ଆର ପାରିରେ ଗୌରହରି

(ସତ୍ୟପାଠ ବ୍ୟୁରୋ) ପାଟଣା: ଆର ପାରିରେ କେନ୍ଦୁଝର ଜିଲ୍ଲା ପାଟଣା ପୂର୍ବତନ ବିଧାୟକ ଗୌରହରି ନାୟକ । ଗତକାଲି ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଗୌରହରି । ଦୀର୍ଘଦିନରୁ ସ୍ନାୟୁଜନିତ ରୋଗରେ ପୀଡ଼ିତ ହୋଇ ମାସେ ହେବ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ସେନାରୁ ଅବସର ଗ୍ରହଣ କରିବା ପରେ ଗୌରହରି ନାୟକ ରାଜନୀତିରେ ସକ୍ରିୟ ହୋଇଥିଲେ । ତାଙ୍କୁ ବିଜେପି ୨୦୦୦ ମସିହାରେ ପ୍ରଥମେ ପାଟଣା ବିଧାନସଭା ନର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା । ଏଥିରେ ସେ ବିଜୟୀ ହୋଇ ପ୍ରଥମ ଥର ଲାଗି ବିଧାୟକ ହୋଇଥିଲେ । ଏହାପରେ ପୁନର୍ବାର ଗୌରହରି ନାଏକ ୨୦୦୪ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଗୌରହରିଙ୍କ ଜନ୍ମ କେନ୍ଦୁଝର ଜିଲ୍ଲା ସାହାରାପଡ଼ା ବ୍ଲକର ହଳଦୀବଟା ଗ୍ରାମରେ। ନିଜ ଗାଁରେ ଆଜି ପୂର୍ବତନ ବିଧାୟକ ଗୌରହରି ନାଏକଙ୍କର ଅନ୍ତିମ ସଂସ୍କାର କରାଯିବ

Related Posts