ଗଡ଼ିଲା ଲକ୍ଷ୍ମୀ ବସ୍; ମାଲକାନଗିରରେ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମାଲକାନଗିରିରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଜ ପତାକା ଦେଖାଇ ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାରୁ ଏହି ସେବା ଆଜି ଆରମ୍ଭ ହୋଇଛି। ଏହି ବସ୍ ସେବା ଜରିଆରେ ପଞ୍ଚାୟତରୁ ବ୍ଲକ, ସଦରମହକୁମା ଓ ରାଜଧାନୀକୁ ଯିବା ସହଜ ହେବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମାଲକାନଗିରି ମୋର ବହୁତ ପ୍ରିୟ। ଓଡ଼ିଶା ବିକାଶର ଲଞ୍ଚିଂ ପ୍ୟାଡ଼୍ ହେଉଛି ଏହି ଅଞ୍ଚଳ। ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହ ଯୋଡ଼ିବ। ଗାଁ ଅର୍ଥନୀତିକୁ ସୁଦୃଢ଼ କରିବାକୁ ଏହି ଯୋଜନା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

ଆଗକୁ ଅନ୍ୟ ଜିଲ୍ଲାରେ ମଧ୍ୟ ଖୁବ ଶୀଘ୍ର ଲକ୍ଷ୍ମୀ ବସ୍ ସେବା ମିଳିବ । ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସ୍ ସେବା ସାମିଲ ହେବ । ମାଲକାନଗିରି ପରେ କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ମିଳିବ। ଶୀତତାପ ନିୟନ୍ତ୍ରିତ ବସରେ ସୁବିଧାରେ ଯାତ୍ରା କରିବେ ଲୋକେ। ଏହି ବସରେ ବରିଷ୍ଠ ନାଗରିକ ଓ ମହିଳାଙ୍କୁ ମିଳିପାରେ ରିହାତି ସୁବିଧା। ଆପ୍ ମାଧ୍ୟମରେ ବସର ଲୋକେସନ ଜାଣିହେବ।

Related Posts