ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଜକୁ ଯୀଶୁଖ୍ରୀଷ୍ଟଙ୍କ ଅବତାର ବୋଲି ଦାବି କଲେ ଟ୍ରମ୍ପ । ତେବେ ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ନିଜକୁ ଯୀଶୁ ଖ୍ରୀଷ୍ଟ ଭାବରେ ଦର୍ଶାଯାଇଛି। ଏହି ଫଟୋ ଏଆଇ ଦ୍ୱାରା ସୃଷ୍ଟି ହୋଇଥିବା ପରି ମନେହେଉଛି। ଫଟୋରେ ଟ୍ରମ୍ପ ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ ଏକ ଚମତ୍କାରୀ ଆଶୀର୍ବାଦ ଦେଉଥିବାର ଦେଖିବାକୁ ମିଳୁଛି। ଏହି ଚିତ୍ରରେ ଆମେରିକୀୟ ପତାକା ଏବଂ ପୃଷ୍ଠଭୂମିରେ ଦେବଦୂତଙ୍କ ପରି ଠିଆ ହୋଇଥିବା ଅନେକ ଆମେରିକୀୟ ସୈନିକଙ୍କୁ ଦର୍ଶାଯାଇଛି। ଯୁଦ୍ଧ ବିମାନଗୁଡ଼ିକ ଆକାଶରେ ଉଡୁଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ଟ୍ରମ୍ପ ନିଜକୁ ଜଣେ ଶକ୍ତିଶାଳୀ ନେତା ଭାବରେ ଚିତ୍ରଣ କରିଛନ୍ତି। ସେପଟେ ଡୋନାଲ୍ଡ ଟ୍ରମ୍ପ କ୍ୟାଥଲିକ୍ ଚର୍ଚ୍ଚର ମୁଖ୍ୟ ପୋପ୍ ଲିଓଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ପୋପ୍ ଲିଓ ସମ୍ପ୍ରତି ଟ୍ରମ୍ପଙ୍କ ବୈଦେଶିକ ନୀତି ଏବଂ ପ୍ରବାସ ନୀତିକୁ କଡ଼ା ସମାଲୋଚନା କରିଥିଲେ। ସେଥିପାଇଁ ଆମେରିକା ରାଷ୍ଟ୍ରପତି ପୋପ୍ଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟଦେଇଛନ୍ତି। ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି, ପୋପ୍ ଲିଓ ଅପରାଧ କ୍ଷେତ୍ରରେ ଦୁର୍ବଳ ଏବଂ ତାଙ୍କର ବୈଦେଶିକନୀତି ଭୟଙ୍କର ବୋଲି କହିଛନ୍ତି ।
