କୋଲକାତା: ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିବା ଟିଏମ୍ସିର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପାଇଁ ଅଡ଼ୁଆ ବଢ଼ିବାକୁ ଲାଗିଛି । ଦୁର୍ନୀତି ଅଭିଯୋଗରେ ଗିରଫ ହେବା ପରେ ଗତକାଲି ମମତା ବାନାର୍ଜୀ ତାଙ୍କୁ ଦଳ ସହ ମନ୍ତ୍ରୀ ପଦରୁ ବି ବହିସ୍କାର କରିଛନ୍ତି। ଆଉ ଏତେସବୁ ଘଟିବା ପରେ ଆଜି ଏନେଇ ମୁହଁ ଖୋଲିଛନ୍ତି ପାର୍ଥ ଚାଟାର୍ଜୀ।
ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ସେ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ବୋଲି ଶୁକ୍ରବାର ପ୍ରତିକ୍ରିୟା ଦେଇ କହିଛନ୍ତି ପାର୍ଥ।
୬୯ ବର୍ଷୀୟ ପାର୍ଥ ଚାଟାର୍ଜୀଙ୍କୁ ଶୁକ୍ରବାର କୋଲକାତାର ଦକ୍ଷିଣରେ ଥିବା ଜୋକା ସ୍ଥିତ ଇଏସ୍ଆଇ ମେଡିକାଲ୍କୁ ନିଆଯାଇଥିଲା। ସେଠାରେ ପହଞ୍ଚି ବା ପରେ ରିପୋର୍ଟଙ୍କ ପ୍ରଶ୍ନର ଉତ୍ତର ଦେଇ ଏପରି କହିଛନ୍ତି ପାର୍ଥ ।
