ରଥଯାତ୍ରାରେ ଗଜପତି ମହାରାଜାଙ୍କ ବିରଳ ରେକର୍ଡ : ଛେରାପହଁରାରେ ପୂରଣ କଲେ ୫୦ ବର୍ଷ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଚଳିତ ରଥଯାତ୍ରାରେ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଚଳିତ ବର୍ଷକୁ ମିଶାଇ ଛେରାପହଁରାରେ ୫୦ ବର୍ଷ ପୂରଣ କରିଛନ୍ତି ଗଜପତି।

୧୯୭୧ ମସିହାରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରି ଆସୁଛନ୍ତି। ତାଙ୍କ ପିତାଙ୍କ ଦେହାନ୍ତ ପରଠାରୁ ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କରି ଆସୁଛନ୍ତି । ତେବେ ୧୯୭୬ ମସିହାରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ସେତେବେଳେ ଗଜପତି ଉଚ୍ଚଶିକ୍ଷା ପାଇଁ ଆମେରିକାରେ ଥିବାରୁ ଛେରାପହଁରା କରିପାରିନଥିଲେ।  ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ବର୍ତ୍ତମାନ ୬୮ ବର୍ଷ ।

ସୂଚନାଯୋଗ୍ୟ, ଜନ୍ମବେଦୀରେ ନବ ଦିନାତ୍ମକ ଲୀଳାଖେଳା ସାରି ଆଜି ରତ୍ନବେଦୀକୁ ଫେରୁଛନ୍ତି ମହାବାହୁ  । ଏଥିପାଇଁ ଗତ ସଂଧ୍ୟାରୁ ରୀତିନୀତି ଆରମ୍ଭ ହୋଇଛି । ବାହୁଡ଼ା ପହଣ୍ଡି ଲାଗି ଶ୍ରୀମୁଖ ଖଣ୍ଡୁଆ ସହ ବାହୁଟ କଣ୍ଟ, ଚାର ବନ୍ଧା, କୁସୁମି ଲାଗି ନୀତି କରାଯାଇଥିଲା । ଆଜି ଅପରାହ୍ଣ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି ।

ଆଜି ସକାଳେ କରୋନା କଟକଣା ଭିତରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି ଚାଲିଛି ।  ରଥାରୁଢ ହୋଇସାରିଛନ୍ତି ଶ୍ରୀସୁଦର୍ଶନ, ମହାପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଓ ବଡ଼ଠାକୁର ଶ୍ରୀଜଗନ୍ନାଥ।  । ଏହାପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପହଞ୍ଚି ୩ ରଥରେ ଛେରା ପହଁରା କରିଛନ୍ତି।

Related Posts