ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ବାହାରିବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ । ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡ଼ୁ, ଆସାମ ଓ କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀର ନିର୍ବାଚନୀ ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ଏହା ମଧ୍ୟରେ ଆସାମରେ ଆଗରେ ଚାଲିଛି BJP । ଆସାମରେ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ପ୍ରଥମ ରାଉଣ୍ଡ ପ୍ରକାଶ ପାଇଛି। ଏଠାରେ, ବିଜେପି ତିନୋଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ଗୋଟିଏରେ ଆଗରେ ଅଛି। ବିଜେପି ୬୧ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ କେବଳ ୯ଟି ଆସନରେ ଆଗୁଆ ଅଛି। ଏଥର ଏଠି ଭାଜପା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ହ୍ୟାଟ୍ରିକ କରିବା ମୋଡରେ ଅଛନ୍ତି ବୋଲି କୁହାଯାଉଛି।
