ଓ୍ବାଶିଂଟନ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟ୍ବିଟରର ନୂଆ ମାଲିକ ଏଲନ ମସ୍କ ଏବେ କିଛି ଦିନ ହେଲା ବେଶ୍ ଚର୍ଚ୍ଚାରେ ରହି ଆସୁଛନ୍ତି । ସେ ନିଜ ଅଫିସ୍ ରୁ କର୍ମଚାରୀଙ୍କୁ7 ଛଟେଇ କରିବା କୁ ନେଇ ହେଉ ଅବା ନିଜ ବ୍ୟକ୍ତିଗତ ଜୀବନକୁ ନେଇ । ଏବେ ସେ ବେଶ୍ ଚର୍ଚ୍ଚାରେ ରହି ଆସୁଥିବା ବେଳେ, ଏବେ ସେ ନିଜ ସ୍ବାସ୍ଥ୍ୟକୁ ନେଇ ଚର୍ଚ୍ଚା ମଧ୍ୟକୁ ଆସିଛନ୍ତି ।
ପ୍ରାୟ ୧୪ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି ମସ୍କ । ଏନେଇ ସେ କହିଛନ୍ତି, ସେ ତାଙ୍କ ଓଜନ ପ୍ରାୟ ୩୦ ପାଉଣ୍ଡ ଅର୍ଥାତ୍ ପ୍ରାୟ ୧୩.୬ କିଲୋଗ୍ରାମ ହ୍ରାସ କରିଛନ୍ତି। ମସ୍କ ନିଜେ ଟ୍ବିଟରରେ ଏହା ପ୍ରକାଶ କରିଛନ୍ତି। ଜଣେ ୟୁଜର କହିଛନ୍ତି, ଆପଣ ବହୁତ ଓଜନ ହ୍ରାସ କରିଛନ୍ତି।
ଅନ୍ୟ ଜଣେ ୟୁଜର କହିଛନ୍ତି, ମସ୍କକୁ ପଚାରିଲେ ସବୁଠାରୁ ଅଧିକ ପାର୍ଥକ୍ୟ କଣ? ସେ ଟ୍ବିଟ୍ କରି କହିଛନ୍ତି, ‘ସବୁଠାରୁ ବଡ ପାର୍ଥକ୍ୟ କଣ?’ ଏହା ଉପରେ ମସ୍କ କହିଛନ୍ତି, ‘ଉପାସ ରହିବା, ମଧୁମେହ ଔଷଧ ଗ୍ରହଣ କରିବା ଏବଂ କୌଣସି ସୁସ୍ବାଦୁ ଖାଦ୍ୟ ନ ଖାଇବା। ମୁଁ ସେଗୁଡ଼ିକର ଯତ୍ନ ନେଉଛି।’ ଏହା ତାଙ୍କ ଓଜନ ହ୍ରାସର ରହସ୍ୟ ବୋଲି ସେ ପ୍ରକାଶ କରିଛନ୍ତି।
୫୧ବର୍ଷୀୟ ଏଲନ ତାଙ୍କ ସ୍ବାସ୍ଥ୍ୟର ବହୁତ ଯତ୍ନ ନେଉଥିବା ତାଙ୍କ ଟୁଇଟ୍ରୁ ଜଣାପଡୁଛି ।





