ଏବେ ଇଣ୍ଟରନେଟ୍ରେ ଖୁବ୍ ଭାଇରାଲ୍ ହେଉଛି ଗୋଟିଏ ଭିଡ଼ିଓ । ଏ ଭିଡ଼ିଓରେ ରହିଛି ଗଣମାଧ୍ୟମ କ୍ୟାମେରା ସାମ୍ନାରେ ଗୋଟିଏ ଝିଅର ଖତେଇ ହେଉଥିବା ଦୃଶ୍ୟ । ଘଟଣା ଶୁକ୍ରବାର ଅପରାହ୍ନର । ବଜେଟ୍ ଉପସ୍ଥାପନ ପରେ ସଂସଦ ଭବନ ବାହାରର ଗଣମାଧ୍ୟମ ଆଗରେ ବଜେଟ୍ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖୁଥିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା ।
ଏତିକି ବେଳେ ତାଙ୍କ ପଛରେ ଗୋଟିଏ ଝିଅ ଛିଡ଼ା ହୋଇଥିବାର ଦେଖାଗଲା । ପ୍ରଥମେ ତ ଝିଅଟି ଛିଡ଼ା ହୋଇଥିଲା କିନ୍ତୁ କିଛି ସମୟ ପରେ ଝିଅଟି ବାରମ୍ବାର ଜିଭ ବାହାର କରି ଖତେଇ ହେଉଥିବାର ଦୃଶ୍ୟ ଦେଖାଗଲା । ଝିଅଟି ଧୀରେ ଧୀରେ ହସିବା ସହ ଏପରି କରୁଥିବାର ଭିଡ଼ିଓରେ ଦେଖାଯାଇଛି ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିହ୍ନା ଆଗକୁ ଚାହିଁ ରିପୋର୍ଟରଙ୍କୁ ବଜେଟ୍ ସମ୍ପର୍କରେ ମନ୍ତବ୍ୟ ଦେଉଥିଲେ । ତେଣୁ ପଛରେ କ’ଣ ଘଟୁଛି ତାହା ସେ ଜାଣି ପାରୁ ନ ଥିଲେ । ଏହି ଏହି ଭିଡ଼ିଓ ସୋସିଆଲ୍ ମିଡିଆ ତଥା ଇଣ୍ଟରନେଟ୍ରେ ଭାଇରାଲ୍ ହେବାରେ ଲାଗିଛି ।