ଭୁବନେଶ୍ୱର,୨୭/୧(ସତ୍ୟପାଠ ବ୍ୟୁରୋ): ଉତ୍ତର ପ୍ରଦେଶରେ ଇଣ୍ଡିଆ ମେଣ୍ଟର ସିଟ୍ ଭାଗବଣ୍ଟା ଦ୍ବନ୍ଦ୍ବରେ ଯବନିକା। କଂଗ୍ରେସ ଓ ଏସ୍ପି ମଧ୍ୟରେ ଡିଲ୍ ପକ୍କା। କଂଗ୍ରେସକୁ ମିଳିଲା ମାତ୍ର ୧୧ଟି ଆସନ । ଏନେଇ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ସିଂ ଯାଦବ ଘୋଷଣା କରିଛନ୍ତି। ଶନିବାର ସୋସିଆଲ୍ ମିଡିଆ ଏକ୍ସରେ ଏକ ଟ୍ବିଟ୍ କରି ସେ ସୂଚନା ଦେଇଛନ୍ତି।
୧୧ଟି ମଜବୁତ୍ ସିଟ୍ରେ କଂଗ୍ରେସକୁ ସମାଜବାଦୀ ପାର୍ଟି ସହଯୋଗ କରିବ। ଏହି ସମୀକରଣ ବିଜୟ ସହିତ ବଢ଼ିବ। ‘ଇଣ୍ଡିଆ’ ମେଣ୍ଟ ଏବଂ ପିଡିଏର ରଣନୀତି ୟୁପିରେ ଇତିହାସ ବଦଳିବ ବୋଲି ଏସପି ସୁପ୍ରିମୋ କହିଛନ୍ତି।
https://x.com/yadavakhilesh/status/1751150323379708043?s=20
ମିଡିଆ ରିପୋର୍ଟ ମୁତାବକ, ଅଖିଲେଶ ଯାଦବଙ୍କ ଏହି ସମୀକରଣରେ କଂଗ୍ରେସ ଅସହମତି ପ୍ରକାଶ କରିବା ନେଇ ସୂଚନା ମିଳୁଛି। କୁହାଯାଉଛି ଯେ, ଏହି ନିଷ୍ପତ୍ତି ସମାଜବାଦୀ ପାର୍ଟି, କଂଗ୍ରେସର ନୁହେଁ। ତେବେ ଏନେଇ କଂଗ୍ରେସର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସିନାହିଁ।
ଜାନୁଆରୀ ୧୭ ତାରିଖରେ ‘ଇଣ୍ଡିଆ’ ମେଣ୍ଟର ଭାଗବଣ୍ଟା ନେଇ ଦିଲ୍ଲୀରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ବୈଠକ ହୋଇଥିଲା । ମାତ୍ର, ତୁରନ୍ତ କୌଣସି ନିଷ୍ପତ୍ତି ନିଆଯାଇନଥିଲା । କଂଗ୍ରେସ ନେତା ସଲମନ ଖୁର୍ସି କହିଥିଲେ, ବୈଠକରେ କୌଣସି ନିଷ୍କର୍ସ ବାହାରି ନାହିଁ। ଆଗାମୀ ଦିନରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକା ଅର୍ଜୁନ ଖଡଗେ ଓ ରାହୁଲ ଗାନ୍ଧି ଆଲୋଚନା କରିବେ । ତେବେ ଆଜି ଅଖିଳେଶ ଯାଦବ ସିଟ୍ ବୁଝାମଣା ହୋଇଥିବା ନେଇ ଏକ୍ସରେ ଟ୍ବିଟ୍ କରି କହିଛନ୍ତି ।





