ଖୋଲା ଖାଉଟି ସାମଗ୍ରୀରୁ ହଟିଲା ଜିଏସଟି; ଚାଉଳ, ଡାଲି, ଅଟା ଭଳି ୧୪ଟି ସାମଗ୍ରୀ ଉପରୁ ଜିଏସଟି ହଟିଥିବା ସୂଚନା ଦେଲେ ନିର୍ମଳା ସୀତାରମଣ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଖୋଲା ଖାଉଟି ସାମଗ୍ରୀରୁ ହଟିଲା ଜିଏସଟି । ଏ ନେଇ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଜୁଲାଇ ୧୮ ତାରିଖରୁ ବ୍ରାଣ୍ଡେଡ୍‌ ତଥା ପ୍ୟାକେଟ ସାମଗ୍ରୀ ଯେପରିକି ଡାଲି, ଅଟା, ଚାଉଳ, ଦହି, ଚୂଡା ଏବଂ ମୁଢି ଉପରେ ଜିଏସଟି ଲାଗୁହୋଇଛି ।କିନ୍ତୁ ଆଜି ଜିଏସଟି ଲାଗୁନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଅର୍ଥମନ୍ତ୍ରୀ କହିଛନ୍ତି, ୧୪ଟି ସାମଗ୍ରୀ ଉପରେ ଜିଏସଟି ଲାଗୁହେବ ନାହିଁ । ଯଦି ଖୋଲାରେ ଏହି ସବୁ ସାମଗ୍ରୀ ବଜାରରୁ ଆଣୁଛନ୍ତି ତେବେ ସେଗୁଡିକ ଉପରେ ଜିଏସଟି ଲାଗୁହେବ ନାହିଁ । ଜିଏସଟି ଲାଗୁ ହେଉନଥିବା ୧୪ଟି ସାମଗ୍ରୀ ମଧ୍ୟରେ ରହିଛନ୍ତି ଡାଲି, ଗହମ, ବାଜେରା, ଓଟସ୍, ମକା, ଚାଉଲ, ଅଟା, ସୁଜି, ବେସନ, ଦହି ଏବଂ ଲସି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଜୁଲାଇ ୧୮ ତାରିଖରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ଯଦି କୌଣସି ସାମଗ୍ରୀ ଦର ୨୫ କେଜି/ଲିଟର କିମ୍ବା ତା ଠାରୁ ଅଧିକ ତେବେ ସେଗୁଡିକ ଉପରେ ଜିଏସଟି ଲାଗୁହେବ ନାହିଁ । ପୂର୍ବ ଭଳି ୨୫ କେଜି ଓଜନ ପର୍ଯ୍ୟନ୍ତ ମଧ୍ୟରେ ଆସୁଥିବା ଜିନିଷ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ଯଦି ଜଣେ ବ୍ୟବସାୟୀ ସିଧାସଳଖ କମ୍ପାନୀ ଏବଂ ବିତରକଙ୍କ ଠାରୁ ୨୫ କେଜି ପ୍ୟାକେଟ୍‌ କିମ୍ବା ତା ଠାରୁ ଅଧିକ ଓଜନର ଜିନିଷ ଆଣୁଛନ୍ତି ତେବେ ସେଥିରେ ଜିଏସଟି ଲାଗୁହେବ ନାହିଁ ।

Related Posts