
ଅମ୍ରିତସର: ଦିଲ୍ଲୀ ଏନସିଆର ପରେ ଥରିଲା ଅମ୍ରିତ୍ସର । ସୋମବାର ଭୋରୁ ଭୂମିକମ୍ପର ଝଟକା ଲାଗିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତିବ୍ରତା ୪.୧ ରହିଛି । ଭୂମିକମ୍ପର କେନ୍ଦ୍ରବିନ୍ଦୁ ଅମ୍ରିତ୍ସର ଠାରୁ ୧୪୫ କିଲୋମିଟର ଉତ୍ତର-ଦକ୍ଷିଣରେ ରହିଛି ।
ଭାରତୀୟ ସିସ୍ମୋଲୋଜି ବିଭାଗର ରିପୋର୍ଟ ଅନୁଯାୟୀ, ସୋମବାର ଭୋରୁ ୩.୪୨ ମିନିଟରେ ପଞ୍ଜାବର ଅମ୍ରିତସର ଓ ଏହାର ଆଖପାଖ ଅଞ୍ଚଳ ଭୂମିକମ୍ପ ଝଟକା ଲାଗିଛି । ଭୂମିକମ୍ପର କେନ୍ଦ୍ରବିନ୍ଦୁ ଅମ୍ରିତସର ଠାରୁ ୧୪୫ କିଲୋମିଟର ଦୂରରେ ରହିଛି । ରିକ୍ଟରସ୍କେଲରେ ଏହାର ତିବ୍ରତା ୪.୧ ରହିଥିବା ବେଳେ ଏହାର ଗଭୀରତା ଭୂପୃଷ୍ଠରୁ ୧୨୦ କିଲୋମିଟର ଦୂର ପର୍ଯ୍ୟନ୍ତ ରହିଛି ।
ଏହା ପୂର୍ବରୁ ଗତ ସପ୍ତାହରେ ଦିଲ୍ଲୀରେ ମଧ୍ୟ ଭୂମିକମ୍ପ ଝଟକା ଲାଗିଥିଲା । ନଭେମ୍ବର ୧୨ ତାରିଖରେ ଦିଲ୍ଲୀ ଏନସିଆର, ଉତ୍ତରାଖଣ୍ଡ ସମେତ ୭ରାଜ୍ୟର ଲୋକ ଭୂମିକମ୍ପ ଅନୁଭବ କରିଥିଲେ । ରିକ୍ଟରସ୍କେଲରେ ଏହାର ତିବ୍ରତା ୬.୩ ରହିଥିଲା । ସେହିପରି ଚଳିତ ମାସରେ ନେପାଳରେ ମଧ୍ୟ ଭୂମିକମ୍ପ ଅନୁଭୁତ ହୋଇଥିଲା