ଗୃହକୁ ତଥ୍ୟ ଦେଉନି ଗୃହ ବିଭାଗ
ବିଜେଡି ବିଧାୟକ ଶ୍ରୀ ସାମଲଙ୍କ ପ୍ରଶ୍ନ ଥିଲା ‘ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ କେତେ ଲୋକେ ଆତ୍ମହତ୍ୟା କରିଛନ୍ତି ଓ ସେଥିରେ ମହିଳାଙ୍କ ସଂଖ୍ୟା କେତେ ତା’ର ଜିଲ୍ଲାୱାରି ଓ ବର୍ଷୱାରି ତାଲିକା ସହ ଆତ୍ମହତ୍ୟା ପ୍ରବଣତାକୁ ହ୍ରାସ ପାଇଁ ସରକାର କ’ଣ ପଦକ୍ଷେପ ନେଉଛନ୍ତି ତାହା ଜଣାଇବାକୁ କହିଥିଲେ। କିନ୍ତୁ ରାଜ୍ୟ ସରକାର ଆତ୍ମହତ୍ୟା ଓ ଅନ୍ୟାନ୍ୟ ଅପରାଧ ସଂକ୍ରାନ୍ତରେ ତଥ୍ୟକୁ ପ୍ରତିବର୍ଷ ଶ୍ୱେତପତ୍ର ମାଧ୍ୟମରେ ଜାରି କରୁଥିଲେ ବି ଏହି ତଥ୍ୟ ଦେଇଁଥିଲେ।
ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ଅପରାଧର ତଥ୍ୟଗୁଡ଼ିକର କମ୍ପୁଟରୀକୃତ ଡାଟାବେସ୍ ପ୍ରସ୍ତୁତ କରାଯାଉଥିବାବେଳେ ଏସବୁ ତଥ୍ୟକୁ ବିଧାନସଭାରେ ଉପସ୍ଥାପିତ କରିବାରେ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି। କେବଳ ଦୁଷ୍କର୍ମ କିମ୍ବା ଆତ୍ମହତ୍ୟାର ତଥ୍ୟ ନୁହେଁ ଦୁର୍ନୀତି ପ୍ରସଙ୍ଗରେ ମଧ୍ୟ ବିଜେଡି ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ “ଜିରୋ-ଦୁର୍ନୀତି ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ଫାଇଭ-ଟି ଓ ମୋ ସରକାର କାର୍ଯ୍ୟକ୍ରମ ପ୍ରଶାସନିକ ସେବା ସ୍ତରରେ କ’ଣ ପ୍ରଭାବ ପକାଇଛି ବୋଲି” ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ବି ସେୟା ଦେଇଥିଲେ ଦିବ୍ୟଶଙ୍କର। ଆଉ କହିଥିଲେ ତଥ୍ୟ ସଂଗ୍ରହ କରାଯାଉଛି।Copyright © 2026 Satya Patha