ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ନମଙ୍କନ ଦାଖଲ କରିଛନ୍ତି । ତେବେ ବିଳମ୍ବରେ ତାଙ୍କ ଏଣ୍ଟ୍ରି ନେଇ ଅନେକ ଚର୍ଚ୍ଚା ହେଉଛି। ସିଏ କୁଆଡ଼େ ପାର୍ଟିର ପ୍ରଥମ ପସନ୍ଦ ଓ ଦଳ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯାଇଛି ବୋଲି ଚର୍ଚ୍ଚା ହେଉଛି। ତେବେ ଅନେକ ଚର୍ଚ୍ଚା ହେବା ପରେ ଶେଷରେ ମୁହଁ ଖୋଲିଛନ୍ତି ଖଡଗେ। ସେ କାହାକୁ ବିରୋଧ କରିବା ପାଇଁ ନିର୍ବାଚନକୁ ଆସି ନାହାନ୍ତି। ବରଂ ଦଳକୁ ମଜଭୁତ କରିବା ପାଇଁ ସେ ଅଧ୍ୟକ୍ଷ ନିର୍ବାଚନକୁ ଆସିଛନ୍ତି ବୋଲି ଖଡ଼ଗେ କହିଛନ୍ତି।
ଦଳର ବରିଷ୍ଠ ଓ ଯୁବନେତାମାନେ ତାଙ୍କୁ ଅନୁରୋଧ କରିବାରୁ ସେ ନିର୍ବାଚନରେ ସାମିଲ୍ ହୋଇଛନ୍ତି।
ଅଧ୍ୟକ୍ଷ ନିର୍ବାଚନରେ ଛିଡ଼ା ହେବା ପରେ ଖଡଗେ ରାଜ୍ୟସଭା ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ନିର୍ବାଚନରେ ଥରୁର ଓ ଖଡ଼ଗେଙ୍କ ମଧ୍ୟରେ ଟକ୍କର ହେବ। କାରଣ ନାମାଙ୍କନ ପତ୍ର ଭରିଥିବା ୩ ଜଣଙ୍କ ମଧ୍ୟରୁ କେଏନ୍ ତ୍ରିପାଠୀଙ୍କ ନାମାଙ୍କନ ରିଜେକ୍ଟ ହୋଇଯାଇଛି।
ଗାନ୍ଧୀ ଜୀ ଓ ଶାସ୍ତ୍ରୀ ଜୀ ଙ୍କ ଜନ୍ମ ବାର୍ଷିକୀ ହୋଇଥିବାରୁ ଆଜି ଠାରୁ ଖଡ଼ଗେ ତାଙ୍କ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ଏନେଇ ସୂଚନା ଦେଇ ସେ କହିଛନ୍ତି ଯେ ମୁଁ ପିଲାବେଳୁ ନ୍ୟାୟ ନୀତି ଆଦର୍ଶ ସହିତ ଲଢ଼େଇ କରି ଆସିଛି। ମୁଁ ବିରୋଧୀ ଦଳର ନେତା ବି ହୋଇରାସାରିଛି ବୋଲି ଖଡ଼ଗେ କହିଛନ୍ତି। ଇତିମଧ୍ୟରେ ଖଡ଼ଗେଙ୍କ ପାଇଁ ପ୍ରଚାର କରିବାକୁ ତିନ କଂଗ୍ରେସ ନେତା ଗୌରବ ବଲ୍ଲଭ, ଦୀପେନ୍ଦର ଏସ୍ ହୁଡ୍ଡା ଓ ସାୟଦ ନସୀର ହୁସେନ ଦଳର ପ୍ରବକ୍ତା ପଦରୁ ଇସ୍ତଫା ଦେଇଛନ୍ତି।
