ସ୍ୱାସ୍ଥ୍ୟସେବାରେ ବ୍ୟବହୃତ ସାମଗ୍ରୀ ଉପରେ ଜିଏସ୍‌ଟି ହଟାଇବାକୁ ଦାବି: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭାରତୀୟ ମେଡିକାଲ ଆସୋସିଏସନ୍ ର ଚିଠି

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟସେବାରେ ବ୍ୟବହୃତ ସାମଗ୍ରୀ ଉପରେ ଜିଏସ୍‌ଟି(ଦ୍ରବ୍ୟ ଓ ସେବା କର) ଲଗାଇବା ଓ ବୃଦ୍ଧିକୁ ବିରୋଧ କରିଛି ଭାରତୀୟ ମେଡିକାଲ ଆସୋସିଏସନ୍ | ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛି ଭାରତୀୟ ମେଡିକାଲ ଆସୋସିଏସନ୍ ବା IMA। ଆଇଏମ୍‌ ଲେଖିଥିବା ଚିଠିରେ ଉଲ୍ଲେଖ କରିଛି ଯେ ୪୭ ତମ ଜିଏସ୍‌ଟି କାଉନସିଲ୍ ମିଟିଂରେ କ୍ୟାନ୍‌ସର ଥେରାପି ଇଭାଲୁଏସନ୍ ପ୍ରୋଗ୍ରାମ୍ସ(CTEPs), ଜୈବିକ ଚିକିତ୍ସା ଓ ଜୈବିକ ବର୍ଜ୍ୟବସ୍ତୁର ନିଷ୍କାସନ ପାଇଁ କମନ ବାୟୋ-ମେଡିକାଲ ୱେଷ୍ଟ ଟ୍ରିଟମେଣ୍ଟ ଫେସିଲିଟି ଉପରେ ୧୨ ପ୍ରତିଶତ ଟ୍ୟାକ୍ସ ଲଗାଇବାକୁ ପ୍ରସ୍ତାବ ରହିଛି। ଫଳରେ ସେମାନଙ୍କୁ ଇନ୍‌ପୁଟ ଟେକ୍ସ କ୍ରେଡିଟ୍‌ର(ITC) ଅନୁମତି ମିଳିବ। ଏଗୁଡ଼ିକ ପୂର୍ବରୁ ଜିଏସ୍‌ଟି କ୍ୟାଟେଗୋରୀ ବାହାରେ ଥିଲା। ହେଲେ ଜୁଲାଇ ୧୮ ତାରିଖ ଠାରୁ ଏଥିରେ ଜିଏସ୍‌ଟି ଲାଗୁ ହେବ ବୋଲି IMF କହିଛି।

ସେହିପରି ICUକୁ ଛାଡ଼ିଦେଲେ ରୁମ ରେଣ୍ଟ ପାଇଁ ହସ୍‌ପିଟାଲ ଯେ ଦୈନିକ ୫ ହଜାର ଚାର୍ଜ କରୁଛନ୍ତି ସେଥିରେ ବି ୫ ପ୍ରତିଶତ ଜିଏସଟି ଲାଗୁ ହେବ ବିନା ଆଇଟିସିରେ। ଏହା ବି ପୂର୍ବରୁ ଜିଏସଟି ବାହାରେ ଥିବା ବେଳେ ଜୁଲାଇ ୧୮ ତାରିଖରେ ରୁମ ଭଡ଼ା ବି ଜିଏସ୍‌ଟି ପରିସରକୁ ଆସିବ। ତେଣୁ ଦେଶର ସମସ୍ତ ପ୍ରତିଷ୍ଠିତ ଡାକ୍ତରଙ୍କ ସମ୍ମିଳିତ ସ୍ୱର ଭାବରେ ଆମେ ଏନେଇ ଚିନ୍ତା ବ୍ୟକ୍ତ କରୁଛୁ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଭଳି ଟ୍ୟାକ୍ସକୁ ବିରୋଧ କରୁଛୁ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏଭଳି ପଦକ୍ଷେପ ଲୋକମାନଙ୍କ ପାଇଁ ଅତ୍ୟନ୍ତ ମହଙ୍ଗା ହୋଇଯିବ ବୋଲି IMF କହିଛି। କେନ୍ଦ୍ର ସରକାରଙ୍କର ଏହ ନିଷ୍ପତ୍ତି ଦେଶରଲୋକମାନଙ୍କ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ ଓ ଅନ୍ୟାୟ ହେବ। ଏବଂ ITC ବ୍ୟାତୀତ ଜିଏସ୍‌ଟି ଲଗାଇବାମାନେ ସ୍ୱାସ୍ଥ୍ୟସାମଗ୍ରୀର ମୂଲ୍ୟ ବୃଦ୍ଧି ହେବ ବୋଲି ମେଡିକାଲ ସଂଘ କହିଛି।

ତେଣୁ ତୁରନ୍ତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ତୁରନ୍ତ ଜିଏସ୍‌ଟି ଉଠାଇ ନେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି IMF । ଚିଠିରେ ଯୁକ୍ତି ଦର୍ଶାଇଛି ଯେ ବର୍ତ୍ତମାନ ଭାରତରେ ସ୍ୱାସ୍ଥ୍ୟସେବା ଭଲଭାବରେ ଟ୍ରାକ୍‌କୁ ଫେରିନି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କମ ସରକାରୀ ଖର୍ଚ୍ଚ ଦ୍ୱାରା ବହୁଳ ସଂଖ୍ୟାରେ ଲୋକ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ଲୋକମାମନଙ୍କର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚାପ ପକାଇବା ଠିକ୍ ନୁହେଁ।

Related Posts