ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଖୁବଶୀଘ୍ର ଗଠନ ହେବ ପାନୀୟ ଜଳ ନିଗମ । ତେବେ ନିଗମ ଗଠନ ନେଇ ଖୁଵ ଶୀଘ୍ର ଦୁଇଟି ରାଜ୍ୟକୁ ଯିବ ସ୍ବତନ୍ତ୍ର ଟିମ। ମଧ୍ୟ ପ୍ରଦେଶ ଏବଂ କର୍ଣ୍ଣାଟକକୁ ଟିମ ଯାଇ ନିଗମର ରୂପରେଖ କେମିତି ହେବ ସେ ବାବଦରେ ଅନୁଧ୍ୟାନ କରିବେ। ଆଇଟି ଏବଂ ଡିଜିଟାଲ ପ୍ଲାଟଫର୍ମ ସହ ନିଗମ କାର୍ଯ୍ୟ କରିବ। ୨୦୭ମେଗା ପ୍ରକଳ୍ପ, ୧୮ହଜାର ୭୦୦ ସିଙ୍ଗଲ ଭାଲ୍ଭ, ୬ହଜାର ୫୫୧ ସୋଲାର ସିଷ୍ଟମ ପରିଚାଳନାକୁ ନିଗମ ନିରୀକ୍ଷଣ କରିବ। ନୂଆ ନୀତିରେ ମେଗା ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣ ବେକ୍ଷଣ ଦାୟିତ୍ୱ ୫ବର୍ଷ ପାଇଁ ଗୋଟିଏ ଏଜେନ୍ସିକୁ ଦିଆଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ଓ ଜଳଯୋଗାଣ ମନ୍ତ୍ରୀ ରବି ନାୟକ।
