ଜିଲ୍ଲାପାଳମାନେ ବିଜେଡିର ଜିଲ୍ଲା ସଭାପତି ଭାବେ କାମ କରୁଛନ୍ତି: ମୋହନ ମାଝୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲାପାଳ ଏକ ମାରାଥନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିବା ଘଟଣାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି | ସେ କହିଛନ୍ତି ଯେ, ଜିଲ୍ଲାପାଳମାନେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଭାବେ କାମ କରୁଛନ୍ତି । ଏସପିମାନେ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଭଳି କାମ କରୁଛନ୍ତି ।

ମୟୁରଭଞ୍ଜ ଘଟଣା ଏହାକୁ ପ୍ରମାଣିତ କରିଦେଇଛି । ଲୋକଙ୍କ ସେବା ନ କରି ଏହି ଅଧିକାରୀମାନେ ବେପାର କରିବାରେ ବ୍ୟସ୍ତ ଅଛନ୍ତି। ମୟୁରଭଞ୍ଜ ଓ କେନ୍ଦୁଝର ଭଳି ଖଣି ଅଞ୍ଚଳରେ କେଉଁଠି କିଏ ଟ୍ରାନ୍ସପୋର୍ଟ କରିବ,କିଏ ବେପାର କରିବ, କେଉଁଠି କାହାର ଗାଡି ମୋଟର ଲାଗିବ,କେଉଁଠି କାହାର ମେସିନ ଲାଗିବ ଏ ସବୁ କଥା ବୁଝୁଛନ୍ତି । ଜନତାଙ୍କ ସମସ୍ୟା ବୁଝିବା ପାଇଁ ଜିଲ୍ଲାପାଳମାନଙ୍କ ପାଖରେ ସମୟ ନାହିଁ କିନ୍ତୁ ଏଇ ଭଳି ଦଳୀୟ କାର୍ଯ୍ୟ କରିବାରେ ସେମାନେ ବ୍ୟସ୍ତ ଅଛନ୍ତି। ଏହାଠାରୁ ସବୁଠୁ ସଙ୍ଗୀନ ପ୍ରସଙ୍ଗ ହେଉଛି ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାପାଳ ଗୋଟେ ଜିଲ୍ଲାରେ ୬ ରୁ ୭ ବର୍ଷ ହେଲା ରହିଛନ୍ତି । ଏହି କରିତକର୍ମା ଜିଲ୍ଲାପାଳ ସେଠି କଣ ଏମିତି ସଫଳତା ଆଣିଦେଲେ ଯେ ତାଙ୍କୁ ୭ ବର୍ଷ ହେଲା ସେଠି ରଖାଯାଇଛି । ନବୀନ ପଟ୍ଟନାୟକଙ୍କ ଟି ସାର୍ଟ ପିନ୍ଧିବା ଏବଂ ପାର୍ଟି କାର୍ଯ୍ୟକ୍ରମରେ ସାମିଲ ହେବା କେଉଁ ପରିପ୍ରେକ୍ଷୀରେ ହୋଇଛି ତାହାର ଅନୁଧ୍ୟାନ ହେବା ଦରକାର ।

Related Posts