ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ଗଜପତି ମହାରାଜ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ଓ ଶ୍ରୀସେତୁର ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । କାମ କେତେ ଦୂର ଆଗେଇଛି, କାମ କେତେ ସରିଛି ଓ କେତେ ବାକି ଅଛି ତାର ସମୀକ୍ଷା ମଧ୍ୟ କରିଛନ୍ତି ଗଜପତି ମହାରାଜା । ଆଜି ସ୍ଥିତି ସମୀକ୍ଷା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଅଛନ୍ତି ।

ଏହାପରେ ସନ୍ଧ୍ୟା ୬ଟାରେ ଗଜପତିଙ୍କ ଶ୍ରୀନଅରରେ ନୀତି ସବ କମିଟିର ବୈଠକ ବସିବା କାର୍ଯ୍ୟକ୍ରମ ରହିଛି । ଏହି ନୀତି ସବ୍ କମିଟି ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଦିବସ କେବେ ହେବ, କିଭଳି ପୂଜା ବିଧି କରାଯିବ, କେତେ ଦିନ ଧରି ପ୍ରତିଷ୍ଠା ପୂଜା ଅନୁଷ୍ଠିତ ହେବ, କେଉଁ ଯାଗାରେ ପୂଜା ବିଧି ସମ୍ପନ୍ନ ହେବ ସେନେଇ ଆଲୋଚନା ହେବ ।

ବୈଠକରେ ନୀତି ସବ କମିଟିର ସଦସ୍ୟ, ପରିଚାଳନା କମିଟି ସଦସ୍ୟ, ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ ଓ ପଣ୍ଡିତ ମାନେ ଯୋଗଦାନ କରିବେ । ଏହି ବୈଠକରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି ।

Related Posts