ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତୀୟ ପୁଲିସ ସେବାରୁ ଇସ୍ତଫା ଦେଇ ବେଶ ଚର୍ଚ୍ଚାରେ ରହିଛନ୍ତି ଆଇପିଏସ ବସନ୍ତ ରଥ । ଏହା ସହ ଇସ୍ତଫା ଦେବାର କାରଣ ସେ ରାଜନୀତିରେ ଯୋଗ ଦେବା ବୋଲି ମଧ୍ୟ କହିଥିଲେ । ସେପଟେ ବିଜେପିରେ ସେ ଯୋଗଦେବା ନେଇ ସୂଚନା ଦେଇଥିବା ବେଲେ ବର୍ତ୍ତମାନ ଟ୍ୱିଟ୍ କରି ନିର୍ବାଚନ ଲଢିବାର ସଙ୍କେତ ଦେଇଛନ୍ତି । ଏହି ଟ୍ୱିଟରେ ସେ ଓମାର ଅବଦୁଲ୍ଲା ଏବଂ ମେହେବୁବା ମୁଫତୀଙ୍କ ବିରୋଧରେ ଲଢେଇ କରିବାକୁ ଚାହିଁଛନ୍ତି ବୋଲି ଦର୍ଶାଇଛନ୍ତି ।
ବିଜେପି ସୁପ୍ରିମୋ ଯଦି ତାଙ୍କୁ ସୁଯୋଗ ଦିଅନ୍ତି ସେ ଉଭୟ ନେତାଙ୍କ ବିରୋଧରେ ନିର୍ବାଚନ ଲଢିବେ ବୋଲି କହିଛନ୍ତି । ବସନ୍ତ ଜମ୍ମୁର ପୋଲିସ ମୁଖ୍ୟ ଥିବା ବେଳେ ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଥିଲେ । ସେହିଭଳି ମେହେବୁବା ମୁଫତି ମୁଖ୍ୟମନ୍ତ୍ରୀ ଥିବା ବେଲେ ବସନ୍ତ ଜମ୍ମୁକାଶ୍ମୀରର ଟ୍ରାଫିକ ମୁଖ୍ୟ ଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
