ଜଳି ଖସି ପଡିଲା ଜାଗୁଆର , ପାଇଲଟ ସୁରକ୍ଷିତ

ସତ୍ୟପାଠ ବ୍ୟୁରୋ : ଜଳିଗଲା ବାୟୁସେନାର ଲଢ଼ୁଆ ବିମାନ । ବାୟୁସେନାର ଆଇଏଏଫ୍ ଜାଗୁଆର ବିମାନଟି ଉଡାଣ ଭରିବାର ମାତ୍ର କିଛି ସମୟ ପରେ ଜଳି ଯାଇଥିଲା । ତେବେ ଉତ୍ତରପ୍ରଦେଶର କୁଶୀନଗରରେ ବିମାନଟି ତଳକୁ ଖସି ପଡିଥିଲା । ସୌଭାଗ୍ୟବଶତଃ ବିମାନର ପାଇଲଟ ସୁରକ୍ଷିତ ଅଛନ୍ତି । ତେବେ କେଉଁ କାରଣରୁ ଏହି ନିଆଁ ଲାଗିଲା ତାହା ଜଣାପଡି ନାହିଁ । ଅପରପକ୍ଷେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । କେଉଁ ପରିସ୍ଥିତିରେ ବିମାନରେ ନିଆଁ ଲାଗିଲା ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇ ପାରିବ ବୋଲି କୁହାଯାଇଛି ।

Related Posts