ ନିର୍ବାଚନ ପରେ ଅମିତ ଶାହ ଓ ନବୀନ ପଟ୍ଟନାୟକ ଉପରେ କୋଳାକୋଳି ହୋଇଗଲେ । ତେଣୁ ଓଡ଼ିଶାରେ ଆଉ ମୁହାଁମୁହିଁ କେହି ଲଢ଼ୁ ନାହାନ୍ତି । ଭିତରେ କେମିତି ତୁତୁ ମେ ମେ ଚାଲିଛି ତାହା ବିମାନବନ୍ଦର ଛାତ ଭୁଶୁଡ଼ିବା ପରେ ଉଭୟ ଦଳର ଆଭିମୁଖ୍ୟ ହେଉଛି ବଡ଼ ଉଦାହାରଣ । ଛାତ ଖସିଲା ଠିକାଦାର କିଏ ? କେଉଁଠି ତୃଟି ରହିଲା, ପୋଲିସ କିଭଳି ତାକୁ ଧରିବ ? 

ଦୁର୍ଭାଗ୍ୟର କଥା ଲୁହା ପାଇପ ବଦଳରେ କାଠ ବହ୍ଲାରେ 3 ତାଲା ସଣ୍ଟ୍ରିଙ୍କ କରାଯାଇଥିଲା । ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରସିଜିଓର ଉଲ୍ଲଙ୍ଗନ କରାଯାଇଛି । ତେଣୁ କେବଳ ଠିକାଦାର ନୁହଁ, ସେ ଇଞ୍ଜିନିୟରକୁ ଧରିବା କଥା । ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଦାୟିତ୍ବ କିଏ ନେଇଥିଲା ?

ଏସବୁ ପ୍ରମୁଖ ପ୍ରଶ୍ନ ଉଠାଇବାର କଥା । ଯେହେତୁ ବିଜେପି କେନ୍ଦ୍ରରେ ସରକାର ଅଛି, ଆଉ ବିମାନବନ୍ଦର ସମ୍ପୂର୍ଣ୍ଣ କେନ୍ଦ୍ର ସରକାରଙ୍କ ଅଧିନରେ ଅଛି ତେଣୁ ସସ୍ମିତ ପାତ୍ର ଏସବୁ ଟେକ୍‌ନିକାଲ କଥା ଉଠାଇପାରିଥାନ୍ତେ । ବିଦେଶ ନୀତି ଉପରେ ଭାଷଣା ମାରି ବାହା ବାହା ନେଉଛନ୍ତି କିନ୍ତୁ ନିଜ ଘର ଛାତ ଭୁଶୁଡ଼ି ଯାଉଛି, ଜଣେ ଶ୍ରମିକ ମରୁଛି । କେଉଁ ଦିଗରେ ତ୍ରୁଟି ରହିଲା, କେଉ ଜାଗାରେ ଟେକ୍‌ନିକାଲ ତ୍ରୁଟି ରହିଛି ସେ କଥା ସାଧାରଣ ଲୋକ ଜାଣିବା ଦରକାର । କିନ୍ତୁ ଏସବୁ କଥା ପାତ୍ର ବାବୁଙ୍କର ମନେପଡ଼ିଲା ନାହିଁ ।

ଇଞ୍ଜିନିୟର କିଏ, ଠିକାଦାର କିଏ ଏବଂ ତାଙ୍କ ଲାଇସେନ୍ସ ବାଜ୍ୟାପ୍ତି କରାଯାଉ । ଏହି କାମ ଯେଉଁ ମନ୍ତ୍ରାଳୟ କରାଉଛି ସେ କେଉଁ ଅଧିକାରୀଙ୍କୁ ଦାୟିତ୍ବ ଦେଇଛି ? ଏହି କାମର ବୈଷୟିକ ଦିଗକୁ କେଉଁ ଅଧିକାରୀ ଅନୁମୋଦନ ଦେଇଥିଲେ ? ବିମାନବନ୍ଦର ଅଥୋରିଟି କାହାକୁ ମନିଟରିଙ୍ଗ ଦାୟିତ୍ବ ଦେଇଛି ।
56 କୋଟି ଟଙ୍କାର କାମ ନେଇଛି ଦିଲୀପ କନ୍‌ଷ୍ଟ୍ରକସନ । 

ସେପଟେ ବିମାନବନ୍ଦର ନିର୍ଦ୍ଦେଶକଙ୍କ କହିବା କଥା ଏହି ପ୍ରକଳ୍ପ ପାଇଁ ଦିଲ୍ଲୀପ କନଷ୍ଟ୍ରକସନ 56 କୋଟି ଟଙ୍କାର କାମ ନେଇଥିଲା । ବର୍ତ୍ତମାନ ସୁଦ୍ଧା 3 କୋଟି ଟଙ୍କାର କାର୍ଯ୍ୟ ଶେଷ ହୋଇଛି । ଭୁଶୁଡ଼ିଥିବା ଛାତର ଆନୁମାନିକ ଖର୍ଚ 20 ଲକ୍ଷ ଟଙ୍କା ହୋଇଥିବା ସୂଚନା ରହିଛି । 2 ବର୍ଷ ପାଇଁ ଏହି ପ୍ରକଳ୍ପ ଦାୟିତ୍ବ ନେଇଥିଲା ସମ୍ପୃକ୍ତ ସଂସ୍ଥା । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଦିଲୀପଙ୍କୁ ବିମାନବନ୍ଦର କର୍ତ୍ତୃପକ୍ଷ କାମ ଦେଇଥିଲେ ତେବେ ତାର ତଦାରଖ କଲେନି କାହିଁକି ? ଲୁହା ପାଇପ ବଦଳରେ କାଠ ବହ୍ଲାରେ ସଣ୍ଟ୍ରିଙ୍ଗ ହେଉଥିଲା ଯାହା ଗୋଟିଏ ରାତିରେ ତ କେବେ ହୋଇ ନଥିବ ।

ଯଦି ଦିଲୀପଙ୍କୁ ବିମାନବନ୍ଦର କର୍ତ୍ତୃପକ୍ଷ କାମ ଦେଇଥିଲେ ତେବେ ତାର ତଦାରଖ କଲେନି କାହିଁକି ?

ତେବେ ତାହାକୁ ଯାଞ୍ଚ କରିବା ଦାୟିତ୍ବ କହାର ଥିଲା ?

କାହିଁକି ସେତେବେଳେ ଅଭିଯୋଗ କରାଗଲା ନାହିଁ ?

କେନ୍ଦ୍ର ସରକାରଙ୍କ ବିଲ୍ଡିଂ କନ୍‌ଷ୍ଟ୍ରକସନର ଗାଇଡଲାଇନ କ’ଣ କହୁଛି ?

ଲୁହା ପାଇପ ବଦଳରେ କାଠ ବହ୍ଲାରେ ସଣ୍ଟ୍ରିଙ୍ଗ ହେଉଥିଲା କାହିଁକି ?

ଏସବୁ କଥା ସସ୍ମିତ ପାତ୍ର ଉଠାଇଲେ ନାହିଁ କାହିଁକି । ଏହା ପରିବର୍ତ୍ତେ ବିଜେପି ନାଁ କାହିଁକି ନେଲେ ? ଅର୍ଥାତ ଏହା ଦର୍ଶାଉଛି ଯେହେତୁ ଏହା କେନ୍ଦ୍ର ସରକାରଙ୍କ କାମ ତେଣୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ଏଭଳି କୁହାଯାଇଛି । ଆଲୋଚନା ହେଉଛି ଯେ ଓଡ଼ିଶାରେ ର୍ମେନ୍ଦ୍ରଙ୍କ ବିନା ଇସାରାରେ କୌଣସି କାମ ହେଉନାହିଁ, ସେ ଯେ କୌଣସି ବଭାଗ ହେଉନା କାହିଁକି । ତେଣୁ ମୌକା ମିଳିଛି ଧର୍ମେନ୍ଦ୍ରଙ୍କ ଘେରିଯିବା ପାଇଁ । ସେଥିପାଇଁ ସସ୍ମିତ ପ୍ରକୃତ ଦୋଷକ ଧରିବା ପରିବର୍ତ୍ତେ ବିଜେପିକୁ ଟାର୍ଗେଟ କରିଛନ୍ତି ।

ସେପଟେ ଧର୍ମେନ୍ଦ୍ରଙ୍କ କ୍ୟାମ୍ପର ପ୍ରଧାନଙ୍କ ସବୁଠୁ ବିଶ୍ବସ୍ତ କୁହାଯାଉଥିବା ଗୋଲକ ମହାପାତ୍ର ସାମ୍ନାକ ଆସିଲେ ଏବଂ ଠିକାଦାର ଦିଲୀପ ଖଟେଇଙ୍କୁ ଦୋଷୀ କରିବା ପରିବର୍ତ୍ତେ ତାଙ୍କର କେଉଁ ରାଜନେତା ଏବଂ ଅଫିସରଙ୍କ ସହ ଲିଙ୍କ୍ ଅଛି ସେ କଥା କହିଲେ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ବିଜେଡି ଆଉ ବିଜେପି ଭିତରେ କିଛି ଠିକ ଚାଲିନାହିଁ । ବିମାନବନ୍ଦରର ଛାତ ଖସିବା ଘଟଣା ବଜେପି-ବିଜେଡିର ଅବୈଧ ସମ୍ପର୍କରେ ଫାଟ ଥିବା କଥାକୁ ପଦାରେ ପକାଇ ଦେଇଛି ।

ସେପଟେ ବିଜେପିକୁ ଟାର୍ଗେଟ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଅଘଟଣକୁ ଆମେ ବିଜେପି ପରି ରାଜନୀତିକରଣ କରିବାରେ ବିଶ୍ବାସ କରୁନୁ । ଗତକାଲିର ଅଘଟଣ ଦୁର୍ଭାଗ୍ୟଜନକ, ଏହାକୁ ଏଡ଼ାଇଦିଆଯାଇ ପାରିଥାନ୍ତା । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ଏବଂ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉ । ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାଦ ନିଆଯାଉ ବୋଲି କହିଛନ୍ତି ସସ୍ମିତ ।

ବିମାନବନ୍ଦରରେ ଛାତ ଭୁଶୁଡ଼ିବା ଘଟଣାରେ ରାଜ୍ୟ ସରକାରଙ୍କୁ ବିଜେପିର ପ୍ରଶ୍ନ ବାଣ । ଦିଲୀପ ଖଟେଇଙ୍କ ସହ ଶାସକ ଦଳର କେଉଁ ନେତାଙ୍କ ସମ୍ପର୍କ ଅଛି ? ପ୍ରଶାସନରେ କିଛି ଅଫିସରଙ୍କ ସହ ଦିଲୀପଙ୍କ ସମ୍ପର୍କ ନାହିଁ ତ ? ଦିଲୀପ କନ୍‌ଷ୍ଟ୍ରକ୍ସନ୍‌ର ସରକାରଙ୍କଠାରୁ ଆଉ କେତୋଟି କାମ ହତେଇଛି ? 
ବିଜେଡିକୁ କଡ଼ା ଜବାଦ ଦେଇ ବମିଖାଲ ଓଭରବ୍ରିଜ୍‌ ଭୁଶୁଡ଼ିବା ଘଟଣାକୁ ମନେ ପକାଇଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ବମିଖାଲ ଓଭରବ୍ରିଜ୍‌ ଭୁଶୁଡ଼ିବା ବେଳେ ଏସ୍‌ଆରସି ଘଟଣାସ୍ଥଳକୁ ଯାଇନଥିଲେ ତାହା ହେଲେ ବିମାନବନ୍ଦର ଦୁର୍ଘଟଣା ବେଳେ ଗଲେ କାହିଁକି ? ବମିଖାଲ ବ୍ରିଜ୍‌ ଦୁର୍ଘଟଣା ପରେ ବି ପୂର୍ତ୍ତ ସଚିବଙ୍କୁ ଡାକି ନିର୍ବାଚନରେ ଟିକେଟ୍‌ ଦେଇଥିଲା ବିଜେଡି ।

କଂଗ୍ରେସ ଘଟଣାର ସିବିଆଇ ତଦନ୍ତ ଦାବି କରିଥିବା ବେଳେ ଉଭୟ ବିଜେପି ଓ ବିଜେଡି ହୋଇଛନ୍ତି ମୁହାଁମୁହିଁ । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ବଡ଼ ଧରଣର ଅଘଟଣ ହୋଇଛି, ଦିନ ହୋଇଥିଲେ ବହୁତ ଜୀବନ ଯାଇଥାନ୍ତା । ତେଣୁ ଏଭଳି ଘଟଣାର ସିବିଆଇ ତଦନ୍ତ କରାଯାଉ ।


ବିମାନବନ୍ଦନରରେ ଗତକାଲି ରାତିରେ ନିର୍ମାଣାଧୀନ ଛାତ ଭୁଶୁଡିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି । କେଉଁ ପରିସ୍ଥିତିରେ ଓ କାହିଁକି ଏଭଳି ଦୁର୍ଘଟଣା ଘଟିଲା ତାହାର ତଦନ୍ତ ପାଇଁ ପୂର୍ତ୍ତ ଏବଂ ଫୋରେନସିକ୍ ଏକ୍ସପର୍ଟଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି । ଦିଲୀପ କନ୍‌ଷ୍ଟ୍ରକ୍ସନ୍‌ର ସମସ୍ତ କାଗଜପତ୍ର ଯାଞ୍ଚ କରାଯାଉଛି । ଠିକାଦାର ଦିଲୀପ ଖଟେଇ ଏବଂ ସଂସ୍ଥାର ଇଞ୍ଜିନିୟରଙ୍କୁ ପଚରାଉଚରା ଚାଲିଛି । ଯୋଜନା, କାର୍ଯ୍ୟାନ୍ବୟନ, ସୁରକ୍ଷା ଠିକ୍‌ ଥିଲା ନା ନାହିଁ ତଦନ୍ତ ହେବ । ଏକ୍ସପର୍ଟ ଟିମ୍‌ର ରିପୋର୍ଟ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଡିପିସି ଅନୁପ ସାହୁ ।

ସେପଟେ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକ । ପରିବାର ଲୋକ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଛାତ ଭୁଶୁଡ଼ି ବଡମ୍ୱା ଅଂଚଳରର ଶ୍ରମିକ ଅନ୍ତର୍ଯ୍ୟାମୀ ଗୁରୁଙ୍କର ମୃତ୍ୟୁ ହୋଇଛି । ଭାଙ୍ଗି ଯାଇଥିବା ଛାତ ତଳେ ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଫସି ରହିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ସନ୍ଧାନୀ କୁକୁର ଜରିଆରେ ତାଙ୍କୁ ଠାବ କରାଯିବା ପରେ ସମସ୍ତ ଲୁହା ରଡକୁ ବାହାର କରି ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଉ ଜଣେ ଅଳ୍ପକେ ମୃତ୍ୟୁ ମୁହଁରୁ ବଞ୍ଚି ଯାଇଛନ୍ତି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ନାମ ନବକିଶୋର ସ୍ୱାଇଁ, ଘର ଢେଙ୍କାନାଳ ଅଞ୍ଚଳରେ । ଟର୍ମିନାଲ ୧ ଓ ଟର୍ମିନାଲ ୨କୁ ସଂଯୋଗ କରିବାକୁ ଏକ ଛାତର ନିର୍ମାଣ ଚାଲିଥିଲା । ଶୁକ୍ରବାର ରାତିରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଏହି ନିର୍ମାଣ କାମ ଚାଲିଥିବା ବେଳେ ଏହା ଭୁଷୁଡି ପଡିଛି । ଦୁର୍ଘଟଣା ଖବର ପାଇ ଓଡ୍ରାଫ, ଅଗ୍ନିଶମ, ଏନଡିଆରଏଫର ଟିମ୍ ପହଞ୍ଚି ଉଦ୍ଧାର ସେମାନଙ୍କୁ କରିଥିଲା ।

ଛାତ ଭୁଶୁଡ଼ିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ । ଦିଲ୍ଲୀ ହେଡକ୍ବାର୍ଟରରୁ ଏକ ଅନୁଧ୍ୟାନକାରୀ ଦଳ ଆସି ତଦନ୍ତ କରିବ । ଦୁର୍ଘଟଣା କାହିଁକି ଓ କେମିତି ଘଟିଲା ତାର ଯାଞ୍ଚ କରାଯିବ । ଟିମରେ ବୈଷୟିକ ବିଶେଷଜ୍ଞ ରହିବେ । ମୃତ ବ୍ୟକ୍ତିଙ୍କ ପରିବାରକୁ ସଂପୃକ୍ତ ସଂସ୍ଥା କ୍ଷତିପୂରଣ ଦେବାର ବ୍ୟବସ୍ଥା କରିବ ବୋଲି ସେ କହିଛନ୍ତି ।

ଭୁବନେଶ୍ୱର ଏୟାରପୋର୍ଟ ପରିସରରେ ନିର୍ମାଣ କାର୍ଯ୍ୟ କରୁଥିବା ଦିଲୀପ କନ୍‌ଷ୍ଟ୍ରକ୍ସନ୍‌ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଦିଲୀପ ଖଟେଇ। ଭୁବନେଶ୍ୱର ବିମାନ ବନ୍ଦରର ଟର୍ମିନାଲ-୧ ଏବଂ ଟର୍ମିନାଲ-୨ ମଧ୍ୟରେ ଲିଙ୍କ୍ ବିଲ୍ଡିଂର ନିର୍ମାଣ କରୁଥିଲା ଏହି ସଂସ୍ଥା । ହେଲେ ଗତକାଲି ରାତିରେ ପ୍ରାୟ ୧୦ ହଜାର ବର୍ଗ ଫୁଟ୍‌ର ଏହି ଛାତ ଭୁଶୁଡ଼ି ପଡ଼ିଥିଲା । ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରତର ହୋଇଛନ୍ତି ।

Related Posts