କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କ ସମେତ ଏକାଧିକ ଆପ୍ ନେତାଙ୍କ ଘରେ ଇଡି ରେଡ୍

ଭୁବନେଶ୍ୱର,୬/୨(ସତ୍ୟପାଠ ବ୍ୟୁରୋ):  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ଏବଂ ଆପ୍ ସାଂସଦଙ୍କ ସମେତ ଏକାଧିକ ଆପ୍ ନେତାଙ୍କ ଘରେ ରେଡ୍। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୧୨ଟି ସ୍ଥାନରେ ଚଢାଉ କରିଛି। 

ଅର୍ଥ ହେରଫେର ମାମଲାରେ ଚଢାଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି ଅଧିକାରୀମାନେ ଦିଲ୍ଲୀ, ଚଣ୍ଡିଗଡ଼ ଏବଂ ବାରଣାସୀର ୧୨ରୁ ଅଧିକ ସ୍ଥାନରେ ଚଢାଉ ଜାରି ରଖିଥିଲେ। 

ଏହି ଚଢାଉରେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର, ରାଜ୍ୟସଭା ସାଂସଦ ଏନ.ଡି ଗୁପ୍ତା, ଦିଲ୍ଲୀର ଜଳ ବୋର୍ଡର ପୂର୍ବତନ ସଦସ୍ୟ ଶଲଭ କୁମାର ଅଛନ୍ତି।

ସୂଚନା ଅନୁସାରେ, ଜଳ ବୋର୍ଡରେ ହୋଇଥିବା ଘୋଟାଲା ଉପରେ ତଦନ୍ତ କରୁଛି ଇଡି। ସିବିଆଇ ଦ୍ୱାରା ପଞ୍ଜୀକୃତ ହୋଇଥିବା ଦୁଇଟି ମାମଲାରେ ଅର୍ଥ ହେରଫେରର ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ମାମଲାରେ ଜଳ ବୋର୍ଡର ଦୁଇଜଣ ପୂର୍ବତନ ମୁଖ୍ୟ ଇଞ୍ଜିନିୟରଙ୍କୁ ଗିରଫ କରାଯାଇଥିଲା।

Related Posts