ଇଡିର ୫ଘଣ୍ଟା ଜେରା ପରେ ଇସ୍ତଫା ଦେଲେ ହେମନ୍ତ ସୋରେନ୍

ଭୁବନେଶ୍ୱର,୩୧/୧(ସତ୍ୟପାଠ ବ୍ୟୁରୋ): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ହେମନ୍ତ ସୋରେନ୍‌ । ଇଡିର ୫ ଘଣ୍ଟା ଜେରା ପରେ ଇସ୍ତଫା ଦେଇଛନ୍ତି ହେମନ୍ତ ସୋରେନ୍। ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ ଚମ୍ପଇ ସୋରେନ୍ । JMM ବିଧାୟକଙ୍କ ସମର୍ଥନ ପରେ ଚମ୍ପଇ ସୋରେନ୍ ହେବେ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକ ପରେ ଚମ୍ପଇଙ୍କ ନାଁରେ ମୋହର । ଅନ୍ୟପଟେ 

ଇଡିର ୫ ଘଣ୍ଟା ଜେରା ପରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ହେମନ୍ତ ସୋରେନ୍। ରାଜଭବନ ଯାଇ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନଙ୍କୁ ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି। ଝାଡ଼ଖଣ୍ଡର ପରିବହନ ମନ୍ତ୍ରୀ ରାଜ୍ୟପାଳ ଚମ୍ପଇ ସୋରେନ୍ ଆଜି ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ଭେଟିବେ ବୋଲି ସୂଚନା ମିଳିଛି। ଝାଡ଼ଖଣ୍ଡ ସରକାରରେ ଏବେ ପରିବହନ ମନ୍ତ୍ରୀ ଅଛନ୍ତି ଚମ୍ପଇ ସୋରେନ୍। ଝାଡ଼ଖଣ୍ଡର ଷଢେଇକଳାରୁ ପ୍ରତିନିଧିତ୍ୱ କରୁଛନ୍ତି ଚମ୍ପଇ । ତାଙ୍କୁ ଜେଏମ୍‌ଏମ୍ ବିଧାୟକ ଦଳ ଭାବେ ମନୋନିତ କରାଯାଇଛି । ତେଣୁ ସେ ହିଁ ଝାଡ଼ଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ । ପୂର୍ବରୁ ହେମନ୍ତ ସୋରେନ୍‌ଙ୍କ ସ୍ତ୍ରୀ କଳ୍ପନା ସୋରେନ୍ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। ତେବେ ଏଥିରେ ଆଜି ପୂର୍ଣ୍ଣଛେଦ ପଡିଛି।

Related Posts