ନବାବ ମଲିକ ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଶରଦ ପାୱାରଙ୍କ ଜରୁରୀକାଳିନ ବୈଠକ

ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ଭାରତର ମୋଷ୍ଟୱାଣ୍ଡେଡ ଦାଉଦ ଇବ୍ରାହିମ ସହ ଲିଙ୍କ ଓ ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲିକଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଛି। ଗିରଫ ପରେ ଏନସିପି ନେତା ନବାବ ମଲିକଙ୍କୁ ମୁମ୍ବାଇର ଏକ ସ୍ୱତନ୍ତ୍ର ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା। ଏଥି ସହିତ ମହାରାଷ୍ଟ୍ରରେ ଗିରଫ ହେବା ପରେ ରାଜ୍ୟର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ନବାବ ମଲିକଙ୍କ ଗିରଫ ପରେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ସିଏମ ଉଦ୍ଦଭ ଠାକରେ ଏକ ଜରୁରୀ ବୈଠକ ଡାକିଛନ୍ତି। ଏହି ସମୟରେ, ପିଏମଏଲଏ କୋର୍ଟରେ ହାଜର ହେବା ସମୟରେ ନବାବ ମଲିକ କହିଛନ୍ତି ଯେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଅଧିକାରୀମାନେ ସକାଳେ ମୋ ଘରକୁ ଆସି ମୋତେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କାର୍ୟ୍ୟାଳୟକୁ ନେଇ ଯାଇଥିଲେ ଏବଂ ପରେ ମୋର ବିବୃତ୍ତି ରେକର୍ଡ କରିଥିଲେ।

ସେ ମୋତେ ଅଫିସରେ ଏକ କଫି ଦେଇଥିଲେ ଏବଂ ଏଥିରେ ଦସ୍ତଖତ କରିବାକୁ କହିଥିଲେ। ଏହାପୂର୍ବରୁ ଗିରଫ ସମୟରେ ମଲିକ କହିଥିଲେ ଯେ ସେ ନତମସ୍ତକ ହେବେ ନାହିଁ । ଲଢ଼ିବେ ଏବଂ ଜିତିବେ ବୋଲି ନବାବ ମଲିକ କହିଛନ୍ତି । ସେପଟେ ନବାବ ମଲିକ ଗିରଫ ହେବା ପରେ ବିଜେପି ତାଙ୍କ ଇସ୍ତଫା ଦାବି କରିଛି। ଇଡି ଦ୍ୱାରା ନବାବ ମଲିକଙ୍କୁ ଗିରଫ କରାଯିବା ପରେ ବିଜେପି ନେତା ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି ଯେ ଆଜି ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲିକଙ୍କୁ ଇଡି ଗିରଫ କରିଛି। ବର୍ତ୍ତମାନ ସେ ଇସ୍ତଫା ଦେବା ଉଚିତ, ଏହା ମହାରାଷ୍ଟ୍ରର ପରମ୍ପରା। “

Related Posts