OPTCLରେ 5 T ଛାରଖାର; ବିବାଦରେ ଶର୍ମାଙ୍କ EXTENSION ଥୋପ

ସତ୍ୟପାଠ ବ୍ୟୁରୋ : ବିପଦରେ ନବୀନ ବାବୁଙ୍କ ଅତି ପ୍ରିୟ ତଥା ସୁଦ୍ରପ୍ରସାରୀ 5 T ନୀତି। ବିଷୟ ଟି ଏଭଳି ବିବାଦୀୟ ସ୍ତରକୁ ଗଲାଣି ଯେ, ଏବେ 5T ର ପରିଚାଳନା ମୁଖ୍ୟ ପାଣ୍ଡିଆନ ସାର୍ ଭି ସନ୍ଦେହ ଘେରରେ। ଘଟଣା ଟି ହେଉଛି, ସରକାରୀ ଉଦ୍ୟୋଗ ବିଭାଗ ଓ ଶକ୍ତି ବିଭାଗ ଅଧୀନରେ ଥିବା Odisha Power Transmission Corporation Limited ଵା OPTCL ରେ ୪ ଜଣ ଡାଇରେକ୍ଟର ବା ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି କୁ ନେଇ ଉପୁଜି ଥିବା ବିବାଦ। ଏ ନେଇ ୧୩ ଅଗଷ୍ଟ ୨୦୧୯ ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ Public Sector Enterprises Board ର ଏକ ଉଚ୍ଚସ୍ତରୀୟ ବୈଠକ ବସୁଛି। ଏହି ବୈଠକ ରେ ଅନ୍ୟାନ୍ୟ ପ୍ରସଙ୍ଗ ସହ OPTCL ର ୪ ଜଣ ଡାଇରେକ୍ଟର ଙ୍କ tenure extension ବାବଦରେ ମୁଖ୍ୟ ସଚିବ ନିଷ୍ପତ୍ତି ନେବାର ସମ୍ଭାବନା ଅଛି। ସେହି ୪ ଜଣ ହେଲେ ଆର୍ ଆର୍ ପଣ୍ଡା ( ଡାଇରେକ୍ଟର ପ୍ରୋଜେକ୍ଟ), ଉତ୍ତମ ସାମଲ ( ଡାଇରେକ୍ଟର ଅପରେସନ), ବିଭୁ ପ୍ରସାଦ ମହାପାତ୍ର ( ଡାଇରେକ୍ଟର ଫାଇନାନ୍ସ) ଓ ନିକଟରେ କାର୍ଯ୍ୟକାଳ ସରିଥିବା ରାଜେନ୍ଦ୍ର କୁମାର ସେନାପତି ( ଡାଇରେକ୍ଟର ଏଚ୍ ଆର୍) ।

ଡାଏରେକ୍ଟର ଏକ୍ସଟେନସନ୍ କେଳେଙ୍କାରୀ କଣ ?

ଏହି ଏକ୍ସଟେନସନ୍ କେଳେଙ୍କାରୀ ର ମଞ୍ଜି ଟି ହେଲା ରାଜେନ୍ଦ୍ର ସେନାପତି ( ଡାଇରେକ୍ଟର ଏଚ୍ ଆର୍ ଡି) ଙ୍କୁ ଛାଡ଼ିଦେଲେ ବାକି ୩ ଜଣ କୋଳି ଖାଇ କୋଳି ମଞ୍ଜି ପୋତିଲା ଭଳି କାର୍ଯ୍ୟକାଳ ୩ ବର୍ଷ ଅବଧି ସରିବାପରେ ମଧ୍ୟ ବାରମ୍ବାର ଅବଧି ବୃଦ୍ଧି କରାଯାଇ ସେମାନଙ୍କୁ ପୁନଃ ସ୍ଥାପିତ କରାଯାଉଛି । ଆଶ୍ଚର୍ଯ୍ୟର କଥା, ବିଭୁ ପ୍ରସାଦ ମହାପାତ୍ର (ଡାଇରେକ୍ଟର ଫାଇନାନ୍ସ) ବିଗତ ୨୦୧୧ ମସିହାରୁ ବାରମ୍ବାର ଏକ୍ସଟେନସନ୍ ନେଇ ଏଯାବତ୍ ସେଇଠି ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେବା ନିବୃତ୍ତି ବୟସ ୬୦ ବର୍ଷ ପରେ ମଧ୍ୟ ତିନି ଜଣ ଡାଇରେକ୍ଟର ଙ୍କୁ ଏକ୍ସଟେନସନ୍ ଦେଇ ପୁଣି ସେଇଠି ଥଇଥାନ କରାଯାଇଛି। ସେ ୩ ଜଣ ହେଲେ ଫାଇନାନ୍ସ ଡାଇରେକ୍ଟର ବିଭୁ ପ୍ରସାଦ ମହାପାତ୍ର, ଡାଇରେକ୍ଟର ପ୍ରୋଜେକ୍ଟ ଆର୍ ଆର୍ ପଣ୍ଡା ଓ ଉତ୍ତମ ସାମଲ ଡାଇରେକ୍ଟର ଅପରେସନ । ଅବସର ବୟସ ପରେ ଓ ଏଗ୍ରିମେଣ୍ଟ ଅବଧି ୩ ବର୍ଷ ପରେ କାହାକୁ ପୁନଃ ଥଇଥାନ ନ କରିବାକୁ ନିଜେ ମୁଖ୍ୟ ସଚିବ ୨୦୧୮ ରେ ସମସ୍ତ ବିଭାଗ ର ସଚିବ ମାନଂକୁ ନିର୍ଦ୍ଦେଶ ଦେଇଛନ୍ତି। ଅଥଚ OPTCL ନିର୍ଦ୍ଦେଶକଙ୍କ ବେଳକୁ ସିଏମଡି ହେମନ୍ତ ଶର୍ମା ମୁଖ୍ୟ ସଚିବ ଆଦିତ୍ୟ ପାଢିଙ୍କୁ ଏଭଳି ଗଦ ସୁଙ୍ଘେଇ ଦେଉଛନ୍ତି ଯେ ନିଜେ ପାଢ଼ୀ ବାବୁ ନିଜର ନିର୍ଦ୍ଦେଶ କୁ ଅଣଦେଖା କରିବାକୁ ପଛାଉନାହାନ୍ତି। ୩୧.୦୫.୨୦୧୯ ରେ ଆର୍ ଆର୍ ପଣ୍ଡା ଓ ବିଭୁ ପ୍ରସାଦ ମହାପାତ୍ର ଙ୍କ ର ୬୦ ବର୍ଷ ଅନୁସାରେ କାର୍ଯ୍ୟ କାଳ ସରୁଥିଲା। ସେହିଭଳି ଉତ୍ତମ ସାମଲଙ୍କ କାର୍ଯ୍ୟକାଳ ୨୮.୦୨.୨୦୧୯ ରେ ସରୁଥିଲ। ଅଥଚ ମୁଖ୍ୟ ସଚିବ ଏମାନଙ୍କୁ ଛଅ ଛଅ ମାସିଆ ଏକ୍ସଟେନସନ୍ ଦିଆଗଲା। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏମାନଙ୍କୁ ଏକ ବର୍ଷ ଏକ୍ସଟେନସନ୍ ଦେବାପାଇଁ OPTCL ବୋର୍ଡ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ମୂଳ ପ୍ରସ୍ତାବ ର ଏକ ବର୍ଷ ସମୟ ନା ଦେଇ ମୁଖ୍ୟ ସଚିବ ଛଅ ମାସିଆ ଏକ୍ସଟେନସନ୍ କାହିଁକି ଦେଲେ?

ଏକ୍ସଟେନସନ୍ ର ଗଳାଵାଟ ଟା କେଉଁଠି?

ଯଦିଓ ଅବସର ବୟସ ୬୦ ପରେ ବା ଏଗ୍ରିମେଣ୍ଟ କାର୍ଯ ଅବଧି ତିନି ବର୍ଷ ପରେ ପୁନଃ ଥଇଥାନ ପାଇଁ ବ୍ୟବସ୍ଥା ନାହିଁ। କିନ୍ତୁ ଗୋଟିଏ ସର୍ତ୍ତ ବା ବ୍ୟବସ୍ଥା ଅଛି ତାହା ହେଲା, ଏକ୍ସେପସନାଲ ବା ଅତି ଉଚ୍ଚକୋଟୀର କାର୍ଯ ଦକ୍ଷତା ବା କାର୍ଯ କରିବାର ନଜିର ଥିଲେ ୬୩ ବର୍ଷ ପର୍ଯ୍ୟନ୍ତ ବା ପୁଣି ଥରେ ଏକ୍ସଟେନସନ୍ ଦିଆଯିବ। ଏଭଳି କ୍ଷେତ୍ରରେ ବୋର୍ଡ କୁ ଏକ୍ସଟେନସନ୍ ପ୍ରପୋଜାଲ୍ ପଠାଇବା ସମୟରେ OPTCL କର୍ତ୍ତୃପକ୍ଷ ସଂପୃକ୍ତ ନିର୍ଦ୍ଦେଶକ/ଅଧିକାରୀଙ୍କ ଏକ୍ସେପସନାଲ କାର୍ଯ୍ୟାବଳୀ ର ସମ୍ପୂର୍ଣ ବିବରଣୀ ଲିଖିତ ଆକାରରେ ପେସ କରିବେ। ଯଦ୍ୱାରା ମୁଖ୍ୟ ସଚିବ ଓ ଅନ୍ୟ ସଦସ୍ୟ ମାନେ ସମସ୍ତ କାର୍ଯ୍ୟର ପ୍ରାମାଣିକ ତଥ୍ୟ କୁ ବିଚାର କୁ ନେଇ ଏକ୍ସଟେନସନ୍ ଦିଆଯିବ କି ନାହିଁ ତାହାର ନିଷ୍ପତ୍ତି ନେବେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଏମାନଙ୍କ କ୍ଷେତ୍ରରେ ଏକ୍ସଟେନସନ୍ ପ୍ରପୋଜାଲ୍ ରେ ଏକ୍ସେପସନାଲ କାର୍ଯ୍ୟ ର କୌଣସି ତଥ୍ୟ ବା ରିପୋର୍ଟ୍ କମିଟି କୁ OPTCL ବୋର୍ଡ ପକ୍ଷ ରୁ ଦିଆଯାଉ ନାହିଁ।କେବଳ ଚାଲାକି କରି ଏକ୍ସେପସନାଲ ଗ୍ରାଉଣ୍ଡ ରେ ଏକ୍ସଟେନସନ୍ ଦିଆଗଲା ବୋଲି ବୈଠକ ରେ ନିଷ୍ପତ୍ତି ନିଆଯାଉଛି ଅଥଚ କଣ ଏକ୍ସେପସନାଲ କାମ ପାଇଁ ଏକ୍ସଟେନସନ୍ ଦିଆଗଲା ସେ ବିଷୟରେ ସିଏମଡି ଠାରୁ ମୁଖ୍ୟ ସଚିବ ଯାଏଁ ସମସ୍ତେ ନୀରବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏତେ ବଡ଼ ବଡ଼ ନିର୍ଦ୍ଦେଶକ ପଦବୀ ଗୁଡ଼ିକର ଏକ୍ସଟେନସନ୍ ବେଳକୁ ଏମାନଙ୍କ ଏକ୍ସେପସନାଲ କାର୍ଯ୍ୟର ଅଵଯେକ୍ଟିଭ୍ ଏସେସମେନ୍ଟ୍ ହେଉନାହିଁ। ଅର୍ଥାତ୍ ଏହା ସ୍ପଷ୍ଟ କରୁଛି ଏହି ନିର୍ଦ୍ଦେଶକ ମାନଂକୁ ହାତ ବାରିଶି କରିବାପାଇଁ OPTCL କର୍ତ୍ତୃପକ୍ଷ ଓ ଶକ୍ତି ବିଭାଗ ଏକ୍ସଟେନସନ୍ ଥୋପ ଟିକୁ ଖୁବ୍ ସୁନ୍ଦର୍ ଭାବରେ ବ୍ୟବହାର କରୁଛନ୍ତି।
ଆସନ୍ତାକାଲି ବା ୧୩ ତାରିଖ ଦିନ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଯେଉଁ ବୈଠକ ଟି ବସୁଛି ସେଥିରେ ଏହି ଥୋପ୍ ଥିଓରି ଟିକୁ ଚତୁରାତର ବ୍ୟବହାର କରିବାର ସମ୍ଭାବନା ଅଛି ବୋଲି OSEB Technical Employees Union ଆଶଙ୍କା ପ୍ରକାଶ କରିଛି। ଆର୍ ଆର୍ ପଣ୍ଡା, ଉତ୍ତମ ସାମଲ, ବିଭୁ ପ୍ରସାଦ ମହାପାତ୍ର ଓ ରାଜେନ୍ଦ୍ର କୁମାର ସେନାପତି ଙ୍କୁ ପୁଣି ଥରେ ଏକ୍ସେପସନାଲ ଗ୍ରାଉଣ୍ଡ ରେ ଏକ୍ସଟେନସନ୍ ଦେବାକୁ OPTCL କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ମସୁଧା କରାଯାଉଛି ବୋଲି ଅଭିଯୋଗ କରାଯାଇଛି। ଖାଲି ସେତିକି ନୁହଁ, ଏ ନେଇ ମାନ୍ୟବର ରାଜ୍ୟପାଳ ଙ୍କ ନିକଟରେ ୟୁନିଆନ୍ ପକ୍ଷରୁ ମେମୋରାଣ୍ଡମ୍ ମଧ୍ୟ ଦିଆଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଏକ୍ସଟେନସନ୍ କେଲଙ୍କାରୀ ଧାରାବାହିକ ର ଆଗାମୀ ଅଧ୍ୟାୟ କିଭଳି ବନ୍ଦ ହେବ ସେ ନେଇ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଥିବା ସୂଚନା ମିଳିଛି।
କଣ କରାଯାଇଥାନ୍ତା ?
ସରକାରୀ ଉଦ୍ୟୋଗ ବିଭାଗ ନିର୍ଦ୍ଦେଶାବଳୀ ଅନୁଯାୟୀ, ନିର୍ଦ୍ଦେଶକ ମାନଙ୍କର କାର୍ଯ୍ୟକାଳ ଅବଧି ସରିବା ଛଅ ମାସ ଆଗରୁ ନୂଆ ନିର୍ଦ୍ଦେଶକ ଚୟନ ପାଇଁ ବିଜ୍ଞାପନ ତଥା ଅନ୍ୟାନ୍ୟ ପ୍ରସ୍ତୁତି କାର୍ଯ୍ୟ OPTCL ଓ ସରକାରୀ ଉଦ୍ୟୋଗ ବିଭାଗ ପକ୍ଷରୁ ଆରମ୍ଭ ହେବା କଥା ଯାହାକି କରାଯାଇନାହିଁ। ଏଥିରୁ ସ୍ପଷ୍ଟ ଯେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶକଙ୍କ ଅନୁଗ୍ରହ ଦେଖାଯାଇ ଏକ୍ସଟେନସନ୍ ଦେବାକୁ ଏଭଳି ଯୋଜନା କରାଯାଇଛି। ବରିଷ୍ଠ ଆଇଏଏସ୍ ଅଫିସର ହେମନ୍ତ ଶର୍ମା OPTCL ର ସିଏମଡି ପଦବୀ ରେ ବିଗତ ପ୍ରାୟ ୪ ବର୍ଷ ହେଲା ଅଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ବାବୁ ହେମନ୍ତ ଶର୍ମା କାହିଁକି ଛଅ ମାସ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ନେଇ ପଦକ୍ଷେପ ନ ନେଇ ନୀରବ ରହିଲେ? ପୂର୍ବରୁ ବିନା ଅଵଯେକ୍ଟିଭ୍ ଏସେସମେନ୍ଟ୍ ରେ ୩ ଜଣଙ୍କୁ ଏକ୍ସେପସନାଲ ଗ୍ରାଉଣ୍ଡରେ ଏକ୍ସଟେନସନ୍ ଦିଆଗଲା ଅଥଚ ଶର୍ମା ଜୀ ନୀରବ ରହିଲେ କାହିଁକି ? ସବୁଠାରୁ ଚିନ୍ତାର ବିଷୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ 5T ଏବେ ସଂକଟରେ। ଏଵେ ନିର୍ଦ୍ଦେଶକ ଏକ୍ସଟେନସନ୍ କେଳେଙ୍କାରି ସବୁଯାକ Tକୁ OPTCL ସାର୍ ଜାଳି ପୋଡ଼ି ସଫା କରିଦେଇଛନ୍ତି। ଏବେ ଦେଖିବା କଥା, 5T ର ପାଣ୍ଡିୟାନ୍ ସାର୍ କିଭଳି ଏହାକୁ ରୋକୁଛନ୍ତି।
Related Posts