ଭୁବନେଶ୍ୱର,୨୧/୧୨(ସତ୍ୟପାଠ ବ୍ୟୁରୋ): ଚିଲିକାରେ ଆଜିଠୁ ଡଲଫିନ୍ ଗଣନା ଆରମ୍ଭ ହୋଇଛି। ବନବିଭାଗ ଓ ସିଡିଏର ମିଳିତ ଉଦ୍ୟମରେ ଗଣନା ପ୍ରକ୍ରିୟା ଚାଲିଛି। ସକାଳ ୬ଟାରୁ ଗଣନା ପ୍ରକ୍ରିୟା ଆରମ୍ଭ ହୋଇ ଦିନ ୧୨ ଟା ପର୍ଯ୍ୟନ୍ତ ଚାଲିବ। ଏହି ଗଣନା କାର୍ଯ୍ୟରେ ମୋଟ ୧୮ଟି ଟିମ୍ ସହ ମୋଟ ୧୬୦ ଜଣ କର୍ମଚାରୀ ସାମିଲ ହୋଇଛନ୍ତି।
ସୂଚନା ଅନୁସାରେ, ଚିଲିକାର ସାତପଡ଼ା ରେଞ୍ଜରୁ ୮ଟି ଏବଂ ବାଲୁଗାଁ ରେଞ୍ଜରୁ ୧୦ ଟିମ୍ ଦ୍ୱାରା ଆରମ୍ଭ ହୋଇଛି ଡଲଫିନ ଗଣତି କାର୍ଯ୍ୟ। ଏହି ଗଣନା କାର୍ଯ୍ୟରେ ବନବିଭାଗ କର୍ମଚାରୀ, ସିଡିଏ କର୍ମଚାରୀ, ଡଲଫିନ ବିଶେଷଜ୍ଞ, ସ୍ଵେଚ୍ଛାସେବୀ ଏବଂ ପରିବେଶବିତଙ୍କ ସହିତ ଜଣେ ଡଙ୍ଗା ଚାଳକ ରହିଛନ୍ତି। ଗୋଟିଏ ଟିମରେ ୫ ରୁ ୬ ଜଣ ରହିଛନ୍ତି। ବାଇନାକୁଲାର, ଜିପିଏସ, ଏବଂ ରେଞ୍ଜ ଫାଇଣ୍ଡର ମାଧ୍ୟମରେ ଗଣତି କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।