ପୂର୍ବତନ ଅତିରିକ୍ତ ଏଏସପି ତ୍ରିନାଥ ମିଶ୍ରଙ୍କ ଜାମିନ ଖାରଜ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୂର୍ବତନ ଅତିରିକ୍ତ ଏଏସପି ତ୍ରିନାଥ ମିଶ୍ରଙ୍କ ଜାମିନ ଖାରଜ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଜାମିନ ଆବେଦନକୁ ଭିଜିଲାନ୍ସ କୋର୍ଟରେ ଖାରଜ ହୋଇଯାଇଛି । ସେପଟେ ଗତ ୧୫ ତାରିଖରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତ୍ରିନାଥଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଆୟ ବହିର୍ଭୁତ୍ତ ସମ୍ପତ୍ତି ଜବତ କରାଯିବା ପରେ ୧୬ ତାରିଖରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଅନ୍ୟପଟେ ୨୨ ତାରିଖରେ ଭିଜିଲାନ୍ସ କୋର୍ଟରେ ତ୍ରିନାଥ ମିଶ୍ର ଜାମିନ ଆବେଦନ କରିଥିଲେ । ତେବେ ଭିଜିଲାନ୍ସ ପକ୍ଷରୁ ଅପ ଟୁ ଡେଟ କେସ ଡାଏରୀ ଦଖଲ କରାଯାଇ ନପାରିବାରୁ ମାମଲାର ଶୁଣାଣି ହୋଇପାରିନଥିଲା ।

ଅନ୍ୟପକ୍ଷରେ ଜେଲରେ ଥିବା ତ୍ରିନାଥଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ଏ ସଂକ୍ରାନ୍ତ ରୁଜୁ ମାମଲାର ଶୁଣାଣି କରି ଭିଜିଲାନ୍ସ କୋର୍ଟ ଚୌଦ୍ୱାର ଜେଲ ଅଧୀକ୍ଷକଙ୍କୁ ଆଦେଶ ଦେଇଛନ୍ତି । ସେପଟେ ଭିଜିଲାନ୍ସ ଏଫଆଇଆରରେ ତ୍ରିନାଥଙ୍କ ସ୍ତ୍ରୀ ଦିନ୍ତୀମୟୀ ଚୌଧୁରୀଙ୍କ ନାମ ଥିବାରୁ ସେ ମଧ୍ୟ ପୂର୍ବରୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଏହା ମଧ୍ୟରେ ଏସପି ତ୍ରିନାଥ ମିଶ୍ରଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

Related Posts