ମେ ୪ରେ ଘୂର୍ଣ୍ଣିବଳୟ: ୫ରେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ପ୍ରବଳ ଛେଚିବ ବର୍ଷା

ନୂଆଦିଲ୍ଲୀ: ତାତିରୁ ମିଳିବ ଅସ୍ବସ୍ତି | ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଫଳରେ ତାତିରୁ ତ୍ରାହି ମିଳିବା ସହ ଗ୍ରୀଷ୍ମ ପ୍ରବାହ କମିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ କାଳବୈଶାଖୀ ହେବା ନେଇ ଆକାଳନ କରିଛି ପାଣିପାଗ ବିଭାଗ ।

ସେପଟେ ମେ ୪ ତାରିଖ ଆଡ଼କୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଜଳରାଶିରେ ଗୋଟାଏ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ଥିବା କଥା ରବିବାରଦ ଦିନ ଭାରତୀୟ ପାଣିପାଗ ବିଭାଗ କହିଛି। ଏହାର ପ୍ରଭାବରେ ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ତଥା ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଏଥିଯୋଗୁଁ ମେ ୫ ତାରିଖ ଦିନ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ, ମେ ୪ ତାରିଖରୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତତ୍‌ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ମଧ୍ୟକୁ ପ୍ରବେଶ ନ କରିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

ଏହାଛଡ଼ା, ମେ ୪ ତାରିଖ ଦିନ ଦକ୍ଷିଣ ଆଣ୍ଡାମାନ ସାଗରରେ ଘଣ୍ଟାପ୍ରତି ୬୦ କିଲୋମିଟର୍‌ ଝୁଙ୍କ ସହ ୪୦ରୁ ୫୦ କିଲୋମିଟର୍‌ ବେଗରେ ବତାସ ପ୍ରବାହିତ ‌ହୋଇପାରେ।

ସେପଟେ, ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଉରରେ ଏହି ବାତ୍ୟାର କୌଣସି ପ୍ରଭାବ ପଡିବ ନାହିଁ । ଏହା ସହିତ ସ୍କାଏ ମେଟ ପକ୍ଷରୁ କୁହାଯାଇଛି, ବେଳେ ବେଳେ ବାତ୍ୟା ତାର ଦିଗ ମଧ୍ୟ ପରିବର୍ତ୍ତନ କରିଥାଏ । ଯଦି ଏପରି ହୁଏ ଓଡିଶା ଉପରେ ଏହାର ପ୍ରଭାବ ପଡିବ କିନ୍ତୁ ଏହାର ସମ୍ଭାବନା ଖୁବ୍‌ କମ ରହିବ ବୋଲି ସ୍କାଏମେଟ କହିଛି । ଲଘୁଚାପ ଓ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନେକ ସମୟରେ ଠିକ ହୋଇ ଆସିଛି । ହେଲେ ସୃଷ୍ଟି ହେଉଥିବା ଲଘୁଚାପ ଓ ସମ୍ଭାବ୍ୟ ବାତ୍ୟାର ଗତିପଥ କିମ୍ବା ତୀବ୍ରତା ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହିଁ ।

Related Posts