ଭାରତରେ ଦେଖାଦେଉଥିବା ମଙ୍କିପକ୍ସ ଜୀବାଣୁ ସୁପର ସ୍ପ୍ରେଡର୍ ନୁହେଁ, ଜିନୋମ ସିକ୍ବେସିଂରୁ ମିଳିଲା ସୂଚନା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବର୍ତ୍ତମାନ ମଙ୍କିପକ୍ସ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ଯଦିଓ ଭାରତୀୟଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି ଯେ ଦେଶରେ ଦେଖାଦେଉଥିବା ମଙ୍କି ପକ୍ସ ଜୀବାଣୁ ଏକ ସୁପର ସ୍ପ୍ରେଡର୍ ନୁହେଁ । ତେବେ ସଂକ୍ରମିତ ହୋଇଥିବା ଦୁଇଟି ମଙ୍କି ପକ୍ସର ଜିନୋମ ସିକ୍ବେସିଂରୁ ଏହି ସୂଚନା ମିଳିଛି ।ତେବେ ଅନୁସନ୍ଧାନ ବେଳେ କେରଳର ଉଭୟ ରୋଗୀଙ୍କ ଠାରେ A.2 କ୍ଲେଡ୍ ଜୀବାଣୁ ଦେଖିବାକୁ ମିଳିଥିଲା । ବୈଜ୍ଞାନିକଙ୍କ ଅନୁଯାୟୀ, ମଙ୍କି ପକ୍ସ ଜୀବାଣୁ A.2 କ୍ଲେଡର ସୁପର ସ୍ପ୍ରେଡର ହେବାର କୌଣସି ପ୍ରମାଣ ନାହିଁ । ସୂଚନା ଥାଉକି ଯେ ୨୦୨୧ ମସିହାରେ ଫ୍ଲୋରିଡା, ଥାଇଲ୍ୟାଣ୍ଡ ଏବଂ ଭିଏତନାମରେ A.2 କ୍ଲେଡ୍ ମଙ୍କି ପକ୍ସ ଜୀବାଣୁ ମିଳିଥିଲା । ଭାରତର ପରିସ୍ଥିତି ୟୁରୋପ କିମ୍ବା ଆମେରିକାଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି ବୋଲି ବୈଜ୍ଞାନିକ ମାନେ କହିଛନ୍ତି ।

ବୈଜ୍ଞାନିକଙ୍କ ଅନୁଯାୟୀ, କେରଳର ଦୁଇ ଲୋକ କିଛି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ୟୁରୋପର ବହୁ ପୂର୍ବରୁ ମଙ୍କି ପକ୍ସ ଜୀବାଣୁ ଅନ୍ୟ ଦେଶରେ ପହଞ୍ଚିଛି । ଦେଶରେ ସଂକ୍ରମଣର ମୁକାବିଲା ପାଇଁ ଏକ ଟାସ୍କଫୋର୍ସ ଗଠନ କରାଯିବ, ଯାହା ଏହି ରୋଗର ନିରାକରଣ ଏବଂ ଚିକିତ୍ସା ସୁବିଧା ହେବ । ଏଥିସହିତ ଏହାର ଟୀକାକରଣ ବୃଦ୍ଧି ସହ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଏବଂ ମାର୍ଗଦର୍ଶନ ଦେବ । ଗୁରୁବାର ଦିନ ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି ।

ସୂଚନା ଅନୁଯାୟୀ ଭାରତରେ ଏପର୍ଯ୍ୟନ୍ତ ୪ଟି ମଙ୍କି ପକ୍ସର ମାମଲା ଚିହ୍ନଟ ହୋଇଛି । ଏଥିମଧ୍ୟରୁ ତିନୋଟି କେରଳରେ ନିଶ୍ଚିତ ହୋଇଥିବାବେଳେ ଗୋଟିଏ ମାମଲା ଦିଲ୍ଲୀରେ ଠାବ ହୋଇଛି ।

Related Posts