ଦାୟିତ୍ୱ ଗ୍ରହଣ ପରେ ଶ୍ରୀଜିଉଙ୍କ ଦର୍ଶନ କଲେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ନେବାପରେ ଜଗାଦର୍ଶନ ପାଇଁ ପୁରୀ ପହଞ୍ଚିଲେ ରଘୁବର ଦାସ। ଶପଥ ଗ୍ରହଣ ପୂର୍ବରୁ ମଧ୍ୟ ସପରିବାର ପୁରୀ ଆସି ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ଓଡ଼ିଶାର ଗରିବଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ଏହାର ଦୁଇଦିନ ପରେ ଅର୍ଥାତ ଶପଥ ଗ୍ରହଣ ପରେ ଆସି ପୁଣିଥରେ ଶ୍ରୀମନ୍ଦିର ପହଞ୍ଚି ଛନ୍ତି। ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଗସ୍ତ ହୋଇଥିବା ବେଳେ ସିଂହଦ୍ୱାର ଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

ସୂଚନାଯୋଗ୍ୟ, ଗତ ସୋମବାର ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ମହାପ୍ରଭୁଙ୍କ ଦର୍ଶନ କରିବା ସହ ସେଠାରେ ଉପସ୍ଥିତ ଥିବା ଭକ୍ତମାନଙ୍କୁ ସେ ଅଭବାଦନ ଜଣାଇଥିଲେ। ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସଙ୍କ ସହିତ ତାଙ୍କ ପତ୍ନୀ ବି ଜଗନ୍ନାଥ ମନ୍ଦିରକୁ ଯାଇ ଶ୍ରୀଜୀଉ ଓ ଅନ୍ୟ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିଥିଲେ।

Related Posts