ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନକୁ ଗ୍ରେ ଲିଷ୍ଟରୁ ବାହାର କଲା ଏଫଏଟିଏଫ । ତେବେ ଗତ କିଛି ବର୍ଷ ଧରି ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନକୁ ଗ୍ରେ ତାଲିକାରେ ରଖାଯାଇଥିବା ବେଳେ ଆଜି ପାକିସ୍ତାନକୁ ଗ୍ରେ ତାଲିକାରୁ ହଟାଇ ଦିଆଯାଇଛି। ଆଜି ପାକିସ୍ତାନକୁ ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ)ର ଗ୍ରେ ତାଲିକାରୁ ହଟାଇ ଦିଆଯାଇଛି। ବର୍ଲିନ (ଜର୍ମାନୀ) ରେ ଚାଲିଥିବା ବୈଠକରେ ପାକିସ୍ତାନକୁ ଗ୍ରେ ତାଲିକାରୁ ହଟାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ସମ୍ବନ୍ଧୀୟ ସୂଚନା ବର୍ତ୍ତମାନ ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ)ର ୱେବସାଇଟରେ ଅପଡେଟ୍ ହେବ।
ଏହା ସହ ଅକ୍ଟୋବରରେ ହେବାକୁ ଥିବା ବୈଠକରେ ପାକିସ୍ତାନକୁ ଗ୍ରେ ତାଲିକାରୁ ହଟାଯାଇଥିବା ନେଇ ଅଧିକାରୀକ ଘୋଷଣା କରାଯିବ। ମାର୍ଚ୍ଚ ମାସରେ ପ୍ୟାରିସରେ ଥିବା ଫାଇନାନ୍ସିଆଲ୍ ଆକ୍ସନ ଟାସ୍କ ଫୋର୍ସ୍ (ଏଫଏଟିଏଫ୍) ପାକିସ୍ତାନକୁ ପୁଣିଥରେ ଗ୍ରେ ତାଲିକାରେ ରଖିଥିଲା। ଏହା ସହ ବେଆଇନ୍ ଅର୍ଥ କାରବାର ଉପରେ ମକଦ୍ଦମା ଓ ତଦନ୍ତ କରିବାକୁ ପାକିସ୍ତାନକୁ କୁହାଯାଇଥିଲା। ଏଫଏଟିଏଫର ଚାରିଦିନ ଧରି ଚାଲିଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଆତଙ୍କବାଦୀଙ୍କ ଅର୍ଥ ନେଣଦେଣ ଓ ବେଆଇନ୍ ଅର୍ଥ କାରବାର ଉପରେ କୋହଳ ମନୋଭାବ ପୋଷଣ କରୁଥିବାରୁ ୨୦୧୮ରୁ ପାକିସ୍ତାନ ଏହି ଗ୍ରେ ତାଲିକାରେ ରହିଥିଲା।
