ତଟରକ୍ଷୀ ବାହିନୀର ଜାହାଜରେ ନିଆଁ : ୧ ନିଖୋଜ, ୨୮ ଉଦ୍ଧାର

ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ବନ୍ଦର ନିକଟରେ ଏକ ଜାହାଜରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଜୀବନ ବଞ୍ଚାଇବାକୁ ଯାଇ ଜାହାଜରେ ଥିବା ସମସ୍ତ ୨୯ ଜଣ କର୍ମଚାରୀ ସମୁଦ୍ର ଭିତରକୁ ଡେଇଁ ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କୁ କୋଷ୍ଟଗାର୍ଡ କର୍ମଚାରୀ ଉଦ୍ଧାର କରିଛନ୍ତି । ଜଣଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରଖିଛି କୋଷ୍ଟଗାର୍ଡ ।

ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ବିଶାଖାପାଟଣା ବନ୍ଦର ନିକଟରେ ଜାଗୁଆର୍‌ରେ ହଠାତ୍‌ ନିଆଁ ଲାଗି ଯାଇଥିଲା । କେହି କିଛି ଭାବିବା ପୂର୍ବରୁ ନିଆଁ ବ୍ୟାପିବାରେ ଲାଗିଥିଲା । ଶେଷରେ ଜାହାଜରେ ଥିବା କର୍ମଚାରୀମାନେ ନିଜକୁ ବଞ୍ଚାଇବାକୁ ଯାଇ ପାଣିକୁ ଡେଇଁ ପଡ଼ିଥିଲେ । ସେମାନଙ୍କୁ ବଞ୍ଚାଇବାକୁ ଅନ୍ୟ ଏକ ବୋଟ୍‌ରେ କୋଷ୍ଟଗାର୍ଡ ପହଁଚିଥିଲେ । ପାଣିରେ ବୁଡ଼ିଥିବା ୨୮ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଜଣେ ଏବେବି ନିଖୋଜ ଅଛନ୍ତି । ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି ।

Related Posts