ହିଜାବ ବିବାଦ; କର୍ଣ୍ଣାଟକରେ ତିନି ଦିନ ପାଇଁ ସ୍କୁଲ, କଲେଜ ବନ୍ଦ

କର୍ଣ୍ଣାଟକ(ସତ୍ୟପାଠ ବ୍ୟୁରୋ): ହିଜାବକୁ ନେଇ କର୍ଣ୍ଣାଟକରେ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ହିଜାବ ପ୍ରସଙ୍ଗକୁ ନେଇ କର୍ଣ୍ଣାଟକର ଉଡ଼ୁପି ଜିଲ୍ଲାରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏହାକୁ ଦୃଷ୍ଟିରେ ରଖି ତିନି ଦିନ ପାଇଁ ସମସ୍ତ ସ୍କୁଲ, କଲେଜକୁ ବନ୍ଦ ରଖିବାକୁ କର୍ଣ୍ଣାଟକ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେପଟେ ହାଇକୋର୍ଟରେ ଏନେଇ ଚାଲିଥିବା ଶୁଣାଣିକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଏହା ସହ ଛାତ୍ରଛାତ୍ରୀ ଓ ଜନସାଧାରଣମାନଙ୍କୁ ଶାନ୍ତି ବଜାୟ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଆଜି ଉଡ଼ୁପି ଜିଲ୍ଲାର ମହାତ୍ମା ଗାନ୍ଧୀ ମେମୋରିଆଲ କଲେଜରେ ଛାତ୍ରଛାତ୍ରୀଙ୍କ ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଥିଲେ । ଗୋଟିଏ ଗୋଷ୍ଠୀ ହିଜାବ ପିନ୍ଧିଥିବାବେଳେ ଆଉ ଗୋଟିଏ ଗୋଷ୍ଠୀ ଗେରୁଆ ଗାମୁଛା ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି । ତେବେ ବର୍ତ୍ତମାନ ଦେଖିବାର ବିଷୟ ଏନେଇ ହାଇକୋର୍ଟ କଣ ନିଷ୍ପତ୍ତି ନେଉଛନ୍ତି ।

Related Posts